କେପଟାଉନ: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯାଉଥିବା ମହିଳା ହକି ଟେଷ୍ଟ ସିରିଜର ଚତୁର୍ଥ ମୁକାବିଲା ଡ୍ର ହୋଇଛି । ଫୁଲ ଟାଇମ ସୁଦ୍ଧା 2-2ରେ ଗୋଲ ବରାବର ହୋଇଥିଲା । ଏହା ପୂର୍ବରୁ ଅନୁଷ୍ଠିତ ପ୍ରଥମ ତିନି ମ୍ୟାଚରେ ବିଜୟ ହାସଲ କରିଥିଲା ମହିଳା ହକି ଦଳ । ଚତୁର୍ଥ ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ଥିଲା । ମାତ୍ର ମ୍ୟାଚ ଡ୍ର ହେବାକୁ 3-0ରେ ସିରିଜ ଜିତିଛି ଭାରତୀୟ ମହିଳା ହକି ଦଳ ।
-
A thrilling game concludes in a tie.
— Hockey India (@TheHockeyIndia) January 22, 2023 " class="align-text-top noRightClick twitterSection" data="
🇿🇦 2:2 🇮🇳#IndiaKaGame #HockeyIndia @CMO_Odisha @sports_odisha @IndiaSports @Media_SAI pic.twitter.com/yFBj24d8Pq
">A thrilling game concludes in a tie.
— Hockey India (@TheHockeyIndia) January 22, 2023
🇿🇦 2:2 🇮🇳#IndiaKaGame #HockeyIndia @CMO_Odisha @sports_odisha @IndiaSports @Media_SAI pic.twitter.com/yFBj24d8PqA thrilling game concludes in a tie.
— Hockey India (@TheHockeyIndia) January 22, 2023
🇿🇦 2:2 🇮🇳#IndiaKaGame #HockeyIndia @CMO_Odisha @sports_odisha @IndiaSports @Media_SAI pic.twitter.com/yFBj24d8Pq
ମ୍ୟାଚ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା । ସବିତା ପୁନିଆଙ୍କ ବଦଳରେ ଦଳର ନେତୃତ୍ବ ନେଇଥିଲେ ରାନୀ ରାମପାଲ । ବୈଷ୍ଣବୀ ପର୍ଦାପଣ ମ୍ୟାଚ ଖେଳୁଥିଲେ । ମ୍ୟାଚର ଅଷ୍ଟମ ମିନିଟରେ କ୍ବାଣ୍ଟିନା ବୋବସ ପେନାଲ୍ଟ କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ । ଏହାପରେ 29 ତମ ମିନିଟରେ ବୈଷ୍ଣବୀ ଭାରତ ପକ୍ଷରୁ ଗୋଲ ପରିଶୋଧ କରିଥିଲେ । ପ୍ରଥମ କ୍ବାର୍ଟର ସୁଦ୍ଧା 1-1ରେ ଗୋଲ ବରାବର ହୋଇଥିଲା ।
ଏହାପରେ ଭାରତୀୟ ଦଳ କିପରି ଅଧିକ ଗୋଲସ୍କୋର କରିବ ସେ ନେଇ ସୁଯୋଗ ଖୋଜୁଥିଲା । ସେହିପରି ବିଜୟ ସ୍ବାଦ ଚାଖିବା ଲକ୍ଷ୍ୟରେ ଥିବା ଦଳ ଦକ୍ଷିଣ ଆଫ୍ରିକା ମଧ୍ୟ କଳବଳ କୌଶଳ ଲଗାଇ ଦେଇଥିଲା । 35 ତମ ମିନିଟରେ ଦକ୍ଷିଣ ଆଫ୍ରିକା ଆଉ ଏକ ଗୋଲ କରିଥିଲା । ଏହାପରେ 51 ତମ ମିନିଟରେ ଭାରତ ଆଉ ଏକ ଗୋଲ କରିବାରେ ସଫଳ ହୋଇଥିଲା । ଚତୁର୍ଥ କ୍ବାର୍ଟର ସୁଦ୍ଧା ମ୍ୟାଚ 2-2ରେ ବରାବର ହୋଇଥିଲା । ଭାରତ ସିରିଜରେ ଅପରାଜୟ ରହିଛି ।
ଏହା ବି ପଢନ୍ତୁ...Under 19 Womens T20 World Cup : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ
ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ 5-0 ଗୋଲରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଦ୍ବିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ 4-0 ଗୋଲରେ ପରାସ୍ତ କରିଥିଲା । ସେହିପରି ତୃତୀୟ ମୁକାବିଲାରେ 7-0 ଗୋଲରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ସମସ୍ତ ମ୍ୟାଚରେ ଦଳର ଆଧିପତ୍ୟ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ମୁକାବିଲା ପରେ ଭାରତ ଆଜି (ସୋମବାର) ନେଦରଲାଣ୍ଡସକୁ ଭେଟିବ । ଏହା ପରେ 26 ଓ 28 ତାରିଖରେ ନେଦରଲାଣ୍ଡସ ବିପକ୍ଷରେ ଆଉ ଏକ ମ୍ୟାଚ ଖେଳିବ ।