ETV Bharat / sports

Ultimate kho kho, ଆଜି ଓଡିଶା ଜଗର୍ନଟ୍ସ-ତେଲୁଗୁ ଯୋଦ୍ଧାସ ଫାଇନାଲ

author img

By

Published : Sep 4, 2022, 2:01 PM IST

ଆଜି ଅଲଟିମେଟ୍ ଖୋ ଖୋ ଲିଗର ଫାଇନାଲ ଲଢେଇ । ମୁହାଁମୁହିଁ ହେବେ ଡିଶା ଜଗର୍ନଟ୍ସ ଓ ତେଲୁଗୁ ଯୋଦ୍ଧାସ । ଅଧିକ ପଢନ୍ତୁ

ଆଜି ଓଡିଶା ଜଗର୍ନଟ୍ସ ତେଲୁଗୁ ଯୋଦ୍ଧାସ ଫାଇନାଲ

ଭୁବନେଶ୍ବର: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଅଲଟିମେଟ ଖୋ ଖୋ । ଆଜି (ରବିବାର) ଅଲଟିମେଟ ଖୋ ଖୋ ପ୍ରଥମ ସିଜିନର ଫାଇନାଲ ଖେଳାଯିବ । ଏଥିରେ ଓଡିଶା ଜଗର୍ନଟ୍ସ ତେଲୁଗୁ ଯୋଦ୍ଧାସ ପରସ୍ପରକୁ ଭେଟିବେ । ଶୁକ୍ରବାର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଖେଳାଯାଇଥିଲା । ଲିଗ୍‌ ପର୍ଯ୍ୟାୟ ଶେଷ କରିଥିବା ଦୁଇ ଟିମ ଗୁଜରାଟ ଜାଏଣ୍ଟ୍‌ସ ଓ ଓଡିଶା ଜଗର୍ନଟ୍ସ ମଧ୍ୟରେ କ୍ବାଲିଫାୟର ମ୍ୟାଚ୍‌ ହୋଇଥିଲା । ବିଜୟୀ ଦଳ ଓଡିଶା ଜଗର୍ନଟ୍ସ ସିଧାସଳଖ ଫାଇନାଲରେ ପହଞ୍ଚିଥିଲା । ଆଜି ରାତି 8ଟାରେ ଫାଇନାଲ ମୁକାବିଲାରେ ଓଡିଶା ଜଗର୍ନଟ୍ସ ଓ ତେଲୁଗୁ ଯୋଦ୍ଧାସ ମଧ୍ୟରେ କଡା ଲଢେଇ ହେବ ।

ଶେଷ ଦୁଇଟି ଲିଗ୍ ମ୍ୟାଚରେ ଓଡିଶା ଜଗର୍ନଟ୍ସ ଭଲ ପ୍ରଦର୍ଶନ କରିନଥିଲେ ବି କ୍ବାଲିଫାୟର ୧ରେ ଗୁଜୁରାଟ ଜିଆଣ୍ଟସକୁ ୧୪ ପଏଣ୍ଟରେ ହରେଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଶନିବାର ଖେଳାଯାଇଥିବା ଲିଗ ପର୍ଯ୍ୟାୟର କ୍ବାଲିଫାୟର-2ରେ ତେଲୁଗୁ ଯୋଦ୍ଧାସ 67-44 ଲିଗ ପର୍ଯ୍ୟାୟରେ ଟେବୁଲ ଟପର ଗୁଜୁରାଟ ଜାଏଣ୍ଟସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଲିଗ୍ ମ୍ୟାଚରେ ଓଡିଶା ଜଗର୍ନଟ୍ସ ତେଲୁଗୁ ଯୋଦ୍ଧାସ ଠାରୁ ଶୋଚନୀୟ ଭାବରେ ପରାସ୍ତ ହେଇଥିଲା । ଚଳିତ ସିଜନରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିବା ତେଲୁଗୁ ଯୋଦ୍ଧାସ ଅଲରାଉଣ୍ଡ ପ୍ରଦର୍ଶନ କରିଛି । ତେଣୁ ଆଜିର ଫାଇନାଲ ମ୍ୟାଚ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ...Ultimate Kho Kho, ଫାଇନାଲ ଟିକେଟ ଲକ୍ଷ୍ୟରେ ଶକ୍ତିଶାଳୀ ଓଡିଶା ଜଗର୍ନଟ୍ସ

ଅନ୍ୟପଟେ ଓଡିଶା ଜଗର୍ନଟ୍ସ ଫାଇନାଲରେ ପ୍ରବେଶ କରିବା ପରେ ଗତକାଲି (ଶନିବାର ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ କୋଚ୍ ଏବଂ ଖେଳାଳିମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣେଇ ସେମାନଙ୍କ ମନୋବଳ ବଢ଼ାଇଛନ୍ତି । ଖେଳାଳି ମାନେ ମଧ୍ୟ ଓଡ଼ିଶାକୁ ଟ୍ରଫି ନେଇକି ଆସିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଥମ ସଂସ୍କରଣରେ ମୋଟ 2 କୋଟି ଟଙ୍କାର ପୁରସ୍କାର ରାଶି ରହିଛି । ଚମ୍ପିଆନ ଦଳକୁ 1 କୋଟି ରନର୍ସଅପ ଦଳରୁ 50 ଲକ୍ଷ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ 30 ଲକ୍ଷ ଏବଂ ଅବଶିଷ୍ଟ 20 ଲକ୍ଷ ଟଙ୍କାର ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯିବ । ପ୍ରଥମ ସଂସ୍କରଣରେ 6ଟି ଫ୍ରାଞ୍ଚାଇଜ ଦଳ ଭାଗ ନେଇଛନ୍ତି । ଅଗଷ୍ଟ 14ରୁ ପୁଣେର ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅଲଟିମେଟ ଖୋ ଖୋ ଲିଗ ଆରମ୍ଭ ହୋଇଥିଲା । ଆଜି ଏହାର ଫାଇନାଲ ଖେଳାଯିବ । ଭାରତର ପ୍ରଥମ ଫାଞ୍ଚାଇଜ ଖୋ ଖୋ ଲିଗ୍‌(India's First Ever franchise-based Kho Kho) ଦର୍ଶକଙ୍କ ଗ୍ରହଣୀୟତା ହାସଲ କରିବାରେ ସଫଳ ହୋଇଛି । ଆଗକୁ ମହିଳା ଲିଗ ଆୟୋଜନ କରିବାକୁ ଯୋଜନା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.