ETV Bharat / sports

ଟି-୨୦ ବିଶ୍ବକପ: ନିର୍ଣ୍ଣାୟକ ଭୂମିକାରେ ମରୁଭୂମିର କାକର, ମୂଦ୍ରାର ପାର୍ଶ୍ବ ପରିବର୍ତ୍ତନ

author img

By

Published : Oct 29, 2021, 6:41 PM IST

ଚଳିତ ପୁରୁଷ ଟି-୨୦ ବିଶ୍ବକପରେ ମୂଦ୍ରାର ପଲଟିବା ଓ କାକର ଖେଳାଯାଉଥିବା ପ୍ରତିଟି ମ୍ୟାଚ୍‌ର ଫଳାଫଳ ଉପରେ ବଡ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

Dew in the desert, flip of the coin proving decisive at T20 World Cup
ଟି-୨୦ ବିଶ୍ବକପ: ନିର୍ଣ୍ଣାୟକ ଭୂମିକାରେ ମରୁଭୂମୀର କାକର, ମୂଦ୍ରାର ପାର୍ଶ୍ବ ପରିବର୍ତ୍ତନ

ହାଇଦ୍ରାବାଦ: କ୍ରିକେଟ ଏମିତି ଏକ ଖେଳ ଯାହା ବିଶାଳ ଖେଳ ପଡିଆରେ ଓ ୨୨ ଗଜ ପିଚ୍‌ରେ ଖେଳାଯାଇଥାଏ । ମାତ୍ର ବିଡମ୍ବନା ଏହା ଯେ ଛୋଟ ବ୍ୟବଧାନ, ଟସ୍‌, ପିଚ୍‌ର ପ୍ରକୃତି, କାକର, ସଠିକ ଚୁଡାନ୍ତ ଏକାଦଶ ଆଦି ପ୍ରମୁଖ ଖେଳର ପରିଣାମ ନିର୍ଣ୍ଣୟ କରିଥାନ୍ତି ।

ଚଳିତ ପୁରୁଷ ଟି-୨୦ ବିଶ୍ବକପରେ ମୂଦ୍ରାର ପଲଟିବା ଓ କାକର ଖେଳାଯାଉଥିବା ପ୍ରତିଟି ମ୍ୟାଚ୍‌ର ଫଳାଫଳ ଉପରେ ବଡ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି । ମେଗା ଇଭେଣ୍ଟର ସୁପର ୧୨ ପର୍ଯ୍ୟାୟରେ ଏଯାବତ ଖେଳାଯାଇଥିବା ମ୍ୟାଚ୍‌ରେ ୧୦ଟି ବିଜେତାଙ୍କ ମଧ୍ୟରୁ ୯ଟି ଯେଉଁ ଟିମ ଦ୍ବିତୀୟ ବ୍ୟାଟିଂ କରିଛି ବିଜୟୀ ହୋଇଛି । ଫଳେ ଟସ୍‌ ବିଜୟ ପ୍ରମୁଖ ଓ ନିର୍ଣ୍ଣାୟକ ସାବ୍ୟସ୍ତ ହେଉଛି । ଏହାକୁ ଦେଖି ଟସ୍‌ ଜିତିବା ପରେ ଗୋଟିଏ ଟିମର କ୍ୟାପଟେନ ବିନା ଦ୍ବିଧାରେ ପ୍ରଥମେ ବୋଲିଂ ଚୟନ କରୁଛନ୍ତି ।

ତେଣୁ UAE ପରିବେଶରେ କ୍ୟାପଟେନ ଓ ଟିମ ପାଇଁ ସୂତ୍ର ପ୍ରାୟତଃ ସରଳ, ଟସ୍‌ ଜିତିଲେ ପ୍ରଥମେ ବ୍ୟାଟିଂ, ପରେ ଲକ୍ଷ୍ୟ ପିଛା କରି ବିଜୟୀ ହେବା । ଏଥିରେ ଏକମାତ୍ର ବ୍ୟତିକ୍ରମ ଦେଖାଯାଇଥିଲା ଆଫଗାନିସ୍ତାନ ଓ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ । ଟିମ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିଥିଲା ଓ ୧୩୦ ରନ୍‌ର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା । କେବଳ ଏହି ମ୍ୟାଚ୍‌ରେ ଇଂନିସର କ୍ରମ ଓଲଟପାଲଟ ହୋଇଥିଲା ।

କ୍ରିକେଟ ଖେଳପଡିଆରେ ଏପରି ଘଟିବା ପ୍ରଥମ କିମ୍ବା ଶେଷ ଘଟଣା ମଧ୍ୟ ନୁହେଁ । ଟି-୨୦ ବିଶ୍ବକପର ପୂର୍ବ ସଂସ୍କରଣରେ ମଧ୍ୟ କାକର ଏକ ଚିନ୍ତାର କାରଣ ଥିଲା । ଏପରି ମଧ୍ୟ UAE ଭେନ୍ୟୁରେ ସଦ୍ୟ ଖେଳାଯାଇଥିବା IPL ମ୍ୟାଚ୍‌ରେ ଦେଖାଯାଇଥିଲା । ୨୦ଟି ମ୍ୟାଚ୍‌ରୁ ଲକ୍ଷ୍ୟକୁ ପିଛା କରିଥିବା ଟିମ ୧୫ଥର ବିଜୟୀ ହେବାର ନଜିର ରହିଛି ।

