ନୁର୍ ସୁଲତାନ (କଜାଖସ୍ତାନ): ଭାରତକୁ ମିଳିଲା ଆଗାମୀ ଟୋକିଓ ଅଲମ୍ପିକର ପ୍ରଥମ କୋଟା । ପ୍ରଥମ ଭାରତୀୟ ଭାବେ ଏହି ସଫଳତା ଅର୍ଜନ କରିଛନ୍ତି ଭାରତୀୟ ଷ୍ଟାର ରେସଲର (କୁସ୍ତିଯୋଦ୍ଧା) ଭିନେଶ ଫୋଗଟ୍ । ଏଠାରେ ଚାଲିଥିବା ବିଶ୍ବ କୁସ୍ତି ଚମ୍ପିଆନସିପର 53 କେଜି ବର୍ଗର ସେମିଫାଇନାଲରେ ପରାଜୟ ବରଣ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଭିନେଶ ।
ସେମିରେ ଜର୍ମାନୀର ମାରିଆ ପ୍ରେଭୋଲାରାକିଙ୍କଠାରୁ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ଭିନେଶ ।
ତେବେ ବୁଧବାର ଅନ୍ୟ ରାଉଣ୍ଡରେ ବିଶ୍ୱର ଏକ ନମ୍ବର ରେସଲର୍ ଆମେରିକାର ସାରା ହିଲ୍ଡେବ୍ରାଣ୍ଡଙ୍କୁ ହରାଇ ସେ ଏହି ଯୋଗ୍ୟତା ହସାଲ କରିଛନ୍ତି । ଏହି ମ୍ୟାଚରେ ସେ ୨୫ ବର୍ଷୀୟା ରେସଲର ଭିନେଶ 8-2 ବ୍ୟବଧାନରେ ପୂର୍ବତନ ବିଶ୍ବ ଚମ୍ପିଆନସିପ ରୌପ୍ୟ ପଦକ ବିଜେତାଙ୍କୁ ହରାଇଛନ୍ତି ।
ଅନ୍ୟପଟେ ଭାରତୀୟ ଅନ୍ୟତମ ରେସଲର ପୂଜା ଧନ୍ଦା ଆଉ ଏକ ପଦକଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି ।