ETV Bharat / sports

ସୁଟିଂ ଚମ୍ପିୟାନସିପ ତୃତୀୟ ଦିନ: 10 ମିଟର ଏୟାର ପିସ୍ତଲରେ ଭାଗ ନେଲେ 22 ପ୍ରତିଯୋଗୀ

author img

By

Published : Jan 3, 2021, 10:40 PM IST

Updated : Jan 4, 2021, 9:18 AM IST

ସୁଟିଂ ଚାମ୍ପିୟାନସିପର ତୃତୀୟ ଦିନ 10 ମିଟର ଏୟାର ପିସ୍ତଲ ଇଭେଣ୍ଟ ଆୟୋଜନ କରାଯାଇଥିଲା। ଏହି ଇଭେଣ୍ଟରେ 22ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଅଧିକ ପଢ଼ନ୍ତୁ...

Twenty-two contestants took part in the 10-meter air pistol in shooting championship
ସୁଟିଂ ଚମ୍ପିୟାନସିପ ତୃତୀୟ ଦିନ: 10 ମିଟର ଏୟାର ପିସ୍ତଲରେ ଭାଗ ନେଲେ 22 ପ୍ରତିଯୋଗୀ

ଭୁବନେଶ୍ବର: ରାଜ୍ୟ ରାଇଫଲ ଆସୋସିଏସନ ପକ୍ଷରୁ ଆୟୋଜିତ ହେଉଥିବା ସୁଟିଂ ଚାମ୍ପିୟାନସିପର ଆଜି(ରବିବାର) ହେଉଛି ତୃତୀୟ ଦିନ। ରବିବାର 10 ମିଟର ଏୟାର ପିସ୍ତଲ ଇଭେଣ୍ଟ ଆୟୋଜନ କରାଯାଇଥିଲା। ଏହି ଇଭେଣ୍ଟ ରେ 22ଜଣ ପ୍ରତିଯୋଗି ଭାଗ ନେଇ ସେମାନଙ୍କ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। 10 ମିଟର ଏୟାର ପିସ୍ତଲ ଇଭେଣ୍ଟ ଉଭୟ ମହିଳା ଓ ପୁରୁଷ ଭାଗ ନେଇଥିଲେ। ଏହାସହ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ଖେଳାଳି ଏଥିରେ ଭାଗ ନେଇଥିଲେ।

ପ୍ରତି ବର୍ଷ ଜୁଲାଇ ମାସରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥାଏ। ତେବେ ଗତବର୍ଷ କୋରୋନା ମହାମାରୀ ଯୋଗୁଁ ଏହାର ସୂଚୀ ପରିବର୍ତ୍ତନ କରାଯାଇଥିଲା। ଏଥିପାଇଁ 2021 ଜାନୁଆରୀ ମାସରେ ଏହାକୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିବା ନେଇ ଆୟୋଜକ ସୂଚନା ଦେଇଛନ୍ତି।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ କୋରୋନା ସମୟରେ ଉପଯୁକ୍ତ ଟ୍ରେନିଂର ସୁଯୋଗ ପାଇନଥିଲେ। ଏହାସତ୍ତ୍ବେ ଅଭ୍ୟାସ ଜାରି ରଖିବା ସହ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହାପରେ ନିଜର ଯୋଗ୍ୟତା ପ୍ରଦର୍ଶନ କରିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jan 4, 2021, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.