ETV Bharat / sports

ଶାସ୍ତ୍ରୀ-କୋହଲି ଯୋଡି: ଶେଷ ହୋଇଯିବ 'ଭାରତୀୟ କ୍ରିକେଟ'ର ଏକ ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ

ଶୈଖ ଜାଏଦ ଷ୍ଟାଡିୟମ, ଆବୁଧାବିରେ କିଛି ଚମତ୍କାର ହେବ ବୋଲି ଆଶା ରଖିଥିବା କୋଟିକୋଟି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଥିଲା ଯେତେବେଳେ ନ୍ୟୁଜିଲାଣ୍ଡ, ସନ୍ଧ୍ୟା ପ୍ରାୟ ୬.୩୦ ସୁଦ୍ଧା ଆଫଗାନିସ୍ତାନ ବିପକ୍ଷରେ ବିଜୟ ସଟ୍‌ ଖେଳି ସେମିଫାଇନାଲରେ ପ୍ରବେଶ କରିଥିଲା । ଅଧିକ ପଢନ୍ତୁ...

End of An Era: Shastri-Kohli partnership eyes winning end to significant chapter in Indian cricket
ଶାସ୍ତ୍ରୀ-କୋହଲି ଯୋଡି: ଶେଷ ହୋଇଯିବ 'ଭାରତୀୟ କ୍ରିକେଟର ଏକ ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ'
author img

By

Published : Nov 8, 2021, 5:07 PM IST

Updated : Nov 8, 2021, 6:51 PM IST

ଦୁବାଇ: ବିଦାୟୀ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଓ କ୍ରିକେଟର ଛୋଟ ଫର୍ମାଟରେ ଶେଷ ଥର ପାଇଁ ଭାରତର ନେତୃତ୍ବ ନେବାକୁ ଯାଉଥିବା କ୍ୟାପଟେନ ବିରାଟ କୋହଲିଙ୍କ ଯୋଡି ଶେଷ ହେବାକୁ ଯାଉଛି । ସେମିଫାଇନାଲ ଦୌଡରୁ ବାଦ୍‌ ପଡିସାରିଥିବା ଟିମ ଇଣ୍ଡିଆ ସୋମବାର ସନ୍ଧ୍ୟାରେ ଚଳିତ ଟି-୨୦ ବିଶ୍ବକପର ଶେଷ ସୁପର ୧୨ ମୁକାବିଲା ନାମ୍ବିଆ ବିପକ୍ଷରେ ଖେଳିବ । ଫଳରେ ନାମ୍ବିଆ ବିପକ୍ଷରେ ବିଜୟ ସହ ଟି-୨୦ ବିଶ୍ବକପ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି ଭାରତ ।

ଶୈଖ ଜାଏଦ ଷ୍ଟାଡିୟମ, ଆବୁଧାବିରେ କିଛି ଚମତ୍କାର ହେବ ବୋଲି ଆଶା ରଖିଥିବା କୋଟିକୋଟି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଥିଲା ଯେତେବେଳେ ନ୍ୟୁଜିଲାଣ୍ଡ, ସନ୍ଧ୍ୟା ପ୍ରାୟ ୬.୩୦ ସୁଦ୍ଧା ଆଫଗାନିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହି ମ୍ୟାଚ୍‌ର ଫଳାଫଳ ଭାରତର ସେମିଫାଇନାଲ ପ୍ରବେଶ ଉପରେ ନିର୍ଭର କରୁଥିଲା । ଆଫଗାନିସ୍ତାନର ବିଜୟ କାମନା ସହ ସେମି ଆଶା ରଖିଥିବା ଭାରତୀୟ ଫ୍ୟାନ୍ସ ନିରାଶ ହୋଇଥିଲେ । ଦମଦାର ବିଜୟ ହାସଲ କରି ସେମିରେ ସ୍ଥାନ ପକ୍କା କରିବା ସହ କେନ୍‌ ୱିଲିୟମସନଙ୍କ ଟିମ ଭାରତ ଓ ଆଫଗାନିସ୍ତାନକୁ ଟି-୨୦ ବିଶ୍ବକପରୁ ବିଦାୟର ରାସ୍ତା ଦେଖାଇଥିଲା ।

End of An Era: Shastri-Kohli partnership eyes winning end to significant chapter in Indian cricket
ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସହିତ କ୍ୟାପଟେନ ବିରାଟ କୋହଲି

କେବଳ ଫ୍ୟାନ୍ସ ନୁହଁନ୍ତି ବରଂ ଭାରତୀୟ କ୍ୟାମ୍ପ୍‌ରେ ମଧ୍ୟ ନିରାଶା ଖେଳିଯାଇଥିଲା । BCCI'ର ଅଫିସିଆଲ ହ୍ବାଟ୍‌ସଆପ ଗ୍ରୁପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ମେସେଜ ପହଞ୍ଚିଥିଲା " ସନ୍ଧ୍ୟାରେ ହେବାକୁ ଥିବା ଅପ୍ସନାଲ ଟ୍ରେନିଂ ସେସନ୍‌ ବାତିଲ କରାଯାଉଛି ।" ଏହା ଭାରତୀୟ କ୍ୟାମ୍ପ୍‌ର ନିରାଶକୁ ବୟାନ କରିଥିଲା ।

