ETV Bharat / sports

ସ୍ପଷ୍ଟୀକରଣ ନଆସିଲେ, IOA ଆର୍ଥିକ ନିଷ୍ପତ୍ତିରେ ହେବି ନାହିଁ ସାମିଲ: ବତ୍ରା - ନରିନ୍ଦର ବତ୍ରା

ଛିଣ୍ଡୁନି ଇଣ୍ଡିଆନ ଅଲିମ୍ପିକ୍ ଆସୋସିଏସନର ବିବାଦ । ନରିନ୍ଦର ବତ୍ରା ପୁଣି ରାଜୀବ ମେହେତାଙ୍କୁ ଲେଖିଲେ ଚିଠି । ମାଗିଲେ ଅଗଷ୍ଟ 2019 ଆର୍ଥିକ ବିଲର ସ୍ପଷ୍ଟୀକରଣ । ଅଧିକ ପଢ଼ନ୍ତପୁ...

Won't get involved,  IOA's finances, Batra demands clarity, Narinder Batra, ସ୍ପଷ୍ଟୀକରଣ ମାଗିଲେ ବତ୍ରା, IOA ଆର୍ଥିକ ନିଷ୍ପତ୍ତିରେ ହେବି ନାହିଁ ସାମିଲ, ନରିନ୍ଦର ବତ୍ରା, ରାଜୀବ ମେହେତା
ସ୍ପଷ୍ଟୀକରଣ ନଆସିଲେ, IOA ଆର୍ଥିକ ନିଷ୍ପତ୍ତିରେ ହେବି ନାହିଁ ସାମିଲ: ବତ୍ରା
author img

By

Published : Jul 15, 2020, 1:51 AM IST

ନୂଆ ଦିଲ୍ଲୀ: ଇଣ୍ଡିଆନ ଅଲିମ୍ପିକ୍ ଆସୋସିଏସନ୍ (IOA)ର ଅଧ୍ୟକ୍ଷ ନରିନ୍ଦର ବତ୍ରା କହିଛନ୍ତି ଯେ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ବଚ୍ଛତା ଏବଂ ସ୍ପଷ୍ଟତା ନଆସିଛି ସେ କୌଣସି ଆର୍ଥିକ ନିଷ୍ପତ୍ତିରେ ଜଡିତ ହେବେ ନାହିଁ। IOA ସେକ୍ରେଟେରୀ ଜେନେରାଲ ରାଜୀବ ମେହେତାଙ୍କୁ ଲେଖିଥିବା ଏକ ପତ୍ରରେ ବତ୍ରା କହିଛନ୍ତି ଯେ ଅଗଷ୍ଟ 2019ରେ ଦିଆଯାଇଥିବା ଦେୟ ବିଷୟରେ ସେ ଉଠାଇଥିବା ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ଚାହୁଁଛନ୍ତି।

‘‘ନୈତିକ ଆୟୋଗର ଦେୟ ସମ୍ବନ୍ଧରେ ଅଗଷ୍ଟ 2019 ରେ, ଯେତେବେଳେ ମୁଁ IOA ଅଧ୍ୟକ୍ଷ ଭାବରେ ଅସମ୍ପୂର୍ଣ୍ଣ /ସନ୍ଦେହଜନକ ବିଲ୍ ସମ୍ବନ୍ଧରେ କିଛି ଦେୟ ଉପରେ ଆପତ୍ତି /ପ୍ରଶ୍ନ ପଚାରିଥିଲି, ଆପଣ (ସେକ୍ରେଟେରୀ ଜେନେରାଲ୍), କୋଷାଧ୍ୟକ୍ଷ ଏବଂ ଚେୟାର ଫାଇନାନ୍ସ କମିଟି ମୋ ନାମକୁ ଦେୟ ଅନୁମୋଦନ ନୋଟରୁ ହଟାଇ ଦେଇଥିଲେ,’’ ବୋଲି ଜୁଲାଇ 13 ତାରିଖର ଚିଠିରେ ବତ୍ରା କହିଛନ୍ତି।