ଅଧିନାୟକତ୍ବ

ଚିର ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ଠାରୁ ଟିମ ଇଣ୍ଡିଆର ୧୦ ୱିକେଟର ଶୋଚନୀୟ ପରାଜୟ ପରେ, ବିରାଟ କୋହଲି ଏହା ସ୍ବୀକାର କରିଛନ୍ତି ଯେ, ରାତ୍ରି ମ୍ୟାଚ୍‌ରେ ପଡିଆରେ କାକର କାରଣରୁ ଲକ୍ଷ୍ୟକୁ ପିଛା କରୁଥିବା ଟିମ ପାଇଁ ଫାଇଦା ସାବ୍ୟସ୍ତ ହେଉଛି । ଟସ୍‌ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି । ପାକିସ୍ତାନ ପ୍ରଥମେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ପାକିସ୍ତାନ ଖେଳିଥିବା ଦୁଇଟିଯାକ ମ୍ୟାଚ୍‌ରେ ଲକ୍ଷ୍ୟର ପିଛା କରି ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୋଇଛି ।

ଟୁର୍ଣ୍ଣାମେଣ୍ଟରେ ଟସ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ବିଶେଷ କରି ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧରେ କାକର କାରଣରୁ ପ୍ରଥମାର୍ଦ୍ଧରେ ଅତିରିକ୍ତ ରନ୍‌ ସଂଗ୍ରହ କରିବାର ଆବଶ୍ୟକତା ରହିଥିବା କହିଛନ୍ତି କୋହଲି ।

କୋହଲି ଏହାମଧ୍ୟ ସ୍ବୀକାର କରିଥିଲେ ଯେ, ଭାରତୀୟ ଇଂନିସ ସମୟରେ ବ୍ୟାଟିଂ ପାଇଁ ପିଚ୍‌ ଏତେ ଆହ୍ବାନପୂର୍ଣ୍ଣ ନଥିଲା ତେବେ ଦ୍ବିତୀୟ ଇଂନିସରେ ବ୍ୟାଟିଂ ସମୟରେ ଯେତେବେଳେ ପାକିସ୍ତାନ ଓପନର ମହମ୍ମଦ ରିଜୱାନ ଓ ବାବର ଆଜମ ଭାରତୀୟ ବୋଲିଂ ଆକ୍ରମଣକୁ ସାମ୍ନା କରିଥିଲେ ସମୟରେ ଅଧିକ ସହଜ ହୋଇଯାଇଥିଲା ।

କାକର ସମସ୍ୟାର ମୁକାବିଲା ପାଇଁ ରଣନୀତି

ଟିମ ଇଣ୍ଡିଆର ଆଗାମୀ ମୁକାବିଲା ନ୍ୟୁଜିଲାଣ୍ଡ ସହ ରହିଛି । ଏହି ମ୍ୟାଚ୍‌ ଉଭୟ ନ୍ୟୁଜିଲାଣ୍ଡ ଓ ଭାରତ ପାଇଁ କର ବା ମର ମ୍ୟାଚ୍‌ ସଦୃଶ । ଏପରି ସ୍ଥିତିରେ ବିରାଟବାହିନୀକୁ ଭିନ୍ନ ରଣନୀତି ଆପଣାଇବାର ଆବଶ୍ୟକତା ରହିଛି ।

ଓଦା ବଲ୍‌ରେ ଅଭ୍ୟାସ: ଏହା କାକର ସମସ୍ୟା ସହ ମୁକାବିଲା ପାଇଁ ସଠିକ ସମାଧାନ ନ ହୋଇପାରେ, ମାତ୍ର ଅଭ୍ୟାସ ସମୟରେ ଓଦା ବଲ୍‌ର ବ୍ୟବହାରରେ ଖେଳାଳି ଅଭ୍ୟସ୍ତ ରହିବା ଓ ମ୍ୟାଚ୍‌ ସମୟରେ ବଲ୍‌ରେ ଉଚିତ୍‌ ଗ୍ରିପ୍‌ ହାସଲ କରିପାରିବାର ଆତ୍ମବିଶ୍ବାସ ଲାଭ କରିହେବ ।

ସଠିକ୍‌ ଚୁଡାନ୍ତ ଏକାଦଶ: କାକର ପରିବେଶରେ ବଲ୍‌ ଓଦା ହୋଇଯାଉଥିବାରୁ ଫିଙ୍ଗର ସ୍ପିନର(finger spinner) ବଦଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜଣେ ରିଷ୍ଟ ସ୍ପିନରଙ୍କ(Wrist spinner) ଚୟନ ବୁଦ୍ଧିମାନର କାମ ହୋଇପାରେ । ରାହୁଲ ଚହର ଭାରତୀୟ ସ୍କ୍ବାଡ୍‌ରେ ଏକମାତ୍ର ରିଷ୍ଟ ସ୍ପିନର ରହିଛନ୍ତି । ଉଭୟ ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନ ଫିଙ୍ଗର ସ୍ପିନର ଓ ବରୁଣ ଚକ୍ରବର୍ତ୍ତୀ ସ୍ପିନ ଡିପାର୍ଟମେଣ୍ଟରେ ମିଷ୍ଟ୍ରି ସ୍ପିନର ଭାବେ ପରିଗଣିତ ।

ଚୁଡାନ୍ତ ଏକାଦଶରେ ଜଣେ ଅତିରିକ୍ତ ସ୍ପିନରଙ୍କୁ ସାମିଲ କରିବା କିମ୍ବା ସମାନ ଟିମ ନେଇ ଖେଳିବା ମଧ୍ୟ ବର୍ତ୍ତମାନ ସମୟରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ପାଇଁ ବିତର୍କର ବିଷୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.