ETV Bharat / sports

Zurich Diamond League 2023: ସୁନା ପୁଅ ନୀରଜଙ୍କ ଉପରେ ସମସ୍ତଙ୍କ ନଜର - ସୁନା ପୁଅ ନୀରଜ ଚୋପ୍ରା

ଆଜିଠୁ ଜୁରିକ ଡାଇମଣ୍ଡ ଲିଗ । ନୀରଜଙ୍କ ପ୍ରଦର୍ଶନ ଉପରେ ପୁରା ଦେଶର ନଜର । ଅଧିକ ପଢନ୍ତୁ

Zurich Diamond League 2023
Zurich Diamond League 2023
author img

By ETV Bharat Odisha Team

Published : Aug 31, 2023, 10:11 AM IST

ହାଇଦ୍ରାବାଦ: ଆଜି ଠାରୁ ସୁଇଜରଲାଣ୍ଡରେ ଆରମ୍ଭ ହେବ ଜୁରିକ ଡାଇମଣ୍ଡ ଲିଗ 2023 । ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ସୁନା ପୁଅ ନୀରଜ ଚୋପ୍ରା ଏଥିରେ ଅଂଶ ଗ୍ରହଣ କରିବେ । ଏଥର ଡାଇମଣ୍ଡ ଲିଗରେ ଦେଶ ପାଇଁ ପୁଣି ସ୍ବର୍ଣ୍ଣ ଜିତିବେ ବୋଲି ଆଶା କରାଯାଉଛି । ସମସ୍ତଙ୍କ ନଜର ନୀରଜଙ୍କ ପ୍ରଦର୍ଶନ ଉପରେ ରହିଛି । କ୍ରମାଗତ ଭାବେ ନୀରଜଙ୍କ ପ୍ରଦର୍ଶନ ଭଲ ରହିଛି । ପୂର୍ବରୁ ଲୁସାନେ ଓ ଦୋହା ଡାଇମଣ୍ଡ ଲିଗରେ ସ୍ବର୍ଣ୍ଣ ଜିତିଥିଲେ ନୀରଜ । ଏହାପରେ ଚଳିତ ମାସରେ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ପୁରୁଷ ବର୍ଗ ଉଚ୍ଚଡିଆଁ (ଲଙ୍ଗଜମ୍ପ)ରେ ଭାରତର ମୁରଲୀ ଶ୍ରୀଶଙ୍କର ଅଂଶଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ-World Athletics Championships: ଦେଶବାସୀଙ୍କୁ ପଦକ ଉତ୍ସର୍ଗ କଲେ ସୁନାପୁଅ ନୀରଜ

ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ବ ଆଥଲେଟିକ ଚମ୍ପିଆନସିପ ଜାଭେଲିନ ଥ୍ରୋ ଫାଇନାଲରେ ପାକିସ୍ତାନର ଅର୍ଶଦ ଦୀପଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ । 88.17 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ନୀରଜ ଚୋପ୍ରା ତାଙ୍କ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ ମଧ୍ୟ ଦ୍ବିତୀୟ ପ୍ରୟାସରେ ଜବରଦସ୍ତ କମବ୍ୟାକ କରି ପ୍ରଥମ ସ୍ଥାନରେ ଅଧିକାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନୀରଜଙ୍କ ଆଉ ଏକ ସଫଳତା, ଲୁସାନେ ଡାଇମଣ୍ଡ ଲିଗ୍‌ରେ ଜିତିଲେ ସ୍ବର୍ଣ୍ଣ

ଜୁଲାଇ ମାସରେ ଲୁସାନେ ଡାଇମଣ୍ଡ ଲିଗ୍‌ରେ ଚମ୍ପିଆନ ହୋଇଥିଲେ ନୀରଜ । 87.66 ମିଟର ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାରୀ କରି ଦେଶକୁ ଗର୍ବିତ କରାଇଥିଲେ । ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ ନୀରଜ । କିନ୍ତୁ ପଞ୍ଚମ ରାଉଣ୍ଡରେ 87.66 ମିଟର ପର୍ଯ୍ୟନ୍ତ ଜାଭଲିନ ଫିଙ୍ଗି ବିଜୟୀ ହୋଇଥିଲେ । ଷଷ୍ଠ ତଥା ଶେଷ ରାଉଣ୍ଡରେ 84.15 ମିଟର ଜାଭେଲିନ ଥ୍ରୋ କରିଥିଲେ ନୀରଜ।

ଏହା ପୂର୍ବରୁ ଦୋହା ଡାଇମଣ୍ଡ ଲିଗରେ 88.67 ମିଟର ଜାଭେଲିନ ଫିଙ୍ଗି ବିଜୟୀ ହୋଇଥିଲେ ନୀରଜ । କତାର ରାଜଧାନୀ ଦୋହାରେ ଆୟୋଜିତ ଡାଇମଣ୍ଡ ଲିଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ନୀରଜ ଚୋପ୍ରା । ପ୍ରଥମ ପ୍ରୟାସରେ 88. 67 ମିଟର ଦୂରକୁ ଜାଭେଲିନ ଥ୍ରୋ କରି ସ୍ବର୍ଣ୍ଣ ପଦକ ପକ୍କା କରିଥିଲେ । ବିଶ୍ବ ବିଜେତା ଆଣ୍ଡରସନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଥିଲେ ନୀରଜ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.