ETV Bharat / sports

Wrestlers Protest: WFI ନିର୍ବାଚନ ସ୍ଥଗିତ, କୁସ୍ତି ମହାସଂଘ ପରିଚଳନା ପାଇଁ ଗଠନ ହେବ କମିଟି

ଦିଲ୍ଲୀର ଜନ୍ତର-ମନ୍ତର ଠାରେ ସୋମବାର ମଧ୍ୟ ଜାରି ରହିଥିଲା କୁସ୍ତିଯୋଦ୍ଧାଙ୍କ ଧାରଣା । ପ୍ରଥମ ଥର ପାଇଁ କୁସ୍ତିଯୋଦ୍ଧା ମାନେ ଦେଶବାସୀଙ୍କୁ ସମର୍ଥନ ମାଗିଛନ୍ତି । ତେବେ ଆଜି ଆପ ସାଂସଦ ସୁଶୀଲ ଗୁପ୍ତା ଓ କଂଗ୍ରେସ ନେତ୍ରୀ ନୀତା ଡି'ସୌଜା ଧାରଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ କଂଗ୍ରେସ ନେତ୍ରୀଙ୍କୁ ଧରି ଜୋରରେ କାନ୍ଦିବାକୁ ଲାଗିଲେ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ । ଅଧିକ ପଢ଼ନ୍ତୁ

ଦେଶବାସୀଙ୍କୁ ସମର୍ଥନ ମାଗିଲେ କୁସ୍ତିଯୋଦ୍ଧା
ଦେଶବାସୀଙ୍କୁ ସମର୍ଥନ ମାଗିଲେ କୁସ୍ତିଯୋଦ୍ଧା
author img

By

Published : Apr 24, 2023, 10:25 PM IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଲ୍ଲୀର ଜନ୍ତର-ମନ୍ତର ଠାରେ କୁସ୍ତିଯୋଦ୍ଧାଙ୍କ ଧାରଣା ଜାରି ରହିଛି । ତେବେ ଭାରତୀୟ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଆଜି (ସୋମବାର) ସେମାନଙ୍କ ନିକଟରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସୁଶୀଲ ଗୁପ୍ତା ଓ କଂଗ୍ରେସ ନେତ୍ରୀ ନୀତା ଡି'ସୌଜା ପହଞ୍ଚିଥିଲେ । ଏହି ସମୟରେ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କଂଗ୍ରେସ ନେତ୍ରୀ ନୀତାଙ୍କୁ ଧରି ଜୋରରେ କାନ୍ଦିବାକୁ ଲାଗିଥିଲେ । ତେବେ କୁସ୍ତିଯୋଦ୍ଧା ମାନେ କୁସ୍ତି ମହାସଂଘ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେମାନେ ସହିତ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ଓ ସେମାନଙ୍କୁ ନ୍ୟାୟ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଧାରଣାରତ କୁସ୍ତିଯୋଦ୍ଧା ।

  • देश की शान बढ़ाने वाली इन बेटियों के साथ गलत हुआ, गलत के खिलाफ सबने आवाज़ उठायी, लेकिन इन्हें क्या मिला?

    जहां न्याय मिलना चाहिए था, वहाँ आंसू मिले और प्रधानमंत्री जी और उनकी मंडली, जो महिला सुरक्षा पर बड़े बड़े जुमले देते हैं वह बीजेपी सांसद बृज भूषण शरण सिंह को बचाने के लिए चुप… pic.twitter.com/txTOmfs01h

    — Netta D'Souza (@dnetta) April 24, 2023 " class="align-text-top noRightClick twitterSection" data=" ">

ଦେଶବାସୀଙ୍କୁ ସମର୍ଥନ ମାଗିଲେ କୁସ୍ତିଯୋଦ୍ଧା: ଜନ୍ତର-ମନ୍ତର ଠାରେ ଧାରଣା ଜାରି ରହିଥିବା ବେଳେ କୁସ୍ତିଯୋଦ୍ଧା ମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କୁସ୍ତି ମହାସଂଘ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ଠାରୁ ବାରମ୍ବାର ବୟାନ ନିଆଯାଉଛି, କିନ୍ତୁ ଏବେ ପର୍ଯ୍ୟନ୍ତ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ଯେ ପର୍ଯ୍ୟନ୍ତ ବ୍ରିଜଭୂଷଣଙ୍କୁ ପୋଲିସ ଗିରଫ କରିନି, ସେପର୍ଯ୍ୟନ୍ତ ସଠିକ ତଦନ୍ତ ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି । ତେବେ ପୂର୍ବରୁ ଏହିଭଳି ଧାରଣା ଦେଇ କୁସ୍ତିଯୋଦ୍ଧା ମାନେ ଚାଲିଯାଇଥିଲେ । କିନ୍ତୁ ଏବେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏନେଇ ଦେଶବାସୀଙ୍କ ସମର୍ଥନ ମଧ୍ୟ ମାଗିଛନ୍ତି କୁସ୍ତିଯୋଦ୍ଧା । ଏହା କେବଳ କୁସ୍ତିଯୋଦ୍ଧାଙ୍କ ଲଢ଼େଇ ନୁହେଁ, ସମସ୍ତ ପ୍ରକାର ଖେଳ ସହିତ ଜଡ଼ିତ ଖେଳାଳିଙ୍କ ପାଇଁ ଲଢ଼େଇ ବୋଲି ସେମାନେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବିରୋଧି: ଜନ୍ତର-ମନ୍ତରରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ପହଞ୍ଚିଥିବା ଆପ ସାଂସଦ ସୁଶୀଲ ଗୁପ୍ତା ନିଜ ଟ୍ବିଟରରେ ଲେଖିଛନ୍ତି, "ଏହି କୁସ୍ତିଯୋଦ୍ଧା ମାନେ ଦେଶ ପାଇଁ ଅନେକ ମେଡଲ ଜିତିଛନ୍ତି । ସାରା ବିଶ୍ବରେ ଏମାନେ ଭାରତକୁ ଗର୍ବିତ କରାଇଛନ୍ତି । କିନ୍ତୁ ଏମାନେ ଦୀର୍ଘଦିନରୁ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି, ସେପଟେ କେନ୍ଦ୍ର ସରକାର ଏମାନଙ୍କ ନାର୍ଯ୍ୟ ଦାବିକୁ ମଧ୍ୟ ଅଣଦେଖା କରୁଛନ୍ତି ।" ସେହିଭଳି କଂଗ୍ରେସ ନେତ୍ରୀ ନୀତା ଡି'ସୌଜା ଲେଖିଛନ୍ତି, "ଦେଶର ସମ୍ମାନ ବଢ଼ାଉଥିବା ଏହି ଝିଅ ମାନଙ୍କ ପ୍ରତି ଅନ୍ୟାୟ ହୋଇଛି । ଅନ୍ୟାୟ ବିରୋଧରେ ସମସ୍ତେ ସ୍ବର ଉଠାଇଲେ । ହେଲେ ସେମାନଙ୍କୁ ମିଳିଲା କଣ ? ଯେଉଁଠାରୁ ନ୍ୟାୟ ମିଳିବା କଥା, ସେହିଠାରୁ ଏମାନଙ୍କୁ କେବଳ ଦୁଃଖ ମିଳିଛି । ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ମହିଳାଙ୍କୁ ସୁରକ୍ଷା ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ନିଜ ଦଳର ସାଂସଦ ବ୍ରିଜଭୂଷଣଙ୍କୁ ସୁରକ୍ଷା ଦେବାକୁ ଚୁପ ବସିଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.