ETV Bharat / sports

ଅନଲାଇନ ଚେସ୍‌ ଅଲମ୍ପିଆଡରେ ବିଶ୍ବନାଥନ ଆନନ୍ଦ ଅଧିନାୟକ - online Chess Olympiad

ଭାରତୀୟ ଟିମରେ ଆନନ୍ଦଙ୍କ ସମେତ, ପି ହରିକ୍ରୀଷ୍ଣ, ନିହାଲ ସାରିନ, ଆର ପ୍ରଗାନାନନ୍ଦାସ, କୋନେରୁ ହମ୍ପି, ଡି ହାରିକା, ଭିଦିତ ସନ୍ତୋଷ ଗୁଜୁରାଟୀ, ତାନିଆ ସଚଦେବ, ଭକ୍ତି କୁଲକର୍ଣ୍ଣି, ଆର ବୈଶାଳୀ, ଅଧିବନ ବାସ୍କରନ ଓ ବି ସବିତା ଶ୍ରୀ ରହିଛନ୍ତି । ଅଧିକ ପଢନ୍ତୁ...

Viswanathan Anand to lead Indian team in online Chess Olympiad, Adhiban Baskaran included
ଅନଲାଇନ ଚେସ୍‌ ଅଲମ୍ପିଆଡରେ ବିଶ୍ବନାଥନ ଆନନ୍ଦ ଅଧିନାୟକ
author img

By

Published : Aug 1, 2021, 10:24 AM IST

ନୂଆଦିଲ୍ଲୀ: ଚେସ୍‌ କିମ୍ବଦନ୍ତୀ ବିଶ୍ବନାଥନ ଆନନ୍ଦ ଆଗାମୀ ଅନଲାଇନ ଚେସ୍‌ ଅଲମ୍ପିଆଡ୍‌ରେ ଭାରତର ନେତୃତ୍ବରେ ନେବେ । ସେପ୍ଟେମ୍ବର ୮ରୁ ୧୫ ମଧ୍ୟରେ ଏହି ଅନଲାଇନ ଚେସ ପ୍ରତିଯୋଗିତା ଖେଳାଯିବ ।

Chess.com ଅନୁଯାୟୀ, ୨୦୨୧ FIDE ଅନଲାଇନ ଚେସ୍‌ ଅଲମ୍ପିଆଡ୍‌ ଏକ ବିଶ୍ବସ୍ତରୀୟ ଅନଲାଇନ ଇଭେଣ୍ଟ, ଯେଉଁଠାରେ ୧୦୦ରୁ ଅଧିକ ଭିନ୍ନ ଜାତୀୟ ଟିମ ସ୍ବର୍ଣ୍ଣ ପଦକ ପାଇଁ ଲଢେଇ କରିବେ ।

ଭାରତୀୟ ଟିମରେ ଆନନ୍ଦଙ୍କ ସମେତ, ପି ହରିକ୍ରୀଷ୍ଣ, ନିହାଲ ସାରିନ, ଆର ପ୍ରଗାନାନନ୍ଦାସ, କୋନେରୁ ହମ୍ପି, ଡି ହାରିକା, ଭିଦିତ ସନ୍ତୋଷ ଗୁଜୁରାଟୀ, ତାନିଆ ସଚଦେବ, ଭକ୍ତି କୁଲକର୍ଣ୍ଣି, ଆର ବୈଶାଳୀ, ଅଧିବନ ବାସ୍କରନ ଓ ବି ସବିତା ଶ୍ରୀ । ଚେସ୍‌ ଟିମ ଇଣ୍ଡିଆକୁ ଭଲ ପ୍ରଦର୍ଶନ ପାଇଁ Chess.com ଶୁଭେଚ୍ଛା ଜଣାଇଛି ।

ରୁଷିଆ ସହିତ ଯୁଗ୍ମସ୍ବର୍ଣ୍ଣ ବିଜେତା ହୋଇଥିବା ଭାରତୀୟ ଟିମ ଏଥର ସମାନ ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିଛି । ଏଥିସହ ସ୍ବର୍ଣ୍ଣ ପଦକ ଏକକ ବିଜେତା ହେବାନେଇ ଆଶା ରହିଛି ।

ପୂର୍ବତନ ନ୍ୟାସନାଲ ଚମ୍ପିଆନ ଓ ବ୍ରିଟିଶ ଚେସ୍‌ ଚମ୍ପିଆନସିପ ବିଜେତା ଗ୍ରାଣ୍ଡମାଷ୍ଟର ଅଭିଜିତ କୁଣ୍ଟେ, ଟିମର ଅଣଖେଳାଳି ଭାଇସ-କ୍ୟାପଟେନ ନିଯୁକ୍ତ ହୋଇଛନ୍ତି । ସର୍ବଭାରତୀୟ ଚେସ୍‌ ମହାସଂଘ(AICF) ଏନେଇ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.