ନୂଆଦିଲ୍ଲୀ: ଭାରତୀୟ କୁସ୍ତି ଯୋଦ୍ଧା ବବିତା ଫୋଗାଟ ସୋମବାର ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ତାଙ୍କ ପିତା ତଥା କୋଚ ମହାବୀର ଫୋଗାଟ ମଧ୍ୟ ପଦ୍ମ ଗାଡିଆରେ ସାମିଲ ହୋଇଛନ୍ତି ।
ମହାବୀର ଫୋଗାଟ ହରିୟାଣାରେ ନଗବଠିତ ରାଜନୈତିକ ଦଳ ଜନନାୟକ ଜନତା ପାର୍ଟି(ଜେଜେପି) ଛାଡି ଦେଇଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିି୍ଜୁଙ୍କ ଉପସ୍ଥିତିରେ ଉଭୟେ ବିଜେପିରେ ସାମିଲ ହୋଇଛନ୍ତି।
ଏହି ଅବସରରେ କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ କୋଚ ମହାବୀର ଫୋଗାଟଙ୍କୁ ପ୍ରଶାଂସ କରିଥିଲେ । ବବିତାଙ୍କୁ ପ୍ରଶଂସା କରି ରିଜ୍ଜୁ କହିଥିଲେ ଯେ, ସେ ଜଣେ ଯୁବ ଖେଳାଳୀ । ବିଶ୍ବସ୍ତରରେ ସବୁବେଳେ ଭାରତକୁ ଗର୍ବିତ କରିଛନ୍ତି । ଏଥିସହ ସେ ଯୁବପୀଢିଙ୍କୁ ପ୍ରେରଣା ଦେଇ ଆସିଛନ୍ତି । ପାର୍ଟିରେ ଯୋଗଦେଲା ପରେ ବି ଖେଳଜଗତକୁ ଆଗକୁ ବଢାଇବା ପାଇଁ ବି ସେ ଖେଳିବେ । ମୁଁ ଖେଳମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସବୁବେଳେ ସାହାଯ୍ୟ କରିବି ।
ସୂଚନାଥାଉକି, ବିବିତା 2014 ଓ 2018 ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରି ଦେଶକୁ ଗୌରବନ୍ବିତ କରିଥିଲେ । ଏହା ପୂର୍ବରୁ ସେ 2012 ବିଶ୍ବ କୁସ୍ତି ଚମ୍ପିଆନସିପ୍ରେ କାଂସ୍ୟ ପଦକ ହାସଲ କରିଥିଲେ ।