ହାଇଦ୍ରାବାଦ: ଭାରତୀୟ ଷ୍ଟାର ବକ୍ସର ତଥା ଅଲମ୍ପିକ ମେଡାଲ ବିଜେତା ବିଜେନ୍ଦ୍ର ସିଂ ଟ୍ରେନିଂ ବେଳେ ଆହତ ହୋଇଛନ୍ତି । ତାଙ୍କ ବାମ ଆଖିରେ ଆଘାତ ଲାଗିଛି । ତେଣୁ ବହୁ ପ୍ରତିକ୍ଷୀତ ୟୁଏସପ୍ରୋ ପଦାର୍ପଣ ମ୍ୟାଚକୁ ଘୁଞ୍ଚାଇ ଦିଆ ଯାଇଛି । ଆସନ୍ତା ଏପ୍ରିଲ ୧୨ ତାରିଖରେ ସେ ପଦାର୍ପଣ ମ୍ୟାଚ୍ ଖେଳିଥାନ୍ତେ।
"ମୁଁ ଶୁକ୍ରବାର ବକ୍ସିଂ ଅଭ୍ୟାସ କରୁଥିବାବେଳେ ଆହତ ହୋଇଥିଲି । ମୋ ବାମ ଆଖି ଉପରେ ଦୁଇଟି ଷ୍ଟିଚ୍ ପଡ଼ିଛି । ଆସନ୍ତା ଶୁକ୍ରବାର ଷ୍ଟିଚ୍ କଢ଼ାଯିବ ବୋଲି ଡାକ୍ତର କହିଛନ୍ତି।" ବୋଲି ଭାରତୀୟ ବକ୍ସର ବିଜେନ୍ଦ୍ର ସିଂକହିଛନ୍ତି । ବିଜେନ୍ଦର ଲଗାତର ୧୦ଟି ମ୍ୟାଚ ଖେଳି ଅପରାଜିତ ରହିଛନ୍ତି। ତାଙ୍କ ନିକଟରେ ଡବ୍ଲ୍ୟୁବିଓ ଏସିଆ ପାସିଫିକ ସୁପର ଓ୍ବେଲ୍ଟରଓ୍ବେଟ ଟାଇଟଲ ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