ହାଇଦ୍ରାବାଦ: ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିବା ପ୍ରଥମ ପାକିସ୍ତାନ ଅଶ୍ବ ଧାବକ ଖେଳାଳି ଉସ୍ମାନ ଖାନ ଏବେ ଚର୍ଚ୍ଚାରେ । ତାଙ୍କର ଘୋଡା ନାଁ ଆଜାଦ କାଶ୍ମୀର ରଖିଛନ୍ତି । ଏହି ନାଁ ବଦେଇବାକୁ ସେ ନାରାଜ ।
ସେ କହିଛନ୍ତି କାଶ୍ମୀର ସହ ଏହାର କୌଣସି ସମ୍ପର୍କ ନାହିଁ । ମୁଁ ମୋର ସମସ୍ତ ଘୋଡାଙ୍କ ନାଁ ପରିବର୍ତ୍ତନ କରେ । ଏହି ଘୋଡାର ନାଁ ବଦଳେଇବାକୁ ପ୍ରାୟ 70ହଜାର ଟଙ୍କା ଖର୍ଚ୍ଚ କରିଛି ।
କିନ୍ତୁ ଭାରତୀୟ ଅଲମ୍ପିକ ଅଧିକାରୀଙ୍କ ନଜର ଏହାକୁ ନେଇ ରହିଛି । ଏହାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ଭାରତୀୟ ଅଲମ୍ପିକ ଅଧିକାରୀ ରାୟ ନେଉଛି ।