ଭୁବନେଶ୍ବର: ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଥିଲା COVID-19ର ଦ୍ବିତୀୟ ଲହରୀ । ଏହାରି ଭିତରେ କଡା କଟକଣା ସହ ଜୁନିୟର ହକି ବିଶ୍ବକପ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ଖେଳାଳି ମାନେ ଭିନ୍ନ ଭିନ୍ନ କ୍ରୀଡା କ୍ଷେତ୍ରରେ ଓଡ଼ିଶା ମାଟି ପାଇଁ ଗୌରବ ଆଣିଥିଲେ । ତେବେ କ୍ରୀଡା କ୍ଷେତ୍ରରେ ବିଦାୟୀ ବର୍ଷ ୨୦୨୧ ରାଜ୍ୟ ପାଇଁ କିଛି ସଫଳତା ଓ ବିଫଳତାର ବର୍ଷ ରହିଥିଲା ।
ଚଳିତ ବର୍ଷ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ପାରା-ଅଲମ୍ପିକ ବ୍ୟାଡମିଣ୍ଟନ୍ରେ ସ୍ଵର୍ଣ୍ଣ ପଦକ ଜିତିବା ସହ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡରେ ପୁରସ୍କୃତ ହୋଇଛନ୍ତି ।
ଅଲମ୍ପିକ୍ସରେ ପଦକ ଆଣିଥିଲେ ଓଡ଼ିଆ ପୁଅ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା । ବିଦାୟ ନେବାକୁ ଯାଉଥିବା ବର୍ଷ ୨୦୨୧ରେ ଓଡ଼ିଶା ହକିରେ ନୂଆ ଇତିହାସ ସୃଷ୍ଟି କରିଥିଲେ ଏହି ଦୁଇ ଓଡ଼ିଆ ଖେଳାଳି । ପ୍ରଥମ ଓଡ଼ିଆ କ୍ରୀଡ଼ାବିତ ଭାବେ ଅଲମ୍ପିକରେ ପଦକ ହାସଲ କରି ପାଲଟି ଯାଇଥିଲେ କିମ୍ବଦନ୍ତୀ । ଚଳିତ ବର୍ଷ ଦୁଇ ଓଡ଼ିଆ ହକି ତାରକା ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।
ଏହାମଧ୍ୟ ପଢନ୍ତୁ: Badminton In 2021: ସିନ୍ଧୁଙ୍କ ମହାନତାର ଯାତ୍ରା, ଶ୍ରୀକାନ୍ତଙ୍କ ପୁନରୁତ୍ଥାନ ଓ ଲକ୍ଷଙ୍କ ଉଦୟ
ସେହିପରି ସୁଟିଂରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ । ଜାତୀୟ ସୁଟିଂ ଚାମ୍ପିଅସିପ୍ରେ ଶ୍ରୀୟଙ୍କା ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଥିଲେ । ମଧ୍ୟପ୍ରଦେଶରେ ଡିସେମ୍ବର ୬ରେ ଆୟୋଜିତ ୬୪ତମ ଜାତୀୟ ସୁଟିଂରେ ପ୍ରତିଯୋଗିତାରେ ୫୦ ମିଟର ରାଇଫଲ ସୁଟିଂରେ ଇଭେଣ୍ଟରେ ୧୧୬୭ ପଏଣ୍ଟ ସହ ପଦକ ବିଜୟୀ ହୋଇଥିଲେ ଶ୍ରୀୟଙ୍କା । ପ୍ରଥମ ଓଡ଼ିଆ ଭାବରେ ସେ ଏହି ସ୍ବର୍ଣ୍ଣ ପଦକ ହାତେଇତିଲେ ।
ଚଳିତ ବର୍ଷ ଅଲମ୍ପିକ୍ସରେ ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋଙ୍କ ଚମକ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଦୁଇ ଓଡ଼ିଆ ଝିଅ ସେମିଫାଇନାଲରେ ଇତିହାସ ରଚିଥିଲେ । କାଂସ୍ୟ ପଦକ ପାଇଁ ଏମାନେ ଖେଳିଥିଲେ ।
ଏହାମଧ୍ୟ ପଢନ୍ତୁ: Yearender 2021: ବିଶ୍ବକ୍ରୀଡା ମଞ୍ଚରେ ଭାରତୀୟ ଆଥଲେଟ୍ଙ୍କ ଚମତ୍କାର
