ETV Bharat / sports

ଜେଲରେ ଟିଭି ଡିମାଣ୍ଡ କଲେ ସୁଶୀଲ କୁମାର - ତିହାଡ଼ ଜେଲରେ ଶୁଶୀଲ କୁମାର

କୁସ୍ତି ଖେଳାଳୀ ସାଗର ଧନକରଙ୍କ ହତ୍ୟା ଅଭିଯୋଗରେ ତିହାଡ଼ ଜେଲରେ ରହିଛନ୍ତି ଭାରତୟୀ କୁସ୍ତି ତାରକା ସୁଶୀଲ କୁମାର । ଜେଲରେ ଏକାଏକା ଲାଗୁଥିବାରୁ ବର୍ତ୍ତମାନ ସେ ଜେଲ କର୍ତ୍ତୃପକ୍ଷରୁ ଏକ ଟିଭି ଦେବାକୁ ଡିମାଣ୍ଡ କରିଛନ୍ତି । ଅଧିକ ପଢ଼ନ୍ତୁ...

wrestler sushil kumar demands a tv in tihar jail
ଜେଲରେ ଶୁଶୀଲ କୁମାରଙ୍କ ଟିଭି ଡିମାଣ୍ଡ
author img

By

Published : Jul 4, 2021, 4:31 PM IST

ନୂଆଦିଲ୍ଲୀ: କୁସ୍ତି ଖେଳାଳୀ ସାଗର ଧନକରଙ୍କ ହତ୍ୟା ଅଭିଯୋଗରେ ତିହାଡ଼ରେ ଜେଲରେ ରହିଛନ୍ତି ଭାରତୟୀ କୁସ୍ତି ତାରକା ସୁଶୀଲ କୁମାର । ଜେଲରେ ଏକାଏକା ଲାଗୁଥିବାରୁ ବର୍ତ୍ତମାନ ସେ ଜେଲ କର୍ତ୍ତୃପକ୍ଷରୁ ଏକ ଟିଭି ଦେବାକୁ ଡିମାଣ୍ଡ କରିଛନ୍ତି । ଏହାକୁ ନେଇ ସେ ଜେଲ ପ୍ରଶାସନକୁ ଏକ ପତ୍ର ଲେଖିଛନ୍ତି ।

wrestler sushil kumar demands a tv in tihar jail
ଜେଲରେ ଶୁଶୀଲ କୁମାରଙ୍କ ଟିଭି ଡିମାଣ୍ଡ

ଏହାପୂର୍ବରୁ ସୁଶୀଲ କୁମାର ତାଙ୍କୁ ପ୍ରୋଟିନ ଡାଏଟ ଯୋଗାଇ ଦେବାକୁ ମଧ୍ୟ ଦାବି କରିଥିଲେ । ଏହି ଦୁଇଟି ଦାବିକୁ ନେଇ ଜେଲ କର୍ତ୍ତୃପକ୍ଷ ବିଚା କରୁଥିବା ଜଣା ପଡ଼ିଛି । ତିହାଡ଼ ଜେଲ ମାନୁଆଲ ଅନୁଯାୟୀ ତାଙ୍କୁ ଟିଭି ଯୋଗାଇ ଦିଆଯାଇ ପାରିବ । କିନ୍ତୁ ସମସ୍ତ ପରିସ୍ଥିତିର ଅନୁଧ୍ୟାନ ପରେ ଏହା ଉପରେ ଚୁଡ଼ାନ୍ତ ନିଷ୍ପତି ହେବା ନେଇ ସୂଚନା ମିଳିଛି ।

ତିହାଡ଼ ଜେଲ ହେଡକ୍ବାର୍ଟରକୁ ଶୁଶୀଲ କୁମାରଙ୍କ ଦାବି ସମ୍ପର୍କରେ ଅବଗତ କରାଯାଇଛି । ଜେଲ କର୍ତ୍ତୃପକ୍ଷଙ୍କୁ ଲେଖିଥିବା ଚିଠିରେ ସୁଶୀଲ କହିଛନ୍ତ ଯେ, ଏକାକୀ ତାଙ୍କ ମନ ବିଚଳିତ ହେଉଛି । ଏଣୁ ତାଙ୍କୁ ଏକ ଟିଭି ଓ ଯୋଗାଇ ଦିଆଯାଉ ।

କିଛିଦିନ ପୂର୍ବରୁ ସାଗର ଧନକର ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ସୁଶୀଲ କୁମାରଙ୍କୁ ଗିରଫ କରିଥିଲା ପୋଲିସ । ଏହାପରେ ତାଙ୍କୁ ମଣ୍ଡୋଲୀ ଜେଲକୁ ପଠାଇ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ତିହାଡ଼ର ଜେଲ ନମ୍ବର 2କୁ ସ୍ଥାନାନ୍ତର କରାଯାଇଛି । ସାଧାରଣତଃ ଗୋଟିଏ ଜେଲରେ ଦୁଇରୁ ତିନି ଜଣ କଏଦୀଙ୍କୁ ରଖାଯାଏ । କିନ୍ତୁ ସୁଶୀଲ କୁମାରଙ୍କୁ ଏକାକୀ ଗୋଟିଏ ଜେଲରେ ବନ୍ଦ କରାଯାଇଛି ।

ଜେଲରେ ସୁଶୀଲ କୁମାରଙ୍କୁ କୌଣସି ବିଶେଷ ସୁବିଧା ଦିଆଯାଉନାହିଁ । ଜେଲ ଖାଦ୍ୟ ହିଁ ତାଙ୍କୁ ଯୋଗାଇ ଦିଆଯାଉଛି । ତେବେ ତାଙ୍କ ଖାଇବା ଖୋରାକକୁ ବୃଦ୍ଧି କରିଛନ୍ତି ତିହାଡ଼ ଜେଲ କର୍ତ୍ତୃପକ୍ଷ । ଖାଦ୍ୟ ଯେଭଳି ନଷ୍ଟ ନହେବ ଏଥିପାଇଁ ଜେଲରେ ଅନ୍ୟ କଏଦୀଙ୍କୁ ସାଧାରଣତଃ କମ ଖାଇବା ଦିଆଯାଏ । କିନ୍ତୁ ସୁଶୀଲ କୁମାରଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଇ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.