ETV Bharat / sports

ଅଗଷ୍ଟ ପ୍ରଥମ ସପ୍ତାହରୁ ଅଭ୍ୟାସକୁ ଫେରିବେ ଭାରତୀୟ କୁସ୍ତିଯୋଦ୍ଧା

author img

By

Published : Jul 23, 2020, 3:31 PM IST

ଅଗଷ୍ଟ ପ୍ରଥମ ସପ୍ତାହରୁ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପାଇଁ ଆରମ୍ଭ ହୋଇପାରେ ଅଭ୍ୟାସ ଶିବିର । ଭାରତୀୟ କୁସ୍ତି ଫେଡେରେସନ(WFI) ପ୍ରସ୍ତୁତି ଚଳାଇଥିବା ଜଣାପଡିଛି ।

Wrestling Federation of India likely to start training camp
ଅଗଷ୍ଟ ପ୍ରଥମ ସୁପ୍ତାହରୁ ଅଭ୍ୟାସକୁ ଫେରିବେ ଭାରତୀୟ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଅଗଷ୍ଟ ପ୍ରଥମ ସପ୍ତାହରୁ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପାଇଁ ଆରମ୍ଭ ହୋଇପାରେ ଅଭ୍ୟାସ ଶିବିର । ଭାରତୀୟ କୁସ୍ତି ଫେଡେରେସନ(WFI) ପ୍ରସ୍ତୁତି ଚଳାଇଥିବା ଜଣାପଡିଛି ।

ଉଭୟ ପୁରୁଷ ଓ ମହିଳା କୁସ୍ତିଯୋଦ୍ଧା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଅଭ୍ୟାସକୁ ଫେରିବାର ସମ୍ଭାବନା ରହିଛି । ଏନେଇ କୁସ୍ତି ଫେଡେରେସନ ସହକାରୀ ସମ୍ପାଦକ ବିନୋଦ ତୋମାର ସ୍ପଷ୍ଟ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ 5ଟି ବର୍ଗର ଅଲମ୍ପିକ ପ୍ରସ୍ତୁତି କରୁଥିବା ଆଥେଲଟ ଓ ପରେ ଅନ୍ୟ ସମସ୍ତ କୁସ୍ତିଷ୍ଟାରଙ୍କୁ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରାଯିବା ନେଇ ଯୋଜନା ରହିଥିବା ତୋମାର କହିଛନ୍ତି ।

ପୁରୁଷ କୁସ୍ତିଯୋଦ୍ଧା ପାଇଁ ସୋନିପତ ଓ ମହିଳାଙ୍କ ପାଇଁ ଲକ୍ଷ୍ନୌରେ ଅଭ୍ୟାସ ଶିବିରର ବ୍ୟବସ୍ଥା କରାଯାଇଛି ।

ଭାରତୀୟ କୁସ୍ତିଯୋଦ୍ଧା 4ଟି ଓଜନ ବର୍ଗରେ ଅଲମ୍ପିକ ଯୋଗ୍ୟତା ହାସଲ କରିସାରିଛନ୍ତି । ପୁରୁଷ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ, ରବି ଦହିଆ(57 କିଲୋଗ୍ରାମ), ବଜରଙ୍ଗ ପୁନିଆ(65କିଲୋଗ୍ରାମ), ଦିପକ ପୁନିଆ(86 କିଲୋଗ୍ରାମ) ବର୍ଗରେ ଅଲମ୍ପିକ ଟିକେଟ ହାତେଇଛନ୍ତି । ଅନ୍ୟପଟେ ମହିଳାଙ୍କ ମଧ୍ୟରେ ଭିନେଶ ଫୋଗାଟ(53 କିଲୋଗ୍ରାମ) ବର୍ଗରେ ଯୋଗ୍ୟତା ହାସଲ କରିଛନ୍ତି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ କୁସ୍ତି ଅଭ୍ୟାସ ଶିବିର ଗତ ମାର୍ଚ୍ଚ ମାସରୁ ସ୍ଥଗିତ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.