ETV Bharat / sports

ଛାଡିନି ଫିଫା ଫିଭର, ଧୋନୀଙ୍କ ଝିଅ ଜିଭାଙ୍କୁ ମେସିଙ୍କ ଗିଫ୍ଟ

author img

By

Published : Dec 28, 2022, 9:47 PM IST

କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜିଭା ଧୋନୀଙ୍କୁ ଲିଓନେଲ ମେସି ଜର୍ସି ଉପହାର ଦେଇଛନ୍ତି । ଯେଉଁଥିରେ ରହିଛି ମେସିଙ୍କ ଅଟୋଗ୍ରାଫ । ଅଧିକ ପଢନ୍ତୁ

ଜିଭା ଧୋନୀଙ୍କୁ ମେସିଙ୍କ ଅଟୋଗ୍ରାଫ ଜର୍ସି ଉପହାର

ହାଇଦ୍ରାବାଦ : ଶେଷ ହୋଇଛି ଫିଫା ବିଶ୍ବକପ । ହେଲେ ଏବେ ବି ଲାଗି ରହିଛି ଫିଫା ବିଶ୍ବକପ କ୍ରେଜ । ଫିଫା ବିଶ୍ବକପ ୨୦୨୨ ରେ ଲୋକପ୍ରିୟ ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ଚମ୍ପିଆନ ହୋଇଛି । ଦୀର୍ଘ ୩୬ ବର୍ଷ ପରେ ଅଧିନାୟକ ଲିଓନେଲ ମେସିଙ୍କ ନେତୃତ୍ବରେ ଦଳ ହାତେଇଛି ଫିଫା ଟ୍ରଫି । ତେବେ ଫୁଟବଲ ପ୍ରେମୀଙ୍କ ହୃଦୟରେ ରାଜ କରୁଥିବା ଲିଓନେଲ ମେସିଙ୍କ ଦବଦବା ବିଶ୍ବକପ ପରେ ଆହୁରି ବଢିଯାଇଛି । କ୍ୟାପଟେନ କୁଲ ଧୋନୀଙ୍କ ଝିଅ ଜିଭା ଧୋନୀ ମଧ୍ୟ ମେସିଙ୍କର ଜଣେ କୁନି ପ୍ରଶଂସକ ।

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ଜିଭା ଧୋନୀଙ୍କର ଏକ ଫଟୋ ସେୟାର କରିଛନ୍ତି । ଜିଭା ଧୋନୀ ଆର୍ଜେଣ୍ଟିନାର ଏକ ଜର୍ସି ପିନ୍ଧି ଥିବାର ଦେଖାଯାଇଛି । ସେ ପିନ୍ଧିଥିବା ଜର୍ସିରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କର ଅଟୋଗ୍ରାଫ ରହିଛି । ସାକ୍ଷୀ ଏହି ଫଟୋଟି ସେୟାର କରିବା ପରେ ଏହା ବେଶ୍ ଭାଇରାଲ ହୋଇଥିଲା । କ୍ରିସ୍‌ମାସ୍‌ ଡେରେ ଜିଭା ଧୋନୀଙ୍କୁ ଏହି ବଡ ଗିଫ୍ଟ ମିଳିଛି । ଯାହା ଚମ୍ପିଆନ ଦଳର ଅଧିନାୟକ ଲିଓନେଲ ମେସିଙ୍କର ଅଟୋଗ୍ରାଫ ରହିଥିବା ଜର୍ସି ଜିଭା ପିନ୍ଧିଛନ୍ତି ।

ପେନାଲ୍ଟି ସୁଟ ଆଉଟରେ ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା । ମ୍ୟାଚରେ ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ଫ୍ୟାନ୍ସଙ୍କ ସମର୍ଥନରେ ଲୁସେଲ ଷ୍ଟାଡିୟମ କମ୍ପିବାରେ ଲାଗିଥିଲା । ମେସିଙ୍କ ଫ୍ୟାନ୍ସଙ୍କ ମୁହଁରେ ବିଜୟର ଖୁସି ଅବର୍ଣ୍ଣନୀୟ ରହିଥିଲା । ଚମ୍ପିଆନ ଚମ୍ପିଆନ ଆର୍ଜେଣ୍ଟିନା ଚମ୍ପିଆନରେ କମ୍ପିଥିଲା ଗ୍ରାଉଣ୍ଡ । ଆର୍ଜେଣ୍ଟିନା ପୂର୍ବରୁ 1978 ଓ 1986ରେ ଚମ୍ପିଆନ ହୋଇଥିଲା । ବିଶ୍ବକପରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି ମେସି । ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ଗୋଲ ମଧ୍ୟ ତାଙ୍କ ନାମରେ ରହିଛି । 26ଟି ବିଶ୍ବକପ ମ୍ୟାଚ ଖେଳିଥିବା ବେଳେ ଦଳ ପକ୍ଷରୁ 13ଟି ଗୋଲ କରିଛନ୍ତି । 2022ରେ ତାଙ୍କ ଗୋଲ ସଂଖ୍ୟା 7 ରହିଛି । ଚଳିତ ବିଶ୍ବକପରେ ମେସିଙ୍କୁ ଗୋଲ୍ଡେନ ବଲ ମିଳିଛି । ଏହା ସହିତ ସେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.