ETV Bharat / sports

World Boxing Championship: ସେମିରେ ଲଭଲିନା, ଭାରତର 4 ପଦକ ପକ୍କା

author img

By

Published : Mar 23, 2023, 9:07 AM IST

ମହିଳା ବିଶ୍ବ ବକ୍ସିଂ ଚାମ୍ପିଅନସିପରେ ଭାରତର 4ଟି ପଦକ ପକ୍କା ହୋଇଛି । ଲଭଲିନା ବୋର୍ଗୋହେଁ, ନୀତୁ, ନୀଖତ ଜରିନ ଓ ସ୍ବିଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

lovlina borgohain enter semifinal
World Boxing Championship

ନୂଆଦିଲ୍ଲୀ: ଆଇବିଏ ବିଶ୍ବ ମୁଷ୍ଟିଯୁଦ୍ଧ ଚାମ୍ପିଅନସିପରେ ଭାରତର 4ଟି ପକ୍କା ହୋଇଛି । 3 ଥର ବିଶ୍ବ ଚାମ୍ପିଅନସିପ ପଦକ ବିଜେତା ଲଭଲିନା ବୋର୍ଗୋହେଁ ସେମିରେ ପ୍ରବେଶ କରିଛନ୍ତି । ସେହିପରି 50କିଲୋ ବର୍ଗରେ ଡିଫେଣ୍ଡିଂ ଚମ୍ପିଆନ ନିଖତ ଜରିନ ବିଜୟ ହାସଲ କରି ସେମିରେ ସ୍ଥାନ ପକ୍କା କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିବା ନିତୁ ଓ ଏସୀୟ ଚାମ୍ପିଅନ ସ୍ବିଟି ବୁରା ବିଜୟଧାରା ଜାରି ରଖି ସେମିରେ ସ୍ଥାନ ପକ୍କା କରିଛନ୍ତି । ଭାରତ ପାଇଁ 4 ପଦକ ପକ୍କା କରିଛନ୍ତି ଏହି 4 ମୁଷ୍ଟିଯୋଦ୍ଧା । ଦିଲ୍ଲୀର କେଡି ଯାଦବ ଷ୍ଟାଡିୟମରେ ବିଶ୍ବ ବକ୍ସିଂ ଚାମ୍ପିଅନସିପ ଚାଲିଛି ।

ଟୋକିଓ ଅଲମ୍ପିକ୍ସରେ ପଦକ ଜିତି ସାରିଥିବା ଲଭଲିନା 75 କିଲୋ ବର୍ଗ କ୍ବାର୍ଟର ଫାଇନାଲରେ ମୋଜାମ୍ବିକର ଆଡୋସିନା ରାଡି ଗ୍ରାମେନଙ୍କୁ ହରାଇଥିଲେ । ସେମି ଫାଇନାଲରେ 75 କିଲୋ ବର୍ଗରେ 5-0ରେ ଜର୍ମାନୀରେ ଗ୍ରାମନେ ମୋଜାମ୍ବିକ୍ୟୁଙ୍କୁ ହରାଇ ସେମିରେ ସ୍ଥାନ ପକ୍କା କରିଛନ୍ତି । ଲଭଲିନା ଦୁଇଥର ଅଲମ୍ପିକ୍ସ ମେଡାଲ ଜିତିଛନ୍ତି । ସେହିପରି କ୍ବାର୍ଟର ଫାଇନାଲରେ ଦୁଇଥର ବିଶ୍ବ ଚାମ୍ପିଅନସିପ ପଦକ ଜିତି ସାରିଥିବା ଥାଇଲାଣ୍ଡର ଚୁଥାମସ ରକ୍ସତଙ୍କୁ 5-2ରେ ପରାସ୍ତ କରିଥିଲେ ଜରିନ । ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ମାତ୍ର ଶେଷରେ ବାଜି ମାରି ନେଇଥିଲେ ଜରିନ । ରକ୍ସତଙ୍କ ଆକ୍ରମଣକୁ ଅଟକାଇବାରେ ସଫଳ ହୋଇଥିଲେ ।

  • The 🥊 Queen Slays & punches her way into the semi finals🥳@nikhat_zareen defeats 🇹🇭's Rakshat Chuthamat & seals 🇮🇳's 3⃣rd 🎖️in the IBA Women's Boxing Championships & 1⃣st 🎖️in the Olympic Weight Category

    Congratulations champion 🇮🇳👏 pic.twitter.com/Bnx9gYR6ls

    — SAI Media (@Media_SAI) March 22, 2023 " class="align-text-top noRightClick twitterSection" data=" ">

ସେହିପରି 81 କିଲୋ ବର୍ଗରେ ଏସୀୟ ଚାମ୍ପିଅନ ସ୍ବିଟି ବୁରା ବେଲାରୁଷର ଭିକ୍ଟୋରିୟା କେବିକାଭାଙ୍କୁ ଏକତରଫା ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ବିଶ୍ବ ଚମ୍ପିଆନସିପରେ ସ୍ବିଟିଙ୍କର ଏହା ଦ୍ବିତୀୟ ପଦକ । ପୂର୍ବରୁ 2014ରେ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ହାସଲ କରିଥିଲେ । ଗତ ରାଜ୍ୟଗୋଷ୍ଠୀ କ୍ରୀଡାରେ 48କିଲୋ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ନିତୁ ଜାପାନାର ମଦୋକା ୱାଡାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚରେ ନିତୁଙ୍କ ଆକ୍ରମଣରେ ମୁକାବିଲା କରିପାର ନଥିଲେ ମଦୋକା । ଚମତ୍କାର ପ୍ରଦର୍ଶନ କରି ଏହି 4 ମୁଷ୍ଟାଯୋଦ୍ଧା ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।

ଏହା ବି ପଢନ୍ତୁ...ICC ODI World Cup: ଅକ୍ଟୋବର 5ରୁ ବିଶ୍ବକପ, ନଭେମ୍ବର 19ରେ ଫାଇନାଲ

ଅନ୍ୟତମ ଭାରତୀୟ ପ୍ରତିଯୋଗୀ ସାକ୍ଷୀ ଚୌଧୁରୀ 53 କିଲୋ ବର୍ଗ ଓ ଶେଷ ସଂସ୍କରଣ ବିଜେତା ମନୀଷା ମନୁ 57 କିଲୋ ବର୍ଗରେ କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇଥିଲେ । ସାକ୍ଷୀ ଚୀନର ଉଭୁଙ୍କ ଠାରୁ 0-5 ଓ ମନୀଷା ଫ୍ରାନ୍ସର ଆମିନା ଜିଡାନିଙ୍କଠୁ 1-4ରେ ଓ କଲମ୍ବିଆରେ ପାଓଲା ଭାଲଡେଜଙ୍କଠୁ ପରାସ୍ତ ହୋଇ ଅଭିଯାନ ଶେଷ କରିଥିଲେ । ।

  • 🇮🇳's 2⃣nd 🎖️at the IBA Women's Boxing Championships confirmed as @saweetyboora beats 🇧🇾's Viktoriya Kebikava in the QF of 81KG event & secures a spot in the SF!

    You go Girl! 🥳 🎉 pic.twitter.com/ZqRKFZJzLe

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.