ETV Bharat / sports

ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌: ପଦକ ପକ୍କା କଲେ ଅମିତ୍ ଓ ମନିଷ

author img

By

Published : Sep 18, 2019, 11:46 PM IST

ଅମିତ୍ ପଙ୍ଘାଲ (52କେଜି) ଓ ମନିଷ କୌଶିକ (63କେଜି) ବର୍ଗର ସେମିଫାଇନାଲକୁ ପ୍ରବେଶ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଏକାଟେରିନାବର୍ଗ (ଋଷ): ଏଠାରେ ଚାଲିଥିବା ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ରେ ଭାରତ ପାଇଁ ଦୁଇଟି ପଦକ ପକ୍କା କରିଛନ୍ତି ଦୁଇ ଷ୍ଟାର ବକ୍ସର ଅମିତ୍ ପଙ୍ଘାଲ ଓ ମନିଷ କୌଶିକ । ଅମିତ୍‌( 52କେଜି) ଓ କୌଶିକ (63କେଜି) ବର୍ଗରେ ସେମିଫାଇନାଲକୁ ପ୍ରବେଶ କରିଛନ୍ତି ।

ତେବେ ବୁଧବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ ଇଭେଣ୍ଟରେ ଫିଲିପାଇନ୍ସର କାର୍ଲୋ ପାଲାମଙ୍କୁ ୪-୧ରେ ପରାସ୍ତ କରିଛନ୍ତି ଏସିଆନ ଗେମ ଗୋଲ୍ଡ ମେଡାଲିଷ୍ଟ ଅମିତ୍ ପଙ୍ଘାଲ । ସେହିପରି ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜେତା ମନିଷ କୌଶିକ ବ୍ରାଜିଲର ୱାଣ୍ଡରସନ୍ ଡି’ଓଲିଭିରାଙ୍କୁ 5-0ରେ ପରାସ୍ତ କରି ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି ।

ତେବେ ଏହି ଦୁଇ ବକ୍ସରଙ୍କ ପାଇଁ ଏହି ବିଶ୍ବ ଚମ୍ପିଆନସିପରେ ପ୍ରଥମ ମେଡାଲ ହେବ । ଏହା ପୂର୍ବରୁ ଭାରତ ଏହି ଚମ୍ପିଆନସିପରେ କେବେ ହେଲେ ଦୁଇଟି ପଦକ ଜିତି ନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.