ETV Bharat / sports

ଅଲମ୍ପିକ ଆସୋସିଏସନ ଅଫିସ ଖୋଲିବାକୁ କେଜ୍ରିୱାଲଙ୍କୁ IOAର ଚିଠି

author img

By

Published : Jun 4, 2021, 8:42 PM IST

ଅଲମ୍ପିକ ଆସୋସିଏସନ ଅଫିସ ସୋମବାର ଠାରୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭାରତୀୟ ଅଲମ୍ପିକ ଆସୋସିଏସନର ଚିଠି । ଅଧିକ ପଢନ୍ତୁ...

With just 49 days to go for Tokyo 2020, IOA writes to Delhi CM to allow functioning of office
ଅଲମ୍ପିକ ଆସୋସିଏସନ ଅଫିସ ଖୋଲିବାକୁ କେଜ୍ରିୱାଲଙ୍କୁ IOAର ଚିଠି

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଲମ୍ପିକ ଆସୋସିଏସନ ଅଫିସ ସୋମବାର ଠାରୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ଚିଠି ଲେଖିଛି ।

ଆଗାମୀ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଟିମର ଆବଶ୍ୟକୀୟ ତଥ୍ୟ ଅପଲୋଡ କରିବାକୁ ଅଫିସ କାର୍ଯ୍ୟକ୍ଷମ ହେବା ଜରୁରୀ ।

ଜାତୀୟ ରାଜଧାନୀ ଦିଲ୍ଲୀ ଏପ୍ରିଲ 19ରୁ ଲକଡାଉନରେ ରହିଛି । କୋରୋନାର ଦ୍ବିତୀୟ ଲହରରେ କୋଭିଡ-19 ସଂକ୍ରମଣ ସଂଖ୍ୟାରେ ବିସ୍ଫୋରଣ ହେବାପରେ ଦିଲ୍ଲୀ ସରକାର ଲକଡାଉନ ନିଷ୍ପତ୍ତି ନେଇଥିଲେ । ଫଳରେ ସହରର ସ୍ବାସ୍ଥ୍ୟଭିତ୍ତିଭୂମି ପ୍ରତି ଆହ୍ବାନ ସହ ଶ୍ମସାନସ୍ଥଳରେ ଅସମ୍ଭାଳ ଭିଡ ହୋଇଥିଲା ।

ତେବେ ପୂର୍ବାପେକ୍ଷା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ସେଥିପାଇଁ ଟୋକିଓ ଅଲମ୍ପିକ୍ସରେ ଭାଗନେବାକୁ ଯାଉଥିବା 240 ଆଥଲେଟ ଓ ଅଧିକାରୀଙ୍କ ଔପଚାରିକ ଅନଲାଇନ ତଥ୍ୟ ପୂରଣ କରିବାକୁ ଚାହୁଁଛି ଅଲମ୍ପିକ ଆସୋସିଏସନ ।

ଜୁଲାଇ 2021ରେ ଭାରତୀୟ ଅଲମ୍ପିକ ଟିମ ଟୋକିଓ ଅଭିମୁଖେ ଯାତ୍ରା କରିବ । ଏହାପୂର୍ବରୁ ସମସ୍ତ ଖେଳାଳି ଓ ଅଧିକାରୀଙ୍କ ତଥ୍ୟ ଅନଲାଇନରେ ପୂରଣ ହେବ । ସମୟ ପୂର୍ବରୁ ଏହା ସଂପୂର୍ଣ୍ଣ ନହେଲେ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଆଇଓଏ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଓ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ଚିଠିରେ ଏହା ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.