ହାଇଦ୍ରାବାଦ: ପଦ୍ମଶ୍ରୀ ବଜରଙ୍ଗ ପୁନିଆ କୁସ୍ତି ଯୋଦ୍ଧା ସଙ୍ଗୀତା ଫୋଗଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବୁଧବାର ଦିନ 8ଟି ଫେରା ସହ ଜନ୍ମ ଜନ୍ମର ସାଥି ଭାବେ ସଙ୍ଗୀତା ଫୋଗଟଙ୍କ ହାତ ଧରିଛନ୍ତି ବଜରଙ୍ଗ ପୁନିଆ । ଦଙ୍ଗଲ ଗର୍ଲ ଗୀତା-ବିବାତାଙ୍କ ସାନ ଭଉଣୀ ହେଉଛନ୍ତି ସଙ୍ଗୀତା । ତେବେ 7ଫେରା ବଦଳରେ ଅଷ୍ଟମ ଫେରା ବେଟି ବଞ୍ଚାଅ ଅଭିଯାନକୁ ପ୍ରସୟ ଦେବା ପାଇଁ ନେଇଛନ୍ତି ।
ଏଥିସହ ଏହି କୁସ୍ତିଯୋଦ୍ଧା ନବଦମ୍ପତି ବୃକ୍ଷାରୋପଣ ମଧ୍ୟ କରି ସାମଜକୁ ଏକ ଭଲ ସନ୍ଦେଶ ଦେଇଛନ୍ତି । ତେବେ ଉଭୟଙ୍କ ବିବାହ ସାଧାରଣ ଓ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି । ଆହୁରି ମଧ୍ୟ ବଜରଙ୍ଗ ପୁନିଆ ବିନା ଯୌତୁକରେ ବିବାହ କରିଛନ୍ତି ଯାହା ଯୁବପିଢିକୁ ଭଲ ବର୍ତ୍ତା ପ୍ରଦାନ କରିଛି ।
ତେବେ କୁସ୍ତି ଯୋଦ୍ଧା ସଙ୍ଗୀତା ଫୋଗାଟଙ୍କ ବିବାହ ଦାଦରିର ବଲାଲି ଗାଁରେ ସମ୍ପନ୍ନ ହୋଇଛି । ଏପଟେ କୋରୋନା କାରଣରୁ କେବଳ ପରିବାର ବର୍ଗ ହିଁ ବାହାଘରେ ଉପସ୍ଥିତ ଥିଲେ । ବଜରଙ୍ଗ ବି ବିନା ବ୍ୟାଣ୍ଡବାଜାରେ 21ଜଣ ବରଯାତ୍ରୀ ନେଇ ଶ୍ବଶୁରଘରେ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