ETV Bharat / sports

World Dwarf Games: ଇତିହାସ ରଚିଲେ ମାର୍କ ଧର୍ମାଇ, ପ୍ରଥମ ଭାରତୀୟ ଭାବେ ୱାର୍ଲ୍ଡ ଡ୍ବାର୍ଫ ଗେମ୍ସରେ ଜିତିଲେ ସ୍ୱର୍ଣ୍ଣ - ୱାର୍ଲ୍ଡ ଡ୍ବାର୍ଫ ଗେମ୍ସ

ଜର୍ମାନୀରେ ଜାରି ରହିଥିବା ୱାର୍ଲ୍ଡ ଡ୍ବାର୍ଫ ଗେମ୍ସରେ ପାରାଅଲିମ୍ପିଆନ୍‌ ଆଥ୍‌ଲେଟ୍ ମାର୍କ ଧର୍ମାଇ ଜିତିଲେ ସ୍ବର୍ଣ୍ଣ । ପ୍ରଥମ ଭାରତୀୟ ଭାବେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି ମାର୍କ ଧର୍ମାଇ । ଅଧିକ ପଢ଼ନ୍ତୁ

ଇତିହାସ ରଚିଲେ ମାର୍କ ଧର୍ମାଇ
ଇତିହାସ ରଚିଲେ ମାର୍କ ଧର୍ମାଇ
author img

By ETV Bharat Odisha Team

Published : Sep 10, 2023, 5:48 PM IST

ବର୍ଲିନ୍‌: ଭାରତୀୟ କ୍ରୀଡା ଜଗତରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଜର୍ମାନୀରେ ଜାରି ରହିଥିବା ୱାର୍ଲ୍ଡ ଡ୍ବାର୍ଫ ଗେମ୍ସରେ ପାରାଅଲିମ୍ପିଆନ୍‌ ଆଥ୍‌ଲେଟ୍ ମାର୍କ ଧର୍ମାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି ମାର୍କ ଧର୍ମାଇ । ଜର୍ମାନୀରେ ଖେଳାଯାଇଥିବା ବିଶ୍ବ ଡ୍ବାର୍ଫ ଗେମ୍ସରେ ଭାରତ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିବାର କୃତିତ୍ତ୍ବ ହାସଲ କରିଛି ।

ଏଠାରେ ଖେଳାଯାଇଥିବା ବୋସ୍କିୟା (ଡବଲ୍ସ) ପ୍ରତିଯୋଗିତାରେ ମାର୍କ ଧର୍ମାଇ ଭାରତକୁ ଏହି ସ୍ବର୍ଣ୍ଣ ଭେଟି ଦେଇଛନ୍ତି । ଏହି ବିଜୟ ସହ ୱାର୍ଲ୍ଡ ଡ୍ବାର୍ଫ ଗେମ୍ସରେ ଭାରତର ସ୍ବର୍ଣ୍ଣିମ ଯାତ୍ରା ଆରମ୍ଭ ହୋଇଛି । ଧର୍ମାଇ ମଧ୍ୟ ଏହି ପ୍ରତିଯୋଗିତାରେ ଆହୁରି ୪ଟି ପଦକ ହାସଲ କରିବାର ସଫଳତା ପାଇଛନ୍ତି ଏବଂ କ୍ରୀଡ଼ା ଜଗତର ଇତିହାସ ପୃଷ୍ଠାରେ ନିଜ ନାମକୁ ସ୍ବର୍ଣ୍ଣିମ ଅକ୍ଷରରେ ଲେଖିବାରେ ସଫଳ ହୋଇଛନ୍ତି । ମାର୍କ ଧର୍ମାଇ ଡିସ୍କସ୍ ଥ୍ରୋ', ବ୍ୟାଡମିଣ୍ଟନ୍ (ଡବଲ୍ସ), ବ୍ୟାଡମିଣ୍ଟନ୍ (ସିଙ୍ଗଲ୍ସ) ଏବଂ ଜାଭେଲିନ୍ ଥ୍ରୋ'ରେ ବ୍ରୋଞ୍ଜ ଓ ରୌପ୍ୟ ପଦକ ଜିତିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...IBSA World Games: ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତୀୟ ମହିଳା ଦଳ

ଚଳିତ ୱାର୍ଲ୍ଡ ଡ୍ବାର୍ଫ ଗେମ୍ସରେ ୨୨ଟି ଦେଶରୁ ମୋଟ ୫୦୫ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଶାରୀରିକ ଅକ୍ଷମତା ସତ୍ତ୍ବେ ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ବିଶ୍ବକୁ ଚକିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଭାରତୀୟ ମାର୍କ ଧର୍ମାଇ ଅନ୍ୟତମ । ମାର୍କ ଧର୍ମାଇ ଏହି ପ୍ରତିଯୋଗିତାରେ ପ୍ରଥମ କରି ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ପୂର୍ବରୁ ଅନ୍ୟ କୌଣସି ଭାରତୀୟ ମଧ୍ୟ ଏଠାରେ ସ୍ବର୍ଣ୍ଣ ଜିତିବାର ସଫଳତା ହାସଲ କରିନଥିଲେ । ମହାରାଷ୍ଟ୍ରର ମୁମ୍ବାଇ ବାନ୍ଦ୍ରାରେ ହେଉଛି ଧର୍ମାଇଙ୍କ ଘର । ବାନ୍ଦ୍ରା ଜିମଖାନାରେ ଧର୍ମାଇ ନିୟମିତ ଅଭ୍ୟାସ କରନ୍ତି । ତେବେ ତାଙ୍କର ଏହି ସଫଳତା ପରେ ବାନ୍ଦ୍ରା ଜିମଖାନା ମାର୍କ ଧର୍ମାଇଙ୍କୁ ଲାଇଫଟାଇମ୍ ମେମ୍ବରସିପ୍ ଅର୍ଥାତ୍ ଆଜୀବନ ସଦସ୍ୟତା ପ୍ରଦାନ କରିଛି ।

ପିଲାଟି ଦିନରୁ ମାର୍କ୍‌ ଧର୍ମାଇ କ୍ରୀଡା ପ୍ରତି ଆକର୍ଷିତ ହୋଇଥିଲେ । ୨୦୦୪ରେ ପ୍ରଥମ କରି ପାରାଅଲିମ୍ପିକ୍ ଗେମ୍ସରେ ଅଂଶଗ୍ରହଣ କରିଥିଲେ । ସେଥିରେ ସେ ୪୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ତାଙ୍କର ଉଲ୍ଲେଖନୀୟ ଯାତ୍ରା ଆରମ୍ଭ ହୋଇଥିଲା । ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରି ସେ କ୍ରୀଡ଼ା ଜଗତରେ ଅନେକ କୀର୍ତ୍ତିମାନ ହାସଲ କରିଛନ୍ତି । ୨୦୧୦ରେ କମନ ୱେଲ୍‌ଥ୍ ଗେମ୍ସରେ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ ୨୦୧୨ରେ ଲଣ୍ଡନ ପାରାଅଲିମ୍ପିକ୍ସରେ ୪X୪୦୦ ମିଟର ରିଲେ ରେସରେ ରୌପ୍ୟ ପଦକ ହାସଲ କରିଥିଲେ ଧର୍ମାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.