୨୦୧୨ ସଂସ୍କରଣର ଟି-୨୦ ବିଶ୍ବକପ ଠାରୁ ଏବେ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଏକ ICC ଇଭେଣ୍ଟର ନକଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଛି ଭାରତ । ଏହା ମଧ୍ୟ ବିରଳ ଯେ ଟିମ ଇଣ୍ଡିଆ ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ ନୈରାଶଜନକ ପ୍ରଦର୍ଶନ ସହ ସେମିଫାଇନାଲ ଦୌଡରୁ ବାଦ୍‌ ପଡିସାରିଛି ।

ଚଳିତ ଟି-୨୦ ବିଶ୍ବକପରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଗୁରୁତ୍ବପୂର୍ଣ୍ଣ ଟସ୍‌ ହାରିଥିଲା, ଯାହା କି ମ୍ୟାଚ୍‌ର ଫଳାଫଳ ଉପରେ ବିଶେଷ ପ୍ରଭାବ ରହିଥିଲା । ବୋଲିଂ କୋଚ୍‌ ଭରତ ଅରୁଣ ମଧ୍ୟ ରବିବାର ଟସ୍‌ର ଭୂମିକା ନିର୍ଣ୍ଣାୟକ ରହିଥିବା ମତ ଦେଇଛନ୍ତି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ପରେ ସେମିଫାଇନାଲରେ ପ୍ରବେଶ ନେଇ ଆଶଙ୍କା ଦେଖାଯାଇଥିଲା ।

ତେବେ ମୁଖ୍ୟ କୋଚ୍‌ ଶାସ୍ତ୍ରୀଙ୍କ ପାଇଁ ଏହା ସାମାନ୍ୟ ନିରାଶଜନକ ବିଦାୟ ହେବ । କାରଣ ଶାସ୍ତ୍ରୀଙ୍କ ସମୟରେ ସବୁ ପରିବେଶରେ, ପରିସ୍ଥିତିରେ ଶକ୍ତିଶାଳୀ ବୋଲିଂ ଆକ୍ରମଣ ସହିତ ବିଶ୍ବ କ୍ରିକେଟର ଅନ୍ୟତମ ଶକ୍ତିଶାଳୀ ଟେଷ୍ଟ ଟିମ ଭାବେ ଉଦ୍ଭା ହୋଇଛି ଭାରତ । ଅନ୍ୟପଟେ କୋହଲି ଟି-୨୦ ନେତୃତ୍ବ ସହିତ ଦିନିକିଆରେ ମଧ୍ୟ ଅଧିନାୟକତ୍ବ ହରାଇବାକୁ ଯାଉଛନ୍ତି । IPL ଟିମର ଅଧିନାୟକତ୍ବ ଛାଡି ସାରିଥିବାବେଳେ ଜାତୀୟ ଟିମର ଟି-୨୦ ନେତୃତ୍ବ ମଧ୍ୟ ଛାଡିଛନ୍ତି ।

୨୦୧୩ ଚମ୍ପିଆନ୍ସ ଟ୍ରଫି ପରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଟିମ କୌଣସି ICC ଇଭେଣ୍ଟର ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ୨୦୧୩ରେ ୫୦ ଓଭର ଚମ୍ପିଆନ୍ସ ଟ୍ରଫି ପରେ ୨୦୧୪ ଟି-୨୦ ବିଶ୍ବକପରେ ରନର୍ସ ଅଫ୍‌ ହୋଇଥିଲା ମେନ ଇନ୍‌ ବ୍ଲୁ । ଏହାପରେ ୨୦୧୫ ଦିନିକିଆ ବିଶ୍ବକପରେ ସେମିଫାଇନାଲରେ ପରାସ୍ତ ହୋଇଥିଲା ।

ପରେ ୨୦୧୬ ଟି-୨୦ ବିଶ୍ବକପ ସେମିଫାଇନାଲ ମଧ୍ୟ ଖେଳିଥିଲା ଟିମ ଇଣ୍ଡିଆ । ତେବେ ବର୍ଷ ୨୦୧୭ରେ ୫୦ ଓଭର ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ପରାଜୟ ମିଳିଥିଲା । ୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲ ଓ ଏହାର ଦୁଇବର୍ଷ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲରେ ପରାସ୍ତ ହୋଇଥିଲା ଟିମ । କୋହଲିଙ୍କ ନେତୃତ୍ବରେ ଟିମ କୌଣସି ICC ଟ୍ରଫି ଜିତିପାରିନଥିବାରୁ ନେତୃତ୍ବ ନେଇ ଦୀର୍ଘ ଦିନ ଧରି ପ୍ରଶ୍ନ ଉଠାଯାଉଥିଲା ।

କୋହଲି କେବଳ ଟେଷ୍ଟ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ରହିବା ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଶେଷ ୪ଟି ICC ଇଭେଣ୍ଟରେ ପ୍ରଦର୍ଶନ ଆଧାରରେ ନିଷ୍ପତ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ନାମ୍ବିଆକୁ ଶେଷ ସୁପର ୧୨ ମ୍ୟାଚ୍‌ରେ ହରାଇ ମୁଖ୍ୟ କୋଚ୍‌ ଓ କ୍ୟାପଟେନଙ୍କୁ ବିଦାୟ ଦେବାକୁ ଚାହିଁବ ଟିମ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 8, 2021, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.