ETV Bharat / sports

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ: ରୌପ୍ୟରେ ଚମକିଲେ ରାଣୀ

author img

By

Published : Oct 14, 2019, 1:45 AM IST

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ 48 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଇତିହାସ ରଚିଲେ 20 ବର୍ଷିୟା ଯୁବ ଭାରତୀୟ ବକ୍ସର ମଞ୍ଜୁ ରାଣୀ ।

ଫଟୋ ସୌଜନ୍ୟ: twitter@BFI_official

ହାଇଦ୍ରାବାଦ: ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ ଇତିହାସ ରଚିଲେ ହରିୟାଣାର 20 ବର୍ଷିୟା ବକ୍ସର ମଞ୍ଜୁ ରାଣୀ । 48 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ।

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ ଏକମାତ୍ର ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଥିଲେ ମଞ୍ଜୁ ରାଣୀ । ତେବେ ଫାଇନାଲ ମୁକାବିଲାରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛନ୍ତି । ଫଳରେ ରାଣୀଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।

48 କିଲୋଗ୍ରାମ ବର୍ଗରେ ରୁଷିଆର ଏକତାରିନା ପଲଟକେଭାଙ୍କ ସହ ରାଣୀ ମୁହାଁମୁହିଁ ହୋଇଥିଲେ । ମ୍ୟାଚ ଆରମ୍ଭର ପ୍ରଥମ 3 ମିନିଟରେ ଏକତାରିନା ପଏଣ୍ଟରେ ଆଗୁଆ ହୋଇଥିଲେ । ଫଳରେ ରାଣୀଙ୍କୁ 1-4 ପଏଣ୍ଟରେ ପରାସ୍ତ ହେବାକୁ ପଡିଥିଲା ।

ପୂର୍ବରୁ ମେରି କମ(51 କିଲୋଗ୍ରାମ), ଯମୁନା ବୋରୋ(54 କିଲୋଗ୍ରାମ) ଓ ଲଭଲିନା ବୋରଗହେନ 69କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

Intro:Body:

GHH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.