ETV Bharat / sports

ମହିଳା ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ ସ୍ଥଗିତ

author img

By

Published : Nov 11, 2021, 6:54 PM IST

ଇନଷ୍ଟାବୁଲ୍‌ରେ ଅନୁଷ୍ଠିତ ହେବାକୁ ଥିବା AIBA ମହିଳା ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ ସ୍ଥଗିତ । ଅଧିକ ପଢନ୍ତୁ...

WOMENS WORLD BOXING CHAMPIONSHIPS POSTPONED
ମହିଳା ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ ସ୍ଥଗିତ

ଲାଉସେନ(ସ୍ବିଜରଲାଣ୍ଡ): ଇନଷ୍ଟାବୁଲ୍‌ରେ ଅନୁଷ୍ଠିତ ହେବାକୁ ଥିବା AIBA ମହିଳା ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ ସ୍ଥଗିତ । ଡିସେମ୍ବର ୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିଆନସିପ୍‌ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ମାର୍ଚ୍ଚ ୨୦୨୨କୁ ଏହି ପ୍ରତିଯୋଗିତା ସ୍ଥଗିତ ହୋଇଛି ।

ଆୟୋଜକ କମିଟି ଇଭେଣ୍ଟର ପୂର୍ବ ନିର୍ଦ୍ଧାରିତ ସୂଚୀକୁ ବଳବତ୍ତର ରଖିବାକୁ ସମସ୍ତ ପ୍ରୟାସ କରିଥିଲେ । ମାତ୍ର ଏକାଧିକ ଜାତୀୟ ମହାସଂଘ ନିଜ ଦେଶରେ କଠିନ ପରିସ୍ଥିତି ଓ ପ୍ରତିବନ୍ଧକର ସାମ୍ନା କରୁଥିବା AIBAକୁ ଅବଗତ କରିଛନ୍ତି ଆୟୋଜକ ।

"ଏହି ଇଭେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବା କିଛି ଟିମଙ୍କ ପାଇଁ ଏହା ସାମାନ୍ୟ ନୈରାଶ୍ୟଜନକ ଖବର । ତେବେ ସୁରକ୍ଷା, ଖେଳାଳିଙ୍କ ସ୍ବାର୍ଥ, ଅଧିକାରୀ ଓ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ସଦସ୍ୟଙ୍କୁ ପ୍ରାଥମିକତା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି", କହିଛନ୍ତି AIBA ସଭାପତି ଉମର କ୍ରେମଲେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.