ହାଇଦ୍ରାବାଦ: ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ ଭାରତୀୟ ବକ୍ସରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । 48 କିଲୋଗ୍ରାମ ବର୍ଗରେ ମଞ୍ଜୁ ରାଣୀ ଫାଇନାଲରେ ପ୍ରବେଶ କରିଛନ୍ତି । ରାଣୀ ସେମିଫାଇନାଲ ମୁକାବିଲାରେ ଥାଇଲାଣ୍ଡର ଚୁଥାମତ ରକସତଙ୍କୁ 4-1 ପଏଣ୍ଟରେ ହରାଇଛନ୍ତି । ଫାଇନାଲରେ ରାଣୀ ଋଷିଆର ଏକତାରିନା ପାଲଟକେଭାଙ୍କୁ ଭେଟିବେ ।

ଅନ୍ୟତମ ଭାରତୀୟ ବକ୍ସର ଯମୁନା ବୋରୋ ଓ ଲଭଲିନା ବରଗୋହେନ ବ୍ରୋଞ୍ଜ ପଦକ ଜିତିଛନ୍ତି । ଯମୁନା ଚାଇନା ବକ୍ସର ହୁଆଙ୍ଗ ହେସିଓ ୱେନଙ୍କୁ ସେମିଫାଇନାଲରେ ପରାଜିତ ହୋଇଛନ୍ତି । ଲଭଲିନା ଅନ୍ୟତମ ଚାଇନା ବକ୍ସର ୟାଙ୍ଗ ଲିୟୁଙ୍କ ଟାରୁ 2-3 ପଏଣ୍ଟରେ ପରାସ୍ତ ହୋଇ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ।

ପୂର୍ବରୁ 51 କିଲୋଗ୍ରାମ ବର୍ଗରେ 6ଥରର ଚମ୍ପିଆନ ଏମସି ମେରିକମ ବ୍ରୋଞ୍ଜ ପଦକ ଜିତିଛନ୍ତି ।