ETV Bharat / sports

'ବଡ଼ ନାମ ନୁହେଁ ଯୁବ ଚେହେରାଙ୍କୁ ସୁଯୋଗ ଦିଅ' - ଭାରତୀୟ ଦଳକୁ ନେଇ କପିଲଙ୍କ ବୟାନ

ଚଳିତ ଟି-୨୦ ବିଶ୍ବକପରେ ଭାରତ ପ୍ରଦର୍ଶନ ସଭିଁଙ୍କୁ ନିରାଶ କରିଛି । ଏଭଳି ସ୍ଥିତିରେ ଯୁବ ଚେହେରାଙ୍କୁ ଦଳରେ ସ୍ଥାନ ଦେବା ସମୟ ଆସିଛି ବୋଲି କହିଛନ୍ତି କପିଲ ଦେବ । ଅଧିକ ପଢ଼ନ୍ତୁ...

'ବଡ଼ ନାମ ନୁହେଁ ଯୁବ ଚେହେରାଙ୍କୁ ସୁଯୋଗ ଦିଅ'

author img

By

Published : Nov 3, 2021, 10:36 PM IST

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ବକପରେ ଭାରତ ପ୍ରଦର୍ଶନ ସଭିଁଙ୍କୁ ନିରାଶ କରିଛି । ଆଜି ଭାରତ ଆଫଗାନିସ୍ତାନ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚ ଖେଳୁଛି । ତେବେ ଭାରତୀୟ ଦଳକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଅଧିନାୟକ କପିଲ ଦେବ ।

କପିଲ ଦେବ ଏକ ସମ୍ବାଦ ପତ୍ରରେ ଲେଖା ଦେଇ କହିଛନ୍ତି ଯେ, " ଆମେ ବି ଚାହୁଁଛୁ ଭାରତୀୟ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରୁ । ଏଥିପାଇଁ ଦଳକୁ ବାକିଥିବା ତିନୋଟି ଯାକ ମ୍ୟାଚ୍‌ ବିଜୟ ହେବାକୁ ହେବ । ଏହାପରେ ମଧ୍ୟ ଅନ୍ୟଏକ ଦଳର ପରାଜୟ ଓ ନେଟ୍‌ ରେଟ୍‌ ଉପରେ ଭାରତକୁ ନିର୍ଭର ହେବାକୁ ହେବ । ଭାରତୀୟ କ୍ରିକେଟ ଏହାକୁ କେବେ ଗ୍ରହଣୀୟ ନୁହେଁ । ଭାରତକୁ ଯିଦ ବିଶ୍ବ ଚମ୍ପିଆନ ହେବାର ଅଛି ତେବେ ନିଜ ଦମ୍‌ରେ ଜିତିବ ।"

ଖାଲି ସେତିକ ନୁହେଁ ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କୁ କଟାକ୍ଷ କରିଛନ୍ତି କପିଲ ଦେବ । ସେ କହିଛନ୍ତି ଯେ, "ଚୟନକର୍ତ୍ତା ଏଭଳି ସବୁ ମ୍ୟାଚକୁ ଧ୍ୟାନର ସହ ଦେଖିବା ଆବଶ୍ୟକତା ରହିଛି । ଭବିଷ୍ୟତ ବଡ଼ ଖେଳାଳିଙ୍କୁ ଖୋଜିବା ଆରମ୍ଭ କରିବା ଦରକାର ବିସିସିଆଇ । କେବଳ ବଡ଼ ନାମକୁ ନେଇ ଭାରତ କେବେ ବିଶ୍ବ ଚମ୍ପିଆନ ହେବ ନାହିଁ । ବଡ଼ନାମ ବଦଳରେ ଦଳରେ ନୂଆ ଚେହେରା ସ୍ଥାନ ପାଇବା ଆବଶ୍ୟକ । ବଡ଼ ନାମ ଯୋଗୁଁ ୨୦୦୭ର ବିଶ୍ବ ଚମ୍ପିଆନ୍‌ ଦଳକୁ ବର୍ତ୍ତମାନ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ପରିସ୍ଥିତି ଆସିଛି ।"

କପିଲ ଦେବଙ୍କ ମୁତାବକ, ଆଇପିଏଲର ମର୍ଯ୍ୟାଦା ବୁଝିବା ଆବଶ୍ୟକ ବିସିସିଆଇ । ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି ବା ଯେଉଁମାନେ ଫର୍ମରେ ରହିଛନ୍ତି ସେମାନଙ୍କୁ ସୁଯୋଗ ଦେବା ବିସିସିଆଇର କର୍ତ୍ତବ୍ୟ । ଏହାଦ୍ବାରା ଭାରତୀୟ କ୍ରିକେଟର ଭବିଷ୍ୟତ ସୁରକ୍ଷିତ ହେବ । ଯୁବ ଚେହେରାଙ୍କୁ ଦଳରେ ସ୍ଥାନ ଦେବା ସମୟ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.