ETV Bharat / sports

ବିଶ୍ବ ବାସ୍କେଟ ବଲ୍ ଦିବସ: ଖେଳାଳିକୁ ସମ୍ମାନ ଜଣାଇବା ପାଇଁ ଆଜିର ଦିନ - ବିଶ୍ବ ବାସ୍କେଟ ବଲ୍ ଦିବସ 2023

World Basketball Day 2023: କ୍ରୀଡାର ବିକାଶକୁ ସମ୍ମାନ ଜଣାଇବା ସହିତ ଆଥଲେଟିକ୍ସଙ୍କର ଅବଦାନ ବିଷୟରେ ପ୍ରେରଣା ଯୋଗାଇବା ପାଇଁ ପ୍ରତିବର୍ଷ ଡିସେମ୍ବର 21 ତାରିଖରେ ବିଶ୍ବ ବାସ୍କେଟ ବଲ୍ ଦିବସ ପାଳନ କରାଯାଏ। ଅଧିକ ପଢନ୍ତୁ

World Basketball Day 2023
World Basketball Day 2023
author img

By ETV Bharat Odisha Team

Published : Dec 21, 2023, 10:00 AM IST

ହାଇଦ୍ରାବାଦ: ଆଜି ବିଶ୍ବ ବାସ୍କେଟ ବଲ ଦିବସ। ପ୍ରତିବର୍ଷ ଡିସେମ୍ବର 21 ତାରିଖରେ ବିଶ୍ବ ବାସ୍କେଟ୍‌ ବଲ୍ ଦିବସ ପାଳନ କରାଯାଏ । କ୍ରୀଡ଼ାର ବିକାଶକୁ ସମ୍ମାନ ଜଣାଇବା ସହିତ ଆଥଲେଟିକ୍ସଙ୍କର ଅବଦାନ ବିଷୟରେ ପ୍ରେରଣା ଯୋଗାଇବା ପାଇଁ ଏହି ଦିବସ ପାଳନ କରାଯାଏ । ବ୍ୟବସାୟ, ଶାନ୍ତି ଏବଂ କୂଟନୈତିକ କ୍ଷେତ୍ରରେ ବାସ୍କେଟବଲ୍ ଗୁରୁତ୍ୱପୂର୍ଣ୍ଣ କାରଣ ସାଜିଛି । ଏହା ସହଯୋଗ, ଶାରୀରିକ କାର୍ଯ୍ୟକଳାପ ଏବଂ ପାରସ୍ପରିକ ନିର୍ଭରଶୀଳତାର ଏକ ସ୍ୱତନ୍ତ୍ର ପରିବେଶକୁ ପ୍ରୋତ୍ସାହିତ କରିଥାଏ । ଯାହା ଖେଳାଳୀମାନଙ୍କୁ ପରସ୍ପରକୁ ସର୍ବପ୍ରଥମେ ସାଥୀ ଭାବେ ଆପଣାଇବା ପାଇଁ ଉତ୍ସାହିତ କରିଥାଏ । ଅନ୍ୟ କ୍ରୀଡ଼ା ଭଳି ବାସ୍କେଟ୍‌ ବଲ୍‌ ମଧ୍ୟ ସମସ୍ତ ସୀମା, ଭାଷା, ସଂସ୍କୃତିକୁ ସର୍ବୋପରି ସାମିଲ କରିଥାଏ । ଏହା ଏକତାର କାରକ ଭାବରେ କାର୍ଯ୍ୟ କରିଥାଏ ଯାହା ସମସ୍ତ ପୃଷ୍ଠଭୁମୀର ବ୍ୟକ୍ତିତ୍ବଙ୍କୁ ପରସ୍ପର ସହ ଯୋଡ଼ି ହୋଇ ବାର୍ତ୍ତାଳାପ ମାଧ୍ୟମରେ ସମସ୍ତ ବାଧା ବା ପ୍ରତିବନ୍ଧକକୁ ଦୂରୀକରଣ ସହ ଶାନ୍ତି ସ୍ଥାପିତ ସମ୍ପର୍କକୁ ଦୃଢ଼ୀଭୁତ କରିବାକୁ ଅନୁମତି ପ୍ରଦାନ କରିଥାଏ ।

