ETV Bharat / sports

ବାୟୋ-ବବଲ୍ ଉଲ୍ଲଙ୍ଘନ କରି ବିଶ୍ବ କପରୁ ଅମ୍ପାୟାର ବିଦା

ବାୟୋ ବବଲ୍ ନିୟମ ଭାଙ୍ଗି ଚଳିତ ICC ୱାର୍ଲ୍ଡ କପରୁ ବାସନ୍ଦ ହେଲେ ଇଂଲଣ୍ଡର ଅମ୍ପାୟାର ମାଇକେଲ ଗଫ । ଅଧିକ ପଢନ୍ତୁ...

author img

By

Published : Nov 4, 2021, 10:50 AM IST

england-umpire-michael-gough-withdrawn-after-bio-bubble-breach
ବାୟୋ-ବବଲ୍ ଉଲ୍ଲଙ୍ଘନ କରି ବିଶ୍ବ କପରୁ ଅମ୍ପାୟାର ବିଦା

ଦୁବାଇ: ବାୟୋ ବବଲ୍ ନିୟମ ଭାଙ୍ଗି ଚଳିତ ICC ୱାର୍ଲ୍ଡ କପରୁ ବାସନ୍ଦ ହେଲେ ଜଣେ ଅମ୍ପାୟାର । ଇଂଲଣ୍ଡର ଅମ୍ପାୟାର ମାଇକେଲ ଗଫଙ୍କୁ ବାୟୋ ବବଲ୍ସ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ICC ତାଙ୍କୁ ବିଶ୍ବ କପର ଆଗାମୀ ମ୍ୟାଚରୁ ବାଦ୍ ଦେଇଛନ୍ତି ।

ଗତ ସପ୍ତାହରେ ଗଫ ବିନା ଅନୁମତିରେ ହୋଟେଲ ବାହାରକୁ ଯାଇଥିବା, ବାହାର ଲୋକଙ୍କ ସହ ସାକ୍ଷାତ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ତାଙ୍କୁ ଏଥିପାଇଁ ୬ ଦିନ ଆଇସୋଲେସନରେ ମଧ୍ୟ ରଖାଯାଇଥିଲା । ମାତ୍ର ICC ବର୍ତ୍ତମାନ ତାଙ୍କୁ ଆଗାମୀ ମ୍ୟାଚରୁ ବାଦ୍ ଦେଇଛି । ତାଙ୍କ ସ୍ଥାନର ଆଫଗାନିସ୍ତାନ ଅମ୍ପାୟାର ମରାଇସ ଇସାସମସଙ୍କୁ ନିଯୁକ୍ତି ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.