ETV Bharat / sports

ଅନଅଫିସିଆଲ୍ କବାଡି ଟିମର ପାକିସ୍ତାନ ଗସ୍ତ: କ୍ରୀଡାମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଭାରତୀୟ ଅନଅଫିସିଆଲ କବାଡି ଟିମ ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳିବା ନେଇ ଖପ୍ପା କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ । ଜାତୀୟ କବାଡି ଫେଡେରେସନକୁ ବିନା ଅନୁମତିରେ ଭାରତର ପ୍ରତିନିଧିତ୍ବ କରିଥିବା, ଖେଳାଳିଙ୍କ ପାକିସ୍ତାନ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡା ମନ୍ତ୍ରୀ ।

author img

By

Published : Feb 18, 2020, 1:36 PM IST

kiren Rijiju
କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ

ନୂଆଦିଲ୍ଲୀ: ଭାରତୀୟ ଅନଅଫିସିଆଲ କବାଡି ଟିମ ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳିବା ନେଇ ଖପ୍ପା କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ । ବିନା ଅନୁମତିରେ ଭାରତର ପ୍ରତିନିଧିତ୍ବ କରିଥିବା, ଏହି ଖେଳାଳିଙ୍କ ପାକିସ୍ତାନ ଗସ୍ତର ହେବ ତଦନ୍ତ । ଏନେଇ ଜାତୀୟ କବାଡି ଫେଡେରେସନକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ।

imran khan
ଫଟୋ ସୌଜନ୍ୟ: twitter@ImranKhanPTI

ଏହି ଘଟଣାରେ କ୍ରୀଡାମନ୍ତ୍ରୀ କହିଛନ୍ତି, ଭାରତୀୟ ଅଫିସିଆଲ କବାଡି ଟିମ ପାକିସ୍ତାନ ଗସ୍ତ କରିନାହିଁ । ଆମେ ଜାଣିନାହୁଁ ସେଠାକୁ କେଉଁମାନେ ଯାଇଛନ୍ତି। କୌଣସି ସ୍ଥାନରେ ଭାରତୀୟ ଟିମ ନାମରେ ଖେଳିବାର ଅଧିକାର କୌଣସି ଅନଧିକୃତ ଟିମର ନାହିଁ । କ୍ରୀଡା ମନ୍ତ୍ରଣାଳୟ କୌଣସି ଅଫିସିଆଲ ଟିମକୁ ପାକିସ୍ତାନ ପଠାଇନାହିଁ । ତେବେ ଯଦି କିଏ ଘରୋଇ ଟୁର୍ଣ୍ଣାମେଣ୍ଟ କେଉଁଠି ଖେଳନ୍ତି, ତେବେ ଏଥିରେ କ୍ରୀଡାମନ୍ତ୍ରାଳୟର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କ୍ରୀଡାମନ୍ତ୍ରୀ ।

ଭାରତୀୟ ଅନଅଧିକୃତ କବାଡି ଟିମ ଫାଇନାଲରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା। ବିଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଶୁଭେଚ୍ଛା ବାର୍ତ୍ତା ଟ୍ବିଟ କରିଥିଲେ । ଭାରତ ବିପକ୍ଷରେ ବିଜେତା ହୋଇଥିବାରୁ ପାକିସ୍ତାନ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଭାରତୀୟ ଜାତୀୟ କବାଡି ଦଳ ପାକିସ୍ତାନ ଗସ୍ତ କରିନାହିଁ । ଫଳରେ ଇମ୍ରାନ ଖାନଙ୍କ ଟ୍ବିଟକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ ।

ତେବେ ସମସ୍ତ ଖେଳାଳି ସଠିକ ଭିସା ଉପଯୁକ୍ତ ପ୍ରମାଣପତ୍ର ସହ ପାକିସ୍ତାନ ଆସିଥିଲେ । ବ୍ୟକ୍ତିଗତ ସ୍ତରରେ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଶଂଗ୍ରହଣ କରିଛନ୍ତି । ଏଥିପାଇଁ କୌଣସି ଅଧିକାରୀଙ୍କ ଅନୁମତି ଆବଶ୍ୟକ ନଥିଲା ବୋଲି କହିଛନ୍ତି, ଏହି ଟିମର ପ୍ରୋମଟର ଦବିନ୍ଦର ସିଂହ। ଏହି ଟିମ ସୋମବାର ଅଟାରୀ-ୱାଘା ବର୍ଡର ଦେଇ ଭାରତ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.