ETV Bharat / sports

କୋହଲିଙ୍କ ସଙ୍କେତ, ରୋହିତ ଶର୍ମା ହେବେ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନ

author img

By

Published : Nov 8, 2021, 8:05 PM IST

ଚଳିତ ଟି-୨୦ ବିଶ୍ବକପରେ ନାମ୍ବିଆ ବିପକ୍ଷରେ ମେନ୍‌ ଇନ୍‌ ବ୍ଲୁର ଟି-୨୦ କ୍ୟାପଟେନ ଭାବେ ଶେଷ ମ୍ୟାଚ୍‌ ଖେଳୁଛନ୍ତି ବିରାଟ କୋହଲି । ଅଧିକ ପଢନ୍ତୁ...

Been an honour to captain, Rohit has been looking on and Indian cricket is in good hands: Kohli
କୋହଲିଙ୍କ ସଙ୍କେତ, ରୋହିତ ଶର୍ମା ହେବେ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନ

ଦୁବାଇ: ଟି-୨୦ କ୍ୟାପଟେନ ଭାବେ ସର୍ବଦା ଶ୍ରେଷ୍ଠ କରିବାକୁ ଚାହିଁଛି । ମାତ୍ର ଟିମକୁ ଆଗକୁ ସଫଳ ନେତୃତ୍ବ ଦେବାକୁ ବର୍ତ୍ତମାନ ସମୟ ପରିବର୍ତ୍ତନର । ଭାରତୀୟ କ୍ୟାପଟେନ ବିରାଟ କୋହଲି ସୋମବାର ଏହା କହିଛନ୍ତି ।

ଚଳିତ ଟି-୨୦ ବିଶ୍ବକପରେ ନାମ୍ବିଆ ବିପକ୍ଷରେ ମେନ୍‌ ଇନ୍‌ ବ୍ଲୁର ଟି-୨୦ କ୍ୟାପଟେନ ଭାବେ ଶେଷ ମ୍ୟାଚ୍‌ ଖେଳୁଛନ୍ତି କୋହଲି ।

ଟସ୍‌ ପରେ କୋହଲି କହିଛନ୍ତି, "ଏହା ସମ୍ମାନର କଥା ଯେ ମୋତେ ଏହି ସୁଯୋଗ ମିଳିଥିଲା ଓ ମୁଁ ମୋର ଶ୍ରେଷ୍ଠ ପ୍ରୟାସ କରିଛି । ତେବେ ବର୍ତ୍ତମାନ ସମୟ ଆଗକୁ ବଢିବାର । ଟିମ ଯେଉଁପରି ଖେଳିଛି ସେଥିପାଇଁ ଗର୍ବିତ । ଟିମକୁ ଆଗକୁ ବଢାଇବାକୁ ସମୟ ଆସିଛି, ରୋହିତ(ଭାଇସ-କ୍ୟାପଟେନ) ରହିଛନ୍ତି ଓ ସମସ୍ତ ବିଷୟକୁ ଦେଖୁଛନ୍ତି ।"

ରବିବାର ନ୍ୟୁଜିଲାଣ୍ଡ ଠାରୁ ଆଫଗାନିସ୍ତାନ ପରାସ୍ତ ହେବାପରେ ବିଶ୍ବକପରୁ ଭାରତ ବାହାର ହୋଇଥିଲା । ନାମ୍ବିଆ ବିପକ୍ଷରେ ବିଜୟ ମିଳିଲେ ମଧ୍ୟ ଗ୍ରୁପ ୨ରେ ଦ୍ବିତୀୟ ସ୍ଥାନରେ ରହି ସେମିଟିକେଟ ହାତେଇଥିବା ନ୍ୟୁଜିଲାଣ୍ଡର ପଏଣ୍ଟକୁ ପାର୍‌ କରିପାରିବ ନାହିଁ ଭରତ ।

ଚଳିତ ଟି-୨୦ ବିଶ୍ବକପରେ ଭାରତ ଶେଷ ସୁପର ୧୨ ମୁକାବିଲା ନାମ୍ବିଆ ବିପକ୍ଷରେ ଖେଳୁଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଥିବାବେଳେ ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.