ETV Bharat / sports

ମାର୍ଚ୍ଚ 4ରୁ ମହିଳା ପ୍ରିମିୟର ଲିଗ - ମାର୍ଚ୍ଚରେ ମହିଳା ପ୍ରିମିୟର ଲିଗ

ମାର୍ଟ୍ଟ 4ରୁ ମହିଳା ପ୍ରିମିୟର ଲିଗ ଆରମ୍ଭ ହେବ । ମାର୍ଚ୍ଚ 26 ତାରିଖ ଯାଏ ଚାଲିବ ଏହି ଫଟାଫଟ କ୍ରିକେଟ ମ୍ୟାଚ । ଅଧିକ ପଢନ୍ତୁ

Women Premier league starts from march 4
ମାର୍ଚ୍ଚ 4ରୁ ମହିଳା ପ୍ରିମିୟର ଲିଗ
author img

By

Published : Feb 7, 2023, 8:24 AM IST

ମୁମ୍ବାଇ: ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ମାର୍ଚ୍ଚ 4ରୁ ମହିଳା ପ୍ରିମିୟର ଲିଗ ଆରମ୍ଭ ହେବ । ମୁମ୍ବାଇରେ ଏହାର ଉଦଘାଟନୀ ମ୍ୟାଚ ଖେଳାଯିବ । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚରେ ଦୁଇ ପ୍ରମୁଖ ଦଳ ମୁମ୍ବାଇ ଓ ଅହମ୍ମଦାବାଦ ପରସ୍ପରକୁ ଭେଟିବେ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ ।

ପୁରୁଷ IPLର ସଫଳତା ପରେ ମହିଳା IPL ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ 4ରୁ ମହିଳା IPL ଆରମ୍ଭ ହୋଇ 26 ତାରିଖ ଯାଏଁ ଚାଲିବ । 13 ତାରିଖରେ ନିଲାମୀ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଫ୍ରାଞ୍ଚାଇଜିମାନେ କୋଚିଂ ସଦସ୍ୟ ନିଯୁକ୍ତ କରିବା ଆରମ୍ଭ କରି ଦେଲେଣି । 5ଟି ଦଳକୁ ନେଇ ଡବଲ ରାଉଣ୍ଡ ରବିନ ଫର୍ମାଟରେ ଲିଗ୍‌ ମ୍ୟାଚ ଅନୁଷ୍ଠିତ ହେବ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଦଳ ସିଧାସଳଖ ଫାଇନାଲକୁ ଯିବ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ପ୍ଲେ ଅଫ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ବିଜୟୀ ଦଳ ଫାଇନାଲକୁ ଉନ୍ନିତ ହେବେ । ମହିଳା ଆଇପିଏଲରେ ମୋଟ 22ଟି ମ୍ୟାଚ ଖେଳାଯିବ । ଫେବୃଆରୀ 10ରୁ ଆସିସି ଟି-ଟ୍ବେଣ୍ଟି ବିଶ୍ବକପ ଆରମ୍ଭ ହେବ । ବିଶ୍ବକପ ଶେଷ ହେବାର 8 ଦିନ ପରେ ମହିଳା ପ୍ରିମିୟର ଲିଗ ଆରମ୍ଭ ହେବ ।

ଏହା ବି ପଢନ୍ତୁ....Women's Premier league: ନିଲାମୀ ପାଇଁ ୧୫୦୦ ଖେଳାଳିଙ୍କ ପଞ୍ଜିକରଣ

ଚଳିତ ମହିଳା ପ୍ରିମିୟର ଲିଗ ସଂସ୍କରଣରେ ୫ଟି ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମ୍‌ର ବିକ୍ରି ହୋଇସାରିଛି । ଏଥିରେ ସବୁଠୁ ଅଧିକ ଦାମ ଅହମ୍ମଦାବାଦ ଟିମ୍‌ ଦେଇଛି । ଯାହା ଆଦାନୀ ଗ୍ରୁପ ଲଗାଇଛି । ଏହା ପରେ ମୁମ୍ବାଇ ଟିମକୁ ଇଣ୍ଡିଆୱିନ ସ୍ପୋର୍ଟସ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ । ତେବେ ଚଳିତ ଥର ମହିଳା IPLରେ ଆଦାନୀ ଗ୍ରୁପ ଏବଂ ଆମ୍ବାନୀ ଗ୍ରୁପ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆଶା ରହିଛି ।

ମହିଳା ପ୍ରିମିୟର ଲିଗ୍‌ ୫ ଟିମ-ଆଦାନୀ ସ୍ସୋର୍ଟସ ଲାଇନ, ଅହମ୍ମଦାବାଦ, ୧୨୮୯ କୋଟି ଟଙ୍କା । ଇଣ୍ଡିଆୱିନ ସ୍ସୋର୍ଟସ, ରିଲାଏନ୍ସ ଗ୍ରୁପ, ୯୧୨.୯୯ କୋଟି ଟଙ୍କା । ରୟାଲ ଚ୍ୟାଲେଞ୍ଜର୍ସ ସ୍ସୋର୍ଟସ, ବେଙ୍ଗାଲୁରୁ, ୯୦୧ କୋଟି ଟଙ୍କା । JSW GMR କ୍ରିକେଟ, ଦିଲ୍ଲୀ, ୮୧୦ କୋଟି ଟଙ୍କା । କୈପ୍ରୀ ଗ୍ଲୋବାଲ ହୋଲ୍ଡିଙ୍ଗ୍ସ, ଲକ୍ଷ୍ନୌ, ୭୫୭ କୋଟି ଟଙ୍କା । ଫେବୃଆରୀ 13 ତାରିଖରେ ନିଲାମୀ ହେବ । ଏଥିରେ ପ୍ରାୟ 90 ଜଣ ଖେଳାଳିଙ୍କ ପାଇଁ ନିଲାମୀ ହେବ । 1500 ଖେଳାଳି ନାମ ପଞ୍ଜୀକୃତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.