ETV Bharat / sports

Womens Asian Champions Trophy: ଚୀନକୁ ଚକମା, ଭାରତର ହ୍ୟାଟ୍ରିକ ବିଜୟ

author img

By ETV Bharat Odisha Team

Published : Oct 31, 2023, 7:26 AM IST

ରାଞ୍ଚିରେ ଚାଲିଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତ ଚୀନକୁ ହରାଇ ହ୍ୟାଟ୍ରିକ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

Womens Asian Champions Trophy
ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି

ରାଞ୍ଚି: ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଥାଇଲାଣ୍ଡ, ମାଲେସିଆ ଓ ଚୀନକୁ ହରାଇ ହ୍ୟାଟ୍ରିକ ବିଜୟ ହାସଲ କରିଛି ଭାରତ । ସୋମବାର ଚୀନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ 2-1 ଗୋଲରେ ବିଜୟ ହାସଲ କରିଛି ମହିଳା ଭାରତୀୟ ହକି ଦଳ । ଭାରତ ପାଇଁ ଦୀପିକା ଓ ସାଲିମା ଟେଟେ ଗୋଲ୍‌ ଦେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତ । ଉଲ୍ଲେଖ୍ୟନୀୟ ପ୍ରଦର୍ଶନ ପାଇଁ ସାଲିମା ଟେଟେ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଲାଲରେମସିଆମିଙ୍କୁ ରାଇଜିଂ ଷ୍ଟାର୍‌ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ମ୍ୟାଚର ପ୍ରଥମ ଓ ଦ୍ବିତୀୟ କ୍ବାର୍ଟରରେ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି 2-0 ଗୋଲରେ ଆଗୁଆ ରହିଥିଲା । ତୃତୀୟ କ୍ବାର୍ଟରରେ ଚୀନ ଗୋଟିଏ ଗୋଲ ପରିଶୋଧ କରି କମବ୍ୟାକ କରିଥିଲା । ହେଲେ ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ କେହି କାହାକୁ ଗୋଲ ଦେଇ ନେଇଥିଲେ । ଫଳରେ ଭାରତ 2-1 ଗୋଲରେ ମ୍ୟାଚକୁ ଜିତି ନେଇଥିଲା । ଭାରତ ଲାଗାତର 3ଟି ମ୍ୟାଚ୍‌ ଜିତି ମୋଟ 9 ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଛି ।

ଜାପାନ ସମାନ ସଂଖ୍ୟକ ପଏଣ୍ଟ୍‌ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଦ୍ବିତୀୟ ସ୍ଥାନରେ ରହିଛି । ଚୀନ ବିପକ୍ଷରେ ଏହି ବିଜୟ ସହ ଭାରତ ଏସିଆନ ଗେମ୍ସ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି । ଏସିଆନ ଗେମ୍ସ ସେମିରେ ପରାସ୍ତ ହୋଇ ଭାରତ ସିଧାସଳଖ ଅଲମ୍ପିକ୍ସ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା । ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ଜାପାନ 4-0 ଗୋଲ୍‌ରେ ଥାଇଲାଣ୍ଡ୍‌କୁ ପରାସ୍ତ କରିଛି ।

ଏହା ବି ପଢନ୍ତୁ...Womens Asian Champions Trophy: ବନ୍ଦନାଙ୍କ ଡବଲ ଗୋଲ, 5-0ରେ ହାରିଲା ମାଲେସିଆ

ପ୍ରକାଶ ଥାଉ କି, ଗତ 27 ତାରଖରୁ ଭାରତ ରାଞ୍ଚିରେ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ 6ଟି ଦେଶ ଭାଗ ନେଇଛନ୍ତି । ଏଥିରେ ଭାରତୀୟ ମହିଳା ହକି ଦଳ ତାର ପ୍ରଥମ ମୁକାବିଲାରେ ଥାଇଲାଣ୍ଡକୁ ଭେଟିଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଥାଇଲାଣ୍ଡକୁ 7-1 ଗୋଲରେ ପରାସ୍ତ କରିଥିଲା । ସଙ୍ଗୀତା କୁମାର ହ୍ୟାଟ୍ରିକ୍‌ ଗୋଲ କରିଥିଲେ । ଏହାପରେ ଦ୍ବିତୀୟ ମ୍ୟାଚରେ ମାଲେସିଆ ବିପକ୍ଷରେ ବିଜୟ ହାସଲ କରି ବିଜୟଧାରା ଜାରି ରଖିଥିଲା । ମାଲେସିଆକୁ 5-0 ଗୋଲରେ ପରାସ୍ତ କରିଥିଲା । ବନ୍ଦନା କଟ୍ଟାରିଆ ଡବଲ ଗୋଲ କରିଥିଲେ । ତୃତୀୟ ମ୍ୟାଚରେ ଚୀନ ବିପକ୍ଷରେ ବାଜିମାତ କରିଛି ଭାରତୀୟ ମହିଳା ହକି ଦଳ । ଆଜି (ମଙ୍ଗଳବାର) ଜାପାନ ବିପକ୍ଷରେ ଖେଳିବ ଭାରତ । ନଭେମ୍ବର 5 ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.