ETV Bharat / sports

ନୂଆ ରୂପରେ ଉନ୍ମୋଚିତ ହେଲା ସାଇ'ର ଲୋଗୋ

ଭାରତୀୟ ଖେଳ ପ୍ରାଧିକରଣ(ସାଇ)ର ନୂଆ ଲୋଗୋର ଉନ୍ମୋଚନ କରାଯ।ଇଛି । ବୁଧବାର ଦିନ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଏହାର ଉନ୍ମୋଚନ କରିଛନ୍ତି । 1982ମସିହା ପରେ ପ୍ରଥମ ଥର ପାଇଁ ଏହି ଲୋଗୋର ପରିବର୍ତ୍ତନ କରାଯାଇଛି ।

author img

By

Published : Oct 1, 2020, 10:34 AM IST

Updated : Oct 1, 2020, 11:18 AM IST

ନୂଆ ରୂପରେ  ଉନ୍ମିଚତ ହେଲା ସାଇ'ର ଲୋଗୋ
ନୂଆ ରୂପରେ ଉନ୍ମିଚତ ହେଲା ସାଇ'ର ଲୋଗୋ

ନୂଆଦିଲ୍ଲୀ: ଭାରତୀୟ ଖେଳ ପ୍ରାଧିକରଣ(ସାଇ)ର ନୂଆ ଲୋଗୋର ଉନ୍ମୋଚନ କରାଯ।ଇଛି । ବୁଧବାର ଦିନ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଏହାର ଉନ୍ମୋଚନ କରିଛନ୍ତି । 1982ମସିହା ପରେ ପ୍ରଥମ ଥର ପାଇଁ ଏହି ଲୋଗୋର ପରିବର୍ତ୍ତନ କରାଯାଇଛି ।

ପୂର୍ବ ଲୋଗୋ ଠାରୁ ନୂତନ ଲୋଗୋ ଅଧିକ ସରଳ ରହିଛି । ନୂତନ ଲୋଗୋରେ କେବଳ 'SAI' ଲେଖା ଯାଇଛି । ଏହାର ପଛ ପଟେ ଖେଳାଳିର ସଫଳ ଉଡାଣକୁ ଦର୍ଶା ଯାଇଛି ।

ସ୍ଥାନୀୟ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟଜିତ ଏକ କାର୍ଯ୍ୟକ୍ରମରେ ଏହି ଲୋଗର ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ରୀଡା ସଚିବ ରବି ମିତ୍ତଲ, ସାଇ ପ୍ରବନ୍ଧକ ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, ଭାରତୀୟ ଅଲମ୍ପିକ ସଂଘର ସଭାପତି ନରିନ୍ଦର ବତ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟଭାର ସମ୍ଭାଳିବା ପରେ ପରେ ହିଁ ଲୋଗୋ ପରିବର୍ତ୍ତନ ପ୍ରସ୍ତାବ ରଖିଥିଲି । ଲୋଗୋକୁ ଅଧିକ ସରଳ ଓ ଅର୍ଥପୂର୍ଣ୍ଣ କରିବାକୁ କହିଥିଲି ।

ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଲୋଗୋ ଛୋଟ ଅଛି । କିନ୍ତୁ ଏହାର ଅର୍ଥ ଓ ଲକ୍ଷ୍ୟ ବଡ ରହିଛି । ଲୋଗୋ ଗୋଟିଏ ସଂସ୍ଥାକୁ ପରିଚୟ ପ୍ରଦାନ କରେ । ସାଇ ଦୀର୍ଘ ଦିନ ହେଲା କ୍ରୀଡାକୁ ପ୍ରୋତ୍ସାହିତ କରୁଛି କିନ୍ତୁ ପୁରୁଣା ଲୋଗୋ ମତେ ବଡ ଓ ଅବ୍ୟବସ୍ଥିତ ଲାଗୁଥିଲା । ଏଥିଲାଗି ମୁଁ ଛୋଟ ଲୋଗୋ ବିଷୟରେ ଭାବିଥିଲି । ସାଇ ନାଁ ଯେପରି ସଠିକ ଭାବରେ ଦେଖାଯାଉ ।

Last Updated : Oct 1, 2020, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.