ETV Bharat / sports

US Open 2023: ସେମିରେ ହାରିଲା ଲକ୍ଷ୍ୟ ସେନ, ଆମେରିକା ଓପନରୁ ବାଦ

author img

By

Published : Jul 16, 2023, 2:21 PM IST

ୟୁଏସ ଓପନରେ ନିରାଶ ହେଇଛନ୍ତି ଭାରତୀୟ ଯୁବ ଷ୍ଟାର ସଟଲର ଲକ୍ଷ୍ୟ ସେନ । ସେମିଫାଇନାଲରେ ଚୀନ ଖେଳାଳିଙ୍କଠୁ ପରାସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

US Open 2023
ସେମିରେ ହାରିଲା ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ମଉଳିଲା ଲକ୍ଷ୍ୟ ସେନଙ୍କ ଆମେରିକା ଓପନ ସ୍ବପ୍ନ । କାନାଡା ଓପନର ପ୍ରତିଶୋଧ ନେଲେ ଚୀନ ସଟଲଟ ଲି ସି ଫେଙ୍ଗ । ଜୁଲାଇ 11 ତାରିଖରୁ ଆମେରିକାରେ ଚାଲିଥିବା ୟୁଏସ ଓପନ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନିରାଶ ହୋଇଛନ୍ତି ଭାରତୀୟ ଷ୍ଟାର ସଟଲର ତଥା କନାଡା ଓପନ ଚମ୍ପିଆନ ଲକ୍ଷ୍ୟ ସେନ । ସେମିଫାଇନାଲରେ ଚୀନର ଲି ସି ଫେଙ୍ଗଙ୍କଠୁ 17-21, 24-22, 17-21 ସେଟରେ ପରାସ୍ତ ହୋଇଛନ୍ତି ସେନ ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ବିଜେତା ଏବଂ ତୃତୀୟ ସିଡ ଖେଳାଳି ଲକ୍ଷ୍ୟ ସେନ ୟୁଏସ ଓପନରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚୀନର ଲି ସି ଫେଙ୍ଗଙ୍କଠୁ ପରାସ୍ତ ହୋଇଛନ୍ତି । ଏହି ୟୁଏସ ସେମିଫାଇନାଲ ମ୍ୟାଚ 16 ମିନିଟ ଯାଏ ଚାଲିଥିଲା । ବିଶ୍ବ ମାନ୍ୟତାର 7 ନମ୍ବରରେ ଥିବା ଚୀନ ସଟଲର ଏବଂ 12 ନମ୍ବରରେ ଲକ୍ଷ୍ୟ ସେନଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଗେମ ଆରମ୍ଭରୁ ଦୁଇ ଖେଳାଳି 17 ପଏଣ୍ଟରେ ଥିଲେ । ଏହା ପରେ ଚୀନ ଖେଳାଳି ଜବରଦସ୍ତ କମବ୍ୟାକ କରି ଆକ୍ରମଣାତ୍ମକ ସଟ ଖେଳିଥିଲେ । ଲକ୍ଷ୍ୟ ସେନ କିଛି ତ୍ରୁଟି କରିଥିବାରୁ ତାଙ୍କର ୟୁଏସ ଓପନରୁ ଅଭିଯାନ ଶେଷ ହୋଇଛି ।

ଏହା ବି ପଢନ୍ତୁ...Canada Open 2023: ଏକକ ବର୍ଗରେ ଲକ୍ଷ୍ୟ ସେନ୍‌ ଚମ୍ପିଆନ

ଏହା ବି ପଢନ୍ତୁ...US Open 2023: ସେମିଫାଇନାଲରେ ଲକ୍ଷ୍ୟ ସେନ, ସିନ୍ଧୁ ବିଦା

ପ୍ରକାଶଥାଉ କି, ପୁରୁଷ ବର୍ଗ କ୍ବାର୍ଟରରେ ତୃତୀୟ ସିଡ୍ ଲକ୍ଷ୍ୟ ସିଧାସଳଖ 21-10, 21-17 ଗେମରେ ନିଜ ଦେଶର ଏସ ଶଙ୍କର ମୁଥୁସାମି ସୁବ୍ରମଣ୍ୟମଙ୍କୁ ପରାସ୍ତ କରିଥିଲେ । ମ୍ୟାଚ ଜିତିବାକୁ ଲକ୍ଷ୍ୟ ସେନଙ୍କୁ 38 ମିନିଟ ଲାଗିଥିଲା । ସେ ସେମିଫାଇନାଲରେ ଚୀନର ଚୀନର ଲି ସି ଫେଙ୍ଗଙ୍କୁ ଭେଟିଥିଲେ । ପୂର୍ବରୁ ଲକ୍ଷ୍ୟ ସେନ ଚେକ ଗଣରାଜ୍ୟର ଜାନ ଲଉଡାଙ୍କୁ 21-8, 23-21ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ ।

ଜୁନ 4ରୁ 9 ତାରିଖ ଯାଏଁ କାନାଡାରେ ଚାଲିଥିବା କନାଡା ଓପନ ବିଶ୍ବ ଟୁର ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ୟ ସେନ ଚମ୍ପିଆନ ହୋଇଥିଲେ । ଏହା ତାଙ୍କର ଦ୍ବିତୀୟ ଟାଇଟଲ ଥିଲା । ଚୀନର ଲି ସି ଫେଙ୍ଗଙ୍କୁ ସିଧାସଳଖ 19-20, 22-20 ସେଟରେ ପରାସ୍ତ କରି ଚମ୍ପିଆନ କାନାଡା ଓପନ ଟାଇଟଲ ହାତେଇଥିଲେ 21 ବର୍ଷୀୟ ଲକ୍ଷ୍ୟ ସେନ । ଲକ୍ଷ୍ୟ ସେନ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାରେ 12 ନମ୍ବରରେ ରହିଛନ୍ତି । ୟୁଏସ ଓପନରେ ଲକ୍ଷ୍ୟ ସେନଙ୍କର ଟାଇଟାଲ ହାତେଇବା ସ୍ବପ୍ନ ପୂରଣ ହୋଇନାହିଁ ଫଳରେ ସେ ଆମେରିକା ଓପନରୁ ବାଦ ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.