ଚଳିତ ବର୍ଷ ଟୋକିଓ ଅଲମ୍ପିକ୍ସର ଦୁଇଟି ଇଭେଣ୍ଟରେ ଦୌଡ଼ିଥିଲେ ଧାବିକା ଦୂତୀ ଚାନ୍ଦ । ଟୋକିଓ ଅଲିମ୍ପିକ୍ରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ଚମକ ଦେଖିବାକୁ ମିଳିଥିଲା। ଦୁତୀ କ୍ରମାଗତ ୨ୟ ଥର ପାଇଁ ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ।
ଓଡ଼ିଶା ମାଟିରେ ଚଳିତ ବର୍ଷ ଖେଳାଯାଇଥିଲା ପୁରୁଷ ଜୁନିୟର ବିଶ୍ବକପ । ଏଥିରେ 13ଟି ଦେଶ ଅଂଶଗ୍ରହଣ କରିଥିଲେ । ଭାରତୀୟ ଜୁନିୟର ହକି ଟିମରେ ଚଳିତ ବର୍ଷ ଓଡ଼ିଶାର 3 ଖେଳାଳି ସାମିଲ ଥିଲେ । ପୁରୁଷ ଜୁନିୟର ବିଶ୍ବକପ ଫାଇନାଲରେ ଆଜେଣ୍ଟିନା ସ୍ବର୍ଣ୍ଣ ପଦକ ହାସଲ କରିଥିଲା ।
ସେହିପରି 19 ବର୍ଷରୁ କମ୍ ସାଫ୍(SAAF) ମହିଳା ଫୁଟବଲ ଚାମ୍ପିଅନସିପ୍ ଖେଳାଯାଇଥିଲା। ଏଥିରେ ଭାରତୀୟ ଦଳ ପକ୍ଷରୁ ଓଡିଶାର ମଞ୍ଜୁ ପ୍ରତିନିଧିତ୍ଵ କରିଥିଲେ।
ଏହାମଧ୍ୟ ପଢନ୍ତୁ: Athletics in 2021: ନୀରଜଙ୍କ ଅଲମ୍ପିକ୍ ସ୍ବର୍ଣ୍ଣରୁ ଭାରତୀୟ ଆଥଲେଟିକ୍ସର ନୂଆ ଯୁଗ ଆରମ୍ଭ
ଉଜବେକିସ୍ତାନରେ ଭାରୋତ୍ତୋଳନରେ ଓଡ଼ିଆ ଝିଅ ଝିଲି ଦଳବେହେରା ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ।
OCA ପକ୍ଷରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଓପନର୍ ୱାସିମ୍ ଜାଫରଙ୍କୁ ଓଡିଶା କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା।
ଜାତୀୟ ରଗବି ଚାମ୍ପିଅନସିପ୍ ଓ ଜାତୀୟ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଭଳି ଏକାଧିକ ସମ୍ମାନଜନକ ଇଭେଣ୍ଟର ସାକ୍ଷୀ ମଧ୍ୟ ପାଲଟିଥିଲା ଓଡିଶା ।
ଦେଶରେ ଚର୍ଚ୍ଚିତ ଥିଲା ଓଡିଶା, କ୍ରୀଡା ପ୍ରୋତ୍ସାହନରେ ଦେଶରେ ଅନନ୍ୟ ଉଦାହରଣ ସାଜିଥିଲା । ଯେବେ ଜାତୀୟ ହକି ଦଳର ପ୍ରାୟୋଜକ ହେବାପରେ ଭାରତୀୟ ପୁରୁଷ ହକି ଦଳ ଟୋକିଓରେ ୪୧ ବର୍ଷ ପରେ ଅଲମ୍ପିକ୍ ବ୍ରୋଞ୍ଜ ପଦକ ଜିତିଥିଲା ।
ବର୍ଷ ତମାମ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଖେଳାଳି ମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହା ସହ ଅଲମ୍ପିକ ହକିରେ ଭାଗ ନେଇଥିବା ଓଡ଼ିଆ ଖେଳାଳି ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବା ସହ ଅର୍ଥ ରାଶି ପ୍ରଦାନ କରିଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