ETV Bharat / sports

WFI Controversy: 6 ଦିନ ହେବ ଧାରଣାରେ କୁସ୍ତିଯୋଦ୍ଧା, ଆଜି ସୁପ୍ରିମକୋର୍ଟରେ ଶୁଣାଣି - ସୁପ୍ରିମକୋର୍ଟ କୁସ୍ତି ମହାସଂଘ ବିବାଦ ଶୁଣାଣି

କୁସ୍ତି ମହାସଂଘ ସଭାପତିଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି 6 ଦିନ ହେବ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଏହି ମାମଲାରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟଳୟ । ଅଧିକ ପଢନ୍ତୁ

ଧାରଣାରେ କୁସ୍ତିଯୋଦ୍ଧା
WFI Controversy
author img

By

Published : Apr 28, 2023, 10:53 AM IST

ନୂଆଦିଲ୍ଲୀ: ଗତ 6 ଦିନ ହେବ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ଟପ କୁସ୍ତିଯୋଦ୍ଧା । କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦ୍ବିତୀୟ ଥର ପାଇଁ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଆଜି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।

ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ କୁସ୍ତିଯୋଦ୍ଧା ଦେଇଥିବା ଏତଲାକୁ ଦିଲ୍ଲୀ ପୋଲିସ ପଞ୍ଜୀକରଣ କରୁନଥିବା ଅଭିଯୋଗ ହୋଇଥିଲା । 7ଟି ଏତଲା ଦିଆଯାଇଛି । ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଓ ସାକ୍ଷୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ହିଁ କେବଳ ନ୍ୟାୟ ଦେଇପାରିବେ ଆଶା କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଆଜି ଏହି ମାମଲାର ଶୁଣାଣି ହେବ । ପୂର୍ବରୁ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ଆବେଦନକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ଗଠିତ ବେଞ୍ଚ ଦିଲ୍ଲୀ ପୋଲିସକୁ ନୋଟିସ୍‌ କରିଥିଲେ । ଅଭିଯୋଗ ଗୁରୁତର ଏହାର ଆବଶ୍ୟକ ଶୁଣାଣି ବୋଲି କହିଥିଲେ । ଅନ୍ୟପକ୍ଷେ ଦିଲ୍ଲୀ ପୋଲିସ ମାମଲା ରୁଜ୍ଜୁ ପୂର୍ବରୁ ପ୍ରାଥମିକ ତଦନ୍ତ କରିବାକୁ ଚାହୁଁଥିବା ଏକ ରିପୋର୍ଟ ପ୍ରଦାନ କରିଛି । ସଲିସିଟର ତୁଷାର ମେହେଟା କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ମିଳିଲେ ପୋଲିସ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ଅଛି । ଉତ୍ତରରେ ମୁଖ୍ୟ ବିଚାରପତି କହିଛନ୍ତି, ଏହି ମାମଲାରେ ତୁରନ୍ତ ତଦନ୍ତର ଆବଶ୍ୟକତା ରହିଛି ।

ଏହା ବି ପଢନ୍ତୁ...Wrestlers Protest: ଚତୁର୍ଥ ଦିନରେ ଆନ୍ଦୋଳନ, ଧାରଣାସ୍ଥଳରେ କୁସ୍ତିଯୋଦ୍ଧାଙ୍କ ଅଭ୍ୟାସ

ଏହା ବି ପଢନ୍ତୁ...କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ବଢୁଛି ସମର୍ଥନ, ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଅଭିଯୋଗ ଆଣି ଦ୍ବିତୀୟ ଥର ପାଇଁ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ନ୍ୟାୟ ନମିଳିବା ଯାଏଁ ଧାରଣରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତିଯୋଦ୍ଧା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରୁ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି । ଗତକାଲି (ଗୁରୁବାର) ଆଇଓଏ ଅଧ୍ୟକ୍ଷା ପିଟି ଉଷାଙ୍କ ମନ୍ତବ୍ୟକୁ ନେଇ ନିରାଶ ହୋଇଥିଲେ କୁସ୍ତିଯୋଦ୍ଧା ।

ପିଟି ଉଷା କହିଥିଲେ, ''ଯୌନ ନିର୍ଯାତନା ଭଳି ଘଟଣା ପାଇଁ ଆଇଓଏର ଏକ କମିଟି ରହିଛି । ଏହି ଘଟଣାକୁ ନେଇ କୁସ୍ତାଯୋଦ୍ଧା ମାନେ ରାସ୍ତାରେ ଧାରଣା ଦେବା ପୂର୍ବରୁ ଆମ ପାଖକୁ ଆସିବାର ଥିଲା । କିନ୍ତୁ ସେମାନେ ଆଇଓଏ ପାଖକୁ ଆସିଲେ ନାହିଁ । ଏହି ସେମାନଙ୍କ ପାଇଁ ଭଲ ନୁହେଁ । ସେମାନେ କିଛି ଶୃଙ୍ଖଳା ରକ୍ଷା କରିବା ଉଚିତ୍‌ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.