ETV Bharat / sports

ଭେଟେରାନ ଟେବୁଲ ଟେନିସ ଖେଳାଳି ମୋଉମାଙ୍କୁ 'ପଦ୍ମଶ୍ରୀ' ସମ୍ମାନ

author img

By

Published : Nov 9, 2021, 10:10 PM IST

ଭେଟେରାନ ଭାରତୀୟ ଟେବୁଲ ଟେନିସ ଖେଳାଳି ମୋଉମା ଦାସ ମଙ୍ଗଳବାର 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଅଧିକ ପଢନ୍ତୁ...

Veteran table tennis player Mouma Das conferred with Padma Shri award
ଭେଟେରାନ ଟେବୁଲ ଟେନିସ ଖେଳାଳି ମୋଉମା ଦାସଙ୍କୁ 'ପଦ୍ମଶ୍ରୀ' ସମ୍ମାନ

ନୂଆଦିଲ୍ଲୀ: ଭେଟେରାନ ଭାରତୀୟ ଟେବୁଲ ଟେନିସ ଖେଳାଳି ମୋଉମା ଦାସ ମଙ୍ଗଳବାର 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ମୋଉମା ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ସୋମବାର ଅଲମ୍ପିଆନ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପଦ୍ମଭୁଷଣ ଓ ଭାରତୀୟ ମହିଳା ହକି ଟିମ କ୍ୟାପେଟନ ରାନୀ ରାମପାଲଙ୍କୁ ପଦ୍ମଶ୍ରୀ ପୁରସ୍କାର ୨୦୨୦ରେ ସମ୍ମାନିତ କରାଯାଇଛି ।

ଚଳିତ ବର୍ଷ ଟୋକିଓ ଅଲମ୍ପିକ୍‌ ୨୦୨୦ରେ ରାନୀ ରାମପାଲ ଭାରତୀୟ ମହିଳା ହକି ଟିମର ନେତୃତ୍ବ ନେଇଥିଲେ ।

  • President Kovind presents Padma Shri to Smt. Mouma Das for Sports. She is a woman table tennis player who has a record of the highest number of representations for the Indian senior team since 1997. She has also been a recipient of Arjuna Award. pic.twitter.com/3AzBJ0xzXK

    — President of India (@rashtrapatibhvn) November 9, 2021 " class="align-text-top noRightClick twitterSection" data=" ">

ଗଣତନ୍ତ୍ର ଦିବସ ପୂର୍ବରୁ ପ୍ରତିବର୍ଷ ଏହି ପୁରସ୍କାର ଘୋଷଣା କରାଯାଇଥାଏ । ତେବେ COVID-19 ମହାମାରୀ ପାଇଁ ପୁରସ୍କାର ବିତରଣ ଉତ୍ସବ ପ୍ରଭାବିତ ହୋଇଥିଲା ।

ତିନୋଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ- ପଦ୍ମ ବିଭୁଷଣ(ଅସାଧାରଣ ଏବଂ ବିଶିଷ୍ଟ ସେବା), ପଦ୍ମ ଭୁଷଣ(ଉଚ୍ଚ କ୍ରମର ବିଶିଷ୍ଟ ସେବା) ଓ ପଦ୍ମଶ୍ରୀ(ବିଶିଷ୍ଟ ସେବା) ।

ଚଳିତ ବର୍ଷ ୧୧୯ଜଣଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦାନ କରାଯାଇଛି । ତାଲିକାରେ ୭ଜଣ ପଦ୍ମବିଭୁଷଣ ଓ ୧୦ଜଣଙ୍କୁ ପଦ୍ମଭୁଷଣ ଓ ୧୦୨ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ବିଜେତା ରହିଛନ୍ତି । ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୨୯ଜଣ ମହିଳା, 16ଜଣ ମରଣୋତ୍ତର ଓ ଜଣେ ତୃତୀୟଲିଙ୍ଗୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.