‘‘ମୁଁ ପରେ ଆପଣଙ୍କୁ ଏହା ସ୍ପଷ୍ଟ କରିଥିଲି ଯେ ମୁଁ IOA ବାଲାନ୍ସ ସିଟ୍ / IOA ର ଆକାଉଣ୍ଟ 01.04.2019 ରୁ 31.03.2020 ପର୍ଯ୍ୟନ୍ତ ଦସ୍ତଖତ କରିବି ନାହିଁ କାରଣ ଆପଣ, କୋଷାଧ୍ୟକ୍ଷ ଏବଂ ଅର୍ଥ କମିଟି ମତେ (ପାଖାପାଖି) 31.00 ଲକ୍ଷ ଟଙ୍କା ସହ ଜଡ଼ିତ ସନ୍ଦେହଜନକ ବିଲ୍ ଜନିତ ପ୍ରଶ୍ନର ସ୍ପଷ୍ଟୀକରଣ ନଦେବାବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ମୁଁ IOA ର ଆର୍ଥିକ ବିଷୟ ଉପରେ ବିଶେଷ ସ୍ପଷ୍ଟୀକରଣ ନହେବା ପର୍ଯ୍ୟନ୍ତ ଏବଂ ବିଶେଷତଃ ଅଗଷ୍ଟ 2019ର ସନ୍ଦେହଜନକ ବିଲ୍ ବିଷୟରେ ଯାହା ଉପରେ ମୁଁ ସ୍ପଷ୍ଟୀକରଣ ମାଗିଥିଲି, ସେପର୍ଯ୍ୟନ୍ତ ମୁଁ IOA ଉପରେ ଆର୍ଥିକ ନିଷ୍ପତ୍ତିରେ ଜଡିତ ହେବି ନାହିଁ ।

ମେହେତାଙ୍କ ନିକଟକୁ ପଠାଯାଇଥିବା ଏକ ଚିଠିର ଉତ୍ତରରେ ବତ୍ରା ଉତ୍ତର ଦେଇଥିଲେ ଯେଉଁଥିରେ IOA ଏହାର ନୈତିକ ଆୟୋଗର ସଦସ୍ୟମାନଙ୍କୁ ଦେୟ ସର୍ତ୍ତାବଳୀ ଚୂଡାନ୍ତ କରିବାକୁ ପଡିବ ବୋଲି କହିଥିଲେ। ଗତ କିଛି ସପ୍ତାହ ମଧ୍ୟରେ ବତ୍ରାଙ୍କ ନୈତିକତା ଆୟୋଗର ପରିଚାଳନାକୁ ନେଇ ଏହି ଯୋଡି ମଧ୍ୟରେ ବିବାଦ ଲାଗି ରହିଥିଲା।

ମେହେତା ପୂର୍ବରୁ ନୈତିକ ଆୟୋଗକୁ ବିଲୋପ କରିବାକୁ ବତ୍ରାଙ୍କ ନିଷ୍ପତ୍ତିକୁ ବେଆଇନ ବୋଲି ବର୍ଣ୍ଣନା କରିଥିଲେ। ଚଳିତ ବର୍ଷ ମେ 19 ରେ, ବତ୍ରା ନୈତିକ ଆୟୋଗକୁ ବିଲୋପ କରିବାକୁ ନିଷ୍ପତ୍ତି ନେଇଥିଲା।

ମେହେତାଙ୍କ ପ୍ରଶ୍ନ ପରେ ବତ୍ରା ସ୍ପଷ୍ଟ କରିଛନ୍ତି ଯେ IOA ସମ୍ବିଧାନ ଅନୁଯାୟୀ ଆୟୋଗର ସଦସ୍ୟ ନିଯୁକ୍ତ କିମ୍ବା ଅପସାରଣ କରିବାର ଅଧିକାର ତାଙ୍କର ଅଛି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.