ETV Bharat / sports

T-20 WC SEMI: ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୬୭ ରନ୍‌ ଟାର୍ଗେଟ୍‌

author img

By

Published : Nov 10, 2021, 9:38 PM IST

ନ୍ୟୁଜିଲାଣ୍ଡକୁ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ । ଟସ୍‌ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଅଧିକ ପଢ଼ନ୍ତୁ...

T-20 WC SEMI: ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୬୭ ରନ୍‌ ଟାର୍ଗେଟ୍‌
T-20 WC SEMI: ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୬୭ ରନ୍‌ ଟାର୍ଗେଟ୍‌

ଆବୁଧାବି: ନ୍ୟୁଜିଲାଣ୍ଡକୁ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଫଳରେ ଇଂଲଣ୍ଡ ଓପନରମାନେ ବଡ଼ ସଟ୍‌ ଖେଳିବାରେ ଅସମର୍ଥ ରହିଥିଲେ । ଫର୍ମରେ ଥିବା ଜୋଶ ବଟଲର ମାତ୍ର ୪ଟି ଚୌକା ସହ ୨୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ସେପଟେ ଆଜି ଓପେନିଂ କରିବାକୁ ଓହ୍ଲାଇଥିବା ବେୟାରଷ୍ଟୋ ମାତ୍ର ୧୩ ରନ୍‌ କରି ପ୍ରଥମ ୱିକେଟ ଭାରରେ ଆଉଟ ହୋଇଥିଲେ ।

ଏହାପରେ ଦଳୀୟ ସ୍କୋର୍‌ ୫୩ ଥିବା ବେଳେ ଜୋଶ ବଟଲର ମଧ୍ୟ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଡାବିଡ ମଲାନ ଓ ମୋଇନ ଅଲୀଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ମଲାନ ୩୦ ବଲ୍‌ରୁ ୪୧ ରନ୍‌ କରିଥିବା ବେଳେ ମୋଇନ ଅଲୀ ୩୭ ବଲ୍‌ରୁ ୫୧ ରନ୍‌ କିରଥିଲେ । ଫଳରେ ଇଂଲଣ୍ଡର ଦଳୀୟ ସ୍କୋର୍‌ ୪ ୱିକେଟ ବିନିମୟରେ ୧୬୬ ରନ୍‌ରେ ପହଞ୍ଚି ପାରିଥିଲା । ଶେଷ ବେଳକୁ ଲିଭିଂଷ୍ଟୋନ କେତୋଟି ବଡ଼ ସଟ୍‌ ଖେଳି ୧୭ ରନ୍‌ କିରଥିଲେ ।

ସେପେଟ ନ୍ୟୁଜିଲାଣ୍ଡ ପକ୍ଷରୁ ସାଉଦି, ମିଲ୍‌ନ ସୋଢ଼ି, ନିଶମ ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ । ବୋଲ୍ଟ ସବୁଠାରୁ ଅଧିକ ରନ୍‌ ଖର୍ଚ୍ଚ କରିଥିଲେ । ସେ ୪ ଓଭରରେ ୪୦ ରନ୍‌ ଦେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଆଜି ସାଧାରଣ ଫିଲ୍ଡିଂ ମଧ୍ୟ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.