ଆବୁଧାବି: ଚଳିତ ଟି-୨୦ ବିଶ୍ବକପ ୨୦୨୧ରୁ ୱେଷ୍ଟଇଣ୍ଡିଜର ଅଭିଯାନ ଶେଷ ହୋଇଛି । ଶେଷ ସୁପର ୧୨ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ୮ ୱିକେଟରେ ପରାଜୟ ପରେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛି ଡିଫେଣ୍ଡିଂ ଚମ୍ପିଆନ ୱେଷ୍ଟଇଣ୍ଡିଜ । ଏଥିସହିତ ଅନ୍ତର୍ଜାତୀୟ କ୍ରିକେଟରୁ ଷ୍ଟାର ଇଣ୍ଡିଜ ଅଲରାଉଣ୍ଡର ଡ୍ବାଇନ ବ୍ରାଭୋଙ୍କ ଯୁଗ ଶେଷ ହୋଇଛି ।
-
Champion...champion..everybody knows..🎶@DJBravo47 🐐#WIvAUS #MissionMaroon #T20WorldCup pic.twitter.com/7JThX4zdhD
— Windies Cricket (@windiescricket) November 6, 2021 " class="align-text-top noRightClick twitterSection" data="
">Champion...champion..everybody knows..🎶@DJBravo47 🐐#WIvAUS #MissionMaroon #T20WorldCup pic.twitter.com/7JThX4zdhD
— Windies Cricket (@windiescricket) November 6, 2021Champion...champion..everybody knows..🎶@DJBravo47 🐐#WIvAUS #MissionMaroon #T20WorldCup pic.twitter.com/7JThX4zdhD
— Windies Cricket (@windiescricket) November 6, 2021
ଗୁରୁବାର ଶ୍ରୀଲଙ୍କାଠାରୁ ୱେଷ୍ଟଇଣ୍ଡିଜ ହାରିବା ପରେ ICCର ମ୍ୟାଚ୍ ପରବର୍ତ୍ତୀ ଫେସବୁକ୍ ଲାଇଭ ସୋ'ରେ ଅବସର ଘୋଷଣା କରିଥିଲେ ବ୍ରାଭୋ ।
ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ରେ ବ୍ରାଭୋ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଓଭର ବୋଲିଂ କରିବାସହ ୩୬ ରନ୍ ବ୍ୟୟ କରିଥିଲେ ।
ଦ୍ରୁତ ବୋଲିଂ ଅଲରାଉଣ୍ଡର ଫଟାଫଟ କ୍ରିକେଟ ଫର୍ମାଟର ଅନ୍ୟତମ ମହାନତମ ପ୍ରଦର୍ଶନକାରୀ ରହିଛନ୍ତି । ୯୧ଟି ମ୍ୟାଚ୍ରୁ ୭୮ ୱିକେଟ ସହ ବ୍ରାଭୋ, ୱେଷ୍ଟଇଣ୍ଡିଜର ସର୍ବାଧିକ ୱିକେଟ ହାସଲକାରୀ ବୋଲର ଭାବେ କ୍ୟାରିୟର ଶେଷ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪-୧୯ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ।
ଦୁଇଥର ଟି-୨୦ ବିଶ୍ବକପ ଚମ୍ପିଆନ ରହିଥିବା ବ୍ରାଭୋଙ୍କ ନାମରେ ୧୦୦୦ରୁ ଅଧିକ ରନ୍ ରହିଛି । ବର୍ଷ ୨୦୦୪ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ବ୍ରାଭୋ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