ଆମଷ୍ଟେଲଭିନ: ମହିଳା ହକି ବିଶ୍ବକପର ଆଜି (ରବିବାର) ଚତୁର୍ଥ କ୍ରସ ଓଭର ମ୍ୟାଚ । ଏଥିରେ ଭାରତ ଓ ସ୍ପେନ ପରସ୍ପରକୁ ଭେଟିବେ । ଯଦି ଭାରତ ବିଜୟୀ ହୁଏ ତେବେ କ୍ବାର୍ଟର ଫାଇନାଲକୁ ପ୍ରବେଶ କରିବ । ଏହି ମ୍ୟାଚ ସ୍ପେନର ତେରାସାରେ ଖେଳାଯିବ । ଆୟୋଜକ ସ୍ପେନକୁ ତାର ଘରୋଇ ଗ୍ରାଉଣ୍ଡରେ ହରାଇବାକୁ ପ୍ରସ୍ତୁତ ଭାରତୀୟ ଟିମ ।
ପୁଲ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିପାରି ନଥିଲା ଭାରତ । ଚୀନ ଏବଂ ଇଂଲଣ୍ଡକୁ ହରାଇ ପାରିଥିଲେ ଭାରତ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିଥାନ୍ତା । ମାତ୍ର ଉଭୟ ମ୍ୟାଚରେ ଗୋଟିଏ ଲେଖାଏଁ ଗୋଲ ଦେଇ ମ୍ୟାଚ ଡ୍ର ହୋଇଥିଲା । ଯଦିଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା ହେଲେ 3-4ରେ ପରାସ୍ତ ହୋଇଥିଲା । ଆଜି ଯଦି ସ୍ପେନକୁ ହରାଇବାରେ ଦଳ ସଫଳ ହେବ ତେବେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବ । ଘରୋଇ ଗ୍ରାଉଣ୍ଡରେ ସ୍ପେନକୁ ନିୟନ୍ତ୍ରଣ କରିବା ଭାରତ ପାଇଁ ଏତେ ସହତ ହେବ ନାହିଁ । ତଥାପି ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଫୁଲ ପ୍ରସ୍ତୁତ ରହିଛି ।
ପୁଲ ପର୍ଯ୍ୟାୟରେ ସ୍ପେନ ସମସ୍ତ ମ୍ୟାଚ ନିଜ ଘରୋଇ ମଇଦାନରେ ଖେଲିଥିଲା । କେବଳ 3ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ଆର୍ଜେଣ୍ଟିନାଠୁ ପରାସ୍ତ ହୋଇଥିଲା । ଦକ୍ଷିଣ କୋରିଆ ଓ କନାଡା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା । ଉଭୟ ମ୍ୟାଚରେ 4ଟି ଲେଖାଏଁ ଗୋଲ ସ୍କୋର କରିଥିଲା । ଶେଷ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ସ୍ପେନ ଏଫଆଇଏଚ ପ୍ରୋ ଲିଗରେ ମୁହାଁମୁହିଁ ହୋଇଥିଲେ । ପ୍ରଥମ ମ୍ୟାଚକୁ ଭାରତ 2-1ରେ ଜିତିଥିବାବେଳେ ଦ୍ବିତୀୟ ମ୍ୟାଚକୁ ସ୍ପେନ 4-3ରେ ଜିତି ନେଇଥିଲା ।