ETV Bharat / sports

ହିମାଙ୍କ ଦୃଢୋକ୍ତି, ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୋରଦାର କମବ୍ୟାକ୍‌ କରିବେ

author img

By

Published : Jul 6, 2021, 8:54 PM IST

ଟୋକିଓ ଅଲମ୍ପିକ୍ସ 2020ରୁ ବଞ୍ଚିତ ହୋଇଛନ୍ତି ଧାବିକା ହିମା ଦାସ । ଅଧିକ ପଢନ୍ତୁ...

Will make strong comeback, looking forward to CWG 2022: Hima Das
ହିମାଙ୍କ ଦୃଢୋକ୍ତି, ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୋରଦାର କମବ୍ୟାକ୍‌ କରିବେ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ 2020ରୁ ବଞ୍ଚିତ ହୋଇଛନ୍ତି ଧାବିକା ହିମା ଦାସ । ତେବେ ଖୁବଶୀଘ୍ର ସେ କମବ୍ୟାକ କରିବେ ବୋଲି କହିଛନ୍ତି । ନିକଟରେ ଶେଷ ହୋଇଥିବା ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚମ୍ପିଆନସିପରେ 100 ମିଟର ହିଟ୍‌ସରେ ମାଂଶପେଶୀ ଯନ୍ତ୍ରଣା ଅନୁଭବ କରିଥିଲେ ହିମା ।

ମହିଳା 4x100ମିଟର ଟିମ 44.15 ସେକେଣ୍ଡରେ ଦୌଡ ଶେଷ କରିଥିଲା । ତେବେ ଏହା ଟାର୍ଗେଟ ସମୟ 43.03ରୁ ଅଧିକ ହୋଇଥିଲା ।

100 ମିଟର ଓ 200ମିଟର ଇଭେଣ୍ଟରେ ଯୋଗ୍ୟତା ଅର୍ଜନ ସମୟର ନିକଟତର ହୋଇଥିଲେ ମଧ୍ୟ ଆହତ କାରଣରୁ ପ୍ରଥମ ଅଲମ୍ପିକ୍ସ ଖେଳିବାରୁ ବଞ୍ଚିତ ହୋଇଥିବା କହିଛନ୍ତି ହିମା । କୋଚ୍‌, ସପୋର୍ଟ ଷ୍ଟାଫ ଓ ସାଥୀ ଖେଳାଳିଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡା 2022, ଏସିଆନ ଗେମ୍ସ 2022 ଓ ବିଶ୍ବ ଚମ୍ପିଆନସିପ 2022ରେ ଜୋରଦାର କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ପୂର୍ବରୁ ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନକୁ ବଞ୍ଚିତ ହେବାପରେ ହିମାଙ୍କୁ ଦୁଃଖ ନ କରିବାକୁ ଆଶ୍ବାସନା ଦେଇଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।

ସୋମବାର ଭାରତୀୟ ଆଥଲେଟିକ ମହାସଂଘ(AFI) ଟୋକିଓ ଅଲମ୍ପିକ୍ସ ପାଇଁ 26 ଜଣିଆ ଟିମ ଘୋଷଣା କରିଛି । ଜୁଲାଇ 31ରୁ ଅଲମ୍ପିକ୍ସରେ ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.