ETV Bharat / sports

ମହିଳା କୁସ୍ତି ଯୋଦ୍ଧାଙ୍କ ଧାରଣା ସ୍ଥଳରେ ପହଁଞ୍ଚିଲେ ବିଜେନ୍ଦର ସିଂହ, କହିଲେ ଏହି ମାମଲାରେ ସିବିଆଇ ଯାଞ୍ଚ କରୁ - ଜନ୍ତର ମନ୍ତର ଧାରଣାରେ ମହିଳା କୁସ୍ତି ଯୋଦ୍ଧା

ମହିଳା କୁସ୍ତି ଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଭାରତୀୟ ବକ୍ସର ତଥା କଂଗ୍ରେସ ନେତା ବିଜେନ୍ଦର ସିଂହ ଆଜି ଜନ୍ତର ମନ୍ତର ଧାରଣା ସ୍ଥଳରେ ପହଁଞ୍ଚିଛନ୍ତି । ଅଧିକ ପଢନ୍ତୁ

ବିଜେନ୍ଦର ସିଂହ
ବିଜେନ୍ଦର ସିଂହ
author img

By

Published : Jan 20, 2023, 10:02 PM IST

ହାଇଦ୍ରାବାଦ : ଜନ୍ତର ମନ୍ତର ଧାରଣାସ୍ଥଳରେ ପହଁଞ୍ଚିଲେ ବକ୍ସର ବିଜେନ୍ଦର ସିଂହ । ସେଠାରେ ପହଁଞ୍ଚି ସେ ଧାରଣାକାରୀଙ୍କୁ ସମର୍ଥନ ଜଣାଇଛନ୍ତି । ଦିନକୁ ଦିନକୁ WFI ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଉଠିଥିବା ବିବାଦ ଥମିବାର ନାଁ ଧରୁନାହିଁ । ଭାରତୀୟ କୁସ୍ତି ମହାସଂଘ(WFI)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ କୁସ୍ତି ତାରକା ଆନ୍ଦୋଳନ ଜାରି ରଖିଛନ୍ତି । WFI ଅଧ୍ୟକ୍ଷଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ମହିଳା କୁସ୍ତି ତାରକାମାନେ ଦିଲ୍ଲୀର ଜନ୍ତର ମନ୍ତରରେ ତିନି ଦିନ ଧରି ଧାରଣା ଦେଇଛନ୍ତି । ଏହି ଧାରଣା ବାବଦରେ ମହିଳା କୁସ୍ତି ଯୋଦ୍ଧାମାନେ କହିଛନ୍ତି ଯେ ଏହା ସେମାନଙ୍କ ନିଜସ୍ୱ ଲଢେଇ । ନ୍ୟାୟ ନ ମିଳିବା ଯାଏଁ ଏହି ଲଢେଇ ସେମାନେ ଜାରି ରଖିବେ ।

ମହିଳା କୁସ୍ତି ଯୋଦ୍ଧାଙ୍କ ପ୍ରତି ଦିନକୁ ଦିନ ସମର୍ଥନ ବଢିବାରେ ଲାଗିଛି । ସେମାନଙ୍କୁ ସମର୍ଥନ ଜଣାଇ ଭାରତୀୟ ବକ୍ସର ତଥା କଂଗ୍ରେସ ନେତା ବିଜେନ୍ଦର ସିଂହ ଆଜି(ଶୁକ୍ରବାର) ଧାରଣା ସ୍ଥଳରେ ପହଁଞ୍ଚିଛନ୍ତି । ହେଲେ ମହିଳା କୁସ୍ତି ଯୋଦ୍ଧା ବିଜେନ୍ଦର ସିଂହଙ୍କ ସମର୍ଥନକୁ ପ୍ରତ୍ୟାଖାନ କରିଥିଲେ । ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତି ଯୋଦ୍ଧାମାନେ କହିଥିଲେ ଯେ, କୌଣସି ରାଜନେତାଙ୍କର ସମର୍ଥନ ଆମେ ଲୋଡୁ ନାହୁଁ । ସେପଟେ ବକ୍ସର ବିଜେନ୍ଦର ସିଂହ ଏ ଘଟଣା ବାବଦରେ ନିଜର ମତାମତ ରଖି କହିଛନ୍ତି ଯେ ମହିଳା କୁସ୍ତି ଯୋଦ୍ଧାଙ୍କର ଏହି ଲଢେଇକୁ କୌଣସି ରାଜନୈତିକ ରୂପ ନଦିଆଯାଉ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ । ତାଙ୍କ କହିବାର ଅର୍ଥ ବ୍ରିଜ ଭୂଷଣ ସିଂହଙ୍କ ଉପରେ ଲାଗିଥିବା ଅଭିଯୋଗର ତଦନ୍ତ ଠିକ୍ ଭାବରେ କରାଯାଉ । ନ୍ୟୁଜ ଏଜେନ୍ସି ANIକୁ ନିଜର ମତାମତ ଦେଇ ବିଜେନ୍ଦର ସିଂହ କହିଛନ୍ତି "ବ୍ୟକ୍ତିଗତ ଭାବରେ ମୁଁ ଚାହେଁ କି ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ଉଚିତ୍ ନ୍ୟାୟ ମିଳୁ । ସେମାନଙ୍କ ଦ୍ବାରା କରାଯାଇଥିବା ଅଭିଯୋଗର ସଠିକ୍ ତଦନ୍ତ କରାଯାଉ । ଏଥିରେ ସାମିଲ ରହିଥିବା ଲୋକଙ୍କ ବିରୋଧରେ ସିବିଆଇ ତଦନ୍ତ କରିବା ଦରକାର ।"

ସ୍ବର୍ଣ୍ଣ ପଦକ ବିଜେତା ତଥା ଭାରତୀୟ ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଭାରତୀୟ କୁସ୍ତି ମହାସଂଘ ଏବଂ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କୁସ୍ତି ମହାସଂଘ ସଭାପତି ବ୍ରିଜ ମୋହନ ସିଂ ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ସାମ୍ନାକୁ ଆସିବା ପରେ ଦିଲ୍ଲୀର ଯନ୍ତରମନ୍ତରରେ ଅନେକ କୁସ୍ତିଯୋଦ୍ଧା ସଭାପତିଙ୍କ ବିରୋଧରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭରେ ରିଓ ଅଲିମ୍ପିକ୍ସ ବିଜେତା ସାକ୍ଷୀ ମଲିକ, ସରିତା ମୋରେ, ବଜରଙ୍ଗ ପୁନିଆଙ୍କ ସମେତ ପାଖାପାଖି 30 ଜଣ କୁସ୍ତିଯୋଦ୍ଧା ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.