ଆମେରିକାର ମାସାଚୁସେଟ୍ସର ସ୍ପ୍ରିଙ୍ଗଫିଲ୍ଡରେ ଥିବା ଆନ୍ତର୍ଜାତୀୟ YMCA ତାଲିମ ବିଦ୍ୟାଳୟରେ କାନାଡାର ଫିଜିକାଲ ଶିକ୍ଷାବିତ୍ ଜେମ୍ସ ନାଇସମିଥ 1891 ମସିହା ଡିସେମ୍ବର 21 ତାରିଖରେ ବାସ୍କେଟବଲର ଉଦ୍ଭାବନ କରିଥିଲେ । ଶୀତଦିନ ଛାତ୍ରଛାତ୍ରୀଙ୍କୁ ଆକ୍ଟିଭ୍‌ ରଖିବା ପାଇଁ ସେ ଏହି ଖେଳ ତିଆରି କରିଥିବା ନେଇ କହିଥିଲେ। ଜାତିସଂଘ ସାଧାରଣ ସଭା 2023 ମସିହା ଅଗଷ୍ଟ 25 ତାରିଖରେ A/RES/77/324 ସଂକଳ୍ପ ଆପଣାଇ ବିଶ୍ବ ବାସ୍କେଟ ବଲ୍‌ ଦିବସ ଭାବେ ଘୋଷଣା କରିଥିଲା ।

YMCA ତାଲିମ ସୁବିଧାରେ ତାଙ୍କ ଛାତ୍ରମାନଙ୍କ ବ୍ୟତୀତ ପୃଥିବୀର ଅସଂଖ୍ୟ ଖେଳାଳି, ପ୍ରଶଂସକ ଏବଂ ସମ୍ପ୍ରଦାୟ ଉପରେ ନାଇସମିଥ ପ୍ରଭାବ ଉପରେ ଧ୍ୟାନ ଆକର୍ଷଣ କରିଥାଆନ୍ତି । ପରସ୍ପର ମଧ୍ୟରେ ସହଯୋଗ, ଟିମ୍‌ ୱାର୍କ୍‌ ଏବଂ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ସହିତ କିଭଳି ସମନ୍ବୟ ରକ୍ଷା କରାଯାଇ ପାରିବ ସେନେଇ ଆଲୋକପାତ କରାଇଥାଏ ।

ଏହା ମଧ୍ୟ ପଢନ୍ତୁ: 'United By Emotion': ସରିଲା ଟୋକିଓ ଅଲମ୍ପିକ୍ସ, ପ୍ୟାରିସ୍‌ ୨୦୨୪କୁ ଅପେକ୍ଷା

ଆଜିକା ସମୟରେ ବାସ୍କେଟ୍‌ ବଲ ବିଶ୍ବର ସବୁଠାରୁ ପସନ୍ଦ ଏବଂ ଲୋକପ୍ରିୟ କ୍ରୀଡ଼ା ଭାବେ ବିକଶିତ ହୋଇପାରଛି । ବାସ୍କେଟବଲ୍ ତଦାରଖ କରୁଥିବା ଏଜେନ୍ସି FIBAର ଆକଳନ ଅନୁଯାୟୀ, ବର୍ତ୍ତମାନ ବିଶ୍ବସ୍ତରରେ ଅତି କମ୍‌ରେ 450 ମିଲିୟନ ବାସ୍କେଟବଲ୍ ଖେଳାଳି ରହିଛନ୍ତି । ଉତ୍ତର ଆମେରିକା, ବିଶେଷକରି ଆମେରିକା, ୟୁରୋପ, ଏସିଆରେ ବାସ୍କେଟ୍‌ ବଲ୍‌ ଅଧିକ ଲୋକପ୍ରିୟ ହୋଇଛି । 1936 ବର୍ଲିନ୍ ଅଲିମ୍ପିକ୍ସରେ ଡେବ୍ୟୁ ହେବା ପରଠାରୁ ବାସ୍କେଟ୍‌ ବଲ୍ ମଧ୍ୟ ଅଲିମ୍ପିକ୍ କାର୍ଯ୍ୟକ୍ରମର ଏକ ଅଂଶ ହୋଇ ରହିଛି । ଇନୋଭେଟିଭ ବାସ୍କେଟ ବଲ୍ ଆଫ୍ରିକା ଲିଗ୍ (BAL) 2019ରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହାପରେ ଆଫ୍ରିକାର 12ଟି କ୍ଲବ ଟିମ୍ ସହିତ ଏକ ପ୍ରୋଫେସନାଲ ଲିଗ୍‌ରେ ପରିଣତ ହୋଇଥିଲା । ଏହାପରେ 1892 ମସିହାରେ ମହିଳାମାନେ ମଧ୍ୟ ବାସ୍କେଟ୍‌ ବଲ ଖେଳିବା ଆରମ୍ଭ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.