ETV Bharat / sports

WFI Controversy: ନିରୀକ୍ଷଣ କମିଟିକୁ ଆଉ 2 ସପ୍ତାହ ସମୟ, ଭାରତରୁ ଏସୀୟ କୁସ୍ତି ଚମ୍ପିଆନସିପ ପ୍ରତ୍ୟାହୃତ - Asian Wrestling Championship

କୁସ୍ତି ମହାସଂଘ ବିବାଦ । ମହାସଂଘ ଅଧ୍ୟକ୍ଷଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ନିରୀକ୍ଷଣ କମିିଟିକୁ ଆଉ 2 ସପ୍ତାହ ଅଧିକ ସମୟ ମିଳିଛି । ଅଧିକ ପଢନ୍ତୁ

ନିରୀକ୍ଷଣ କମିଟିକୁ ଆଉ 2 ସପ୍ତାହ ସମୟ
WFI Controversy
author img

By

Published : Feb 24, 2023, 11:04 AM IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାଂସଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଦେଶର ଜଣାଶୁଣା ମହିଳା କୁ୍ସ୍ତିଯୋଦ୍ଧା । ଏହି ଅଭିଯୋଗର ତଦନ୍ତ ପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଜାନୁଆର 23ରେ ନୀରିକ୍ଷଣ କମିଟି (ଓଭରସାଇଟ) ଗଠନ କରିଥିଲା । 4 ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଟିକୁ ନିର୍ଦ୍ଦେଶ ହୋଇଥିଲା । ଏହାରି ଭିତରେ ମାସେ ବିତିଥିଲେ ସୁଦ୍ଧା କମିଟି ରିପୋର୍ଟ ପ୍ରଦାନ କରିନାହିଁ । ତେଣୁ ରିପୋର୍ଟ ଦାଖଲ ପାଇଁ କମିଟିକୁ ଆଉ ଦୁଇ ସପ୍ତାହ ସମୟ ଦେଇଛନ୍ତି କ୍ରୀଡା ମନ୍ତ୍ରଣାଳୟ ।

ମାର୍ଚ୍ଚ 9 ତାରଖ ସୁଦ୍ଧା କମିଟିକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । କୁସ୍ତି ମହାଂସଘ ବିବାଦର ତଦନ୍ତ ପାଇଁ ଗଠିକ ଓଭରସାଇଟ ବା ନୀରକ୍ଷଣ କମିଟିରେ ଅଲମ୍ପିକ୍ସ ପଦକ ବିଜୟିନୀ ମ୍ୟାରୀ କମ । ଅନ୍ୟ ସଦସ୍ୟ ଭାବେ ଅଲମ୍ପିକ୍ସ ପଦକ ବିଜେତା ଯୋଗେଶ୍ବର ଦତ୍ତ, ପୂର୍ବତନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ତୃପ୍ତି ରହିଛନ୍ତି । ରାଜ୍ୟ ଗୋଷ୍ଠୀ କ୍ରାଡାରେ ପଦକ ବିଜେତା ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ, ରବି ଦହିୟା ଓ ସାକ୍ଷୀ ମଲ୍ଲିକଙ୍କ ଭଳି କୁସ୍ତିଯୋଦ୍ଧା ଡବ୍ଲୁଏଫଆଇ ସଫାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ।

ଏହା ବିରୋଧରେ ଦିନରାତି ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣାରେ ବସିଥିଲେ । WFI ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା ସଙ୍ଗୀନ ଅଭିଯୋଗ ମାମଲା ପାଇଁ ପାଞ୍ଚ ଜଣିଆ ମନିଟରିଙ୍ଗ କମିଟି ଗଠନ କରିଥିଲେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ଏହି କମିଟିର ଅଧ୍ୟକ୍ଷା ହୋଇଥିଲେ ବକ୍ସର ମେରୀ କମ ।

ଏହା ବି ପଢନ୍ତୁ...Women's T20 World Cup: ଭାରତର ଫାଇନାଲ ଆଶା ଧୂଳିସାତ, ୫ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

କୁସ୍ତି ମହାସଂଘ ବିବାଦ ପାଇଁ ଭାରତକୁ କ୍ଷତି ସହିବାକୁ ପଡିଛି । ମାର୍ଚ୍ଚ 28ରୁ ଏପ୍ରିଲ 2 ପର୍ଯ୍ୟନ୍ତ ଭାରତରେ ଏସୀୟ କୁସ୍ତି ଚମ୍ପିଆନସିପ ଆୟୋଜିତ ହେବା ନେଇ ଘୋଷଣା ହୋଇଥିଲା । ବିଶ୍ବ କୁସ୍ତି ସଂସ୍ଥା ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଭାରତରୁ ଏସୀୟ ଚମ୍ପିଆନସିପକୁ ପ୍ରତ୍ୟାହାର କରି ନେଇଛି । ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଏହି ନିଷ୍ପତ୍ତି ନେଇଛି ।

କଣ ହୋଇଥିଲା ଅଭିଯୋଗ: କୁସ୍ତିରେ ଅନେକ ମେଡାଲ ଆଣିଥିବା କୁସ୍ତଯୋଦ୍ଧା ଭିନେଶ ଫୋଗାଟ ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ । 10ରୁ 12 ଯୌନ ନିର୍ଯାତନା ଘଟଣା ବିଷୟରେ ସେ ଜାଣିଥିବା କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.