ETV Bharat / sports

World Wrestling Championships: ବ୍ରୋଞ୍ଜ ଜିତିଲେ ଭିନେଶ, 2ଟି ପଦକ ଜିତିବାରେ ପ୍ରଥମ ମହିଳା

author img

By

Published : Sep 15, 2022, 8:48 AM IST

Updated : Sep 15, 2022, 1:42 PM IST

ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପରେ 53 କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭିନେଶ ଫୋଗଟ । ବିଶ୍ବ ଚମ୍ପିଆନସିପରେ 2ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ଭିନେଶ । ଅଧିକ ପଢନ୍ତୁ

World Wrestling Championships: ବ୍ରୋଞ୍ଜ ଜିତିଲେ ଭିନେଶ

ବେଲଗ୍ରେଡ: ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପରେ ଚମକିଲେ ଭିନେଶ ଫୋଗଟ । ମହିଳା ଫ୍ରିଷ୍ଟାଇଲ 53 କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିବା ସହ ବିଶ୍ବ ଚମ୍ପିଆନସିପରେ 2ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇଛନ୍ତି ଭିନେଶ ଫୋଗାଟ । ମୁକାବିଲାରେ ସ୍ବିଡେନର ଇମା ଜୋନ୍ନା ମାଲମଗ୍ରେନଙ୍କୁ 8-0ରେ ପରାସ୍ତ କରି ସଫଳତା ପାଇଛନ୍ତି । ବିଶ୍ବ ଚମ୍ପିଆନସିପରେ ଭିନେଶଙ୍କର ଏହା ଦ୍ବିତୀୟ କାଂସ୍ୟ ପଦକ ।

ଏହା ପୂର୍ବରୁ 2019ରେ ସଂସ୍କରଣରେ କାଜଖସ୍ତାନର ନୁନ ସୁଲତାନରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ମଙ୍ଗଳବାର ଅନୁଷ୍ଠିତ ବ୍ରୋଞ୍ଜ ମେଡାଲ ରାଉଣ୍ଡରେ ମାଙ୍ଗୋଲିଆର ଖୁଲାନ ବଟଖ୍ୟୁଗାଙ୍କଠୁ 7-0ରେ ପରାସ୍ତ ହୋଇଥିଲେ ମାତ୍ର ଏହାପରେ ଏକ ଜବରଦସ୍ତ କମବ୍ୟାକ କରିଥିଲେ । ବଟଖ୍ୟୁଗା ଫାଇନାଲରେ ପହଞ୍ଚିଥିଲେ । ଏସିଆ ଚମ୍ପିଆନସିପରେ ରୌପ୍ୟ ଜିତିଥିଲେ ବଟଖ୍ୟୁଗା । ବଟଖ୍ୟୁଗାଙ୍କଠୁ ହାରିବା ପରେ ଭିନେଶଙ୍କୁ ରିପିଚେଜ ରାଉଣ୍ଡ ଖେଳିବାକୁ ସୁଯୋଗ ମିଳିଥିଲା । ରିପିଚେଜ ମୁକାବିଲାର ପ୍ରଥମ ରାଉଣ୍ଡରେ କାଜାଖସ୍ତାନର ଝୁଲିଡିଜ ଏସିମୋଭାଙ୍କୁ ଫଲ୍ ସହିତ 4-0ରେ ପରାସ୍ତ କରିଥିଲେ । ପରବର୍ତ୍ତୀ ଲଢେଇରେ ଆଜାରବୈଜାନର ଲୈଲା ଗୁରବାନୋଭା ଆହତ କାରଣରୁ ଅଂଶଗ୍ରହଣ ନ କରିବାରୁ ଭିନେଶ ବ୍ରୋଞ୍ଜ ମୁକାବିଲା ରାଉଣ୍ଡରେ ପହଞ୍ଚିଥିଲେ । ଏହାପରେ ସ୍ବିଡେନର ଇମା ଜୋନ୍ନା ମାଲମଗ୍ରେନଙ୍କୁ ହରାଇ କାଂସ୍ୟ ପଦକ ଜିତିଛନ୍ତି ଭିନେଶ ।

ଏହି ବି ପଢନ୍ତୁ...India vs Eng Women's T20I - ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ଆଜି (ଗୁରୁବାର) 68 ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବେ ନିଶା ଦହିୟା । କ୍ବାର୍ଟର ଫାଇନାଲରେ ବୁଲଗେରିଆର ସୋଫିଆ ଜର୍ଜିଭାଙ୍କୁ 11-0ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ ନିଶା । ସେମି ମୁକାବିଲାରେ ଜାପାନର ଜୁନିୟର ବିଶ୍ବ ଚମ୍ପିଅନସିପର ଚମ୍ପିଆନ ଆମି ଇଶିଙ୍କଛୁ 4-5ରେ ହାରିଯାଇଥିଲେ ।

ବିଶ୍ବ କୁସ୍ତି ଚମ୍ପିଆନସିପରେ 2ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଭିନେଶ ଫୋଗଟ । ପୂର୍ବରୁ 2019 ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିଲେ । ନିକଟରେ ବର୍ମିଂହାମରେ ଶେଷ ହୋଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଭିନେଶ ଫୋଗଟ ।

Last Updated : Sep 15, 2022, 1:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.