ETV Bharat / sports

Beijing Olympics: ବେଜିଂ ଅଲମ୍ପିକ୍ସକୁ ଆମେରିକାର ବର୍ଜନ, ପ୍ରହସନ କହିଲା ଚୀନ

author img

By

Published : Dec 8, 2021, 10:38 AM IST

ଚୀନରେ ବେଜିଂ ସହରରେ ହେବାକୁ ଥିବା ୨୦୨୨ ଶୀତକାଳୀନ ଅଲିମ୍ପିକ୍ସକୁ (Beijing Winter Olympics) ଆମେରିକା କୁଟନୈତିକ ସ୍ତରରେ ବର୍ଜନ କରିଛି ।

ବେଜିଂ ଅଲମ୍ପିକ୍ସକୁ ଆମେରିକାର ବର୍ଜନ, ପ୍ରହସନ କହିଲା ଚାଇନା

ୱାଶିଂଟନ: ଚୀନରେ ବେଜିଂ ସହରରେ ହେବାକୁ ଥିବା ୨୦୨୨ ଶୀତକାଳୀନ ଅଲିମ୍ପିକ୍ସକୁ (Beijing Winter Olympics) ଆମେରିକା କୁଟନୈତିକ ସ୍ତରରେ ବର୍ଜନ କରିଛି । ଏପରି ନିଷ୍ପତ୍ତିକୁ ଚୀନ ବିରୋଧ କରି ଆସୁଥିଲେ ମଧ୍ୟ ଅଲିମ୍ପିକ୍ସରେ ଆମେରିକାର କୌଣସି ଅଧିକାରୀ ଯୋଗ ଦେବେ ନାହିଁ (US diplomatic boycott Beijing Olympic) ବୋଲି ଜୋ ବାଇଡେନ ପ୍ରଶାସନ ଘୋଷଣା କରିଛି। ଆମେରିକାର ଏହି ନିଷ୍ପତ୍ତିକୁ ଦୃଢ ସମାଲୋଚନା କରିଛି ଚୀନ ।

ଆମେରିକୀୟ ଆଥଲେଟମାନଙ୍କୁ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ ଜେନ ସାକି କହିଛନ୍ତି । ବେଜିଂ ଅଲିମ୍ପିକ୍ସକୁ ବର୍ଜନ ନିଷ୍ପତ୍ତି ସ୍ବ-ପରିଚାଳିତ ରାଜନୈତିକ ପ୍ରହସନ ବୋଲି ଏକ ବିବୃତିରେ କହିଛନ୍ତି ଚାଇନା ମୁଖପାତ୍ର । ଅଲିମ୍ପିକ୍ସର ସଫଳତା କେତେକ ହାତଗଣିତ ଦେଶର ସରକାରୀ ଅଧିକାରୀଙ୍କ ଉପସ୍ଥିତି ଉପରେ ନିର୍ଭର କରେ ନାହିଁ ବୋଲି କହିଛି ଚୀନ ।

ଖେଳରେ ରାଜନୈତିକ ନିରପେକ୍ଷତା ବଜାୟ ରଖିବା ପରିବର୍ତ୍ତେ ଆମେରିକା ଏହାର ଉଲଘଂନ କରିଛି । ମିଛ ଚର୍ଚ୍ଚା ଓ ଗୁଜବକୁ ଆଧାର ଆମେରିକା ଏହି ନିଷ୍ପତ୍ତ ନେଇଛି ବୋଲି କହିଛନ୍ତି ଚୀନ ବହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର । ଆମେରିକାର ଏହି ନିଷ୍ପତ୍ତି ପରେ ନ୍ୟୁଜିଲାଣ୍ଡ ମଧ୍ୟ ତାର ଅଧିକାରୀଙ୍କୁ ବେଜିଂ ଅଲିମ୍ପିକ୍ସରୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି । ଏହା ସହ ବ୍ରିଟେନ, ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ଅଲମ୍ପିକ୍ସକୁ ବର୍ଜନ କରିବା ନେଇ ଘୋଷଣା କରିପାରନ୍ତି ବୋଲି ଆଶଙ୍କା ଉପୁଜିଥିଲା । 2022 ବେଜିଂ ଶୀତକାଳୀନ ଅଲିମ୍ପିକ୍ସରେ ଆମେରିକା ନିଷ୍ପତ୍ତିରେ ସାମିଲ ବୋଲି ଆଜି କହିଛନ୍ତି ଆଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.