ETV Bharat / sports

କୋରୋନା ଟାର୍ଗେଟରେ ଅଲମ୍ପିକ ଭିଲେଜ; ଆଉ ୨ ଖେଳାଳି ପଜିଟିଭ - ଅଲମ୍ପିକ

ଟୋକିଓରେ ଚିନ୍ତା ବଢାଇଲାଣି କୋରୋନା । ଆଜି ଆଉ ଦୁଇ ଖେଳାଳି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ଟାର୍ଗେଟରେ ଟୋକିଓ
କୋରୋନା ଟାର୍ଗେଟରେ ଟୋକିଓ
author img

By

Published : Jul 18, 2021, 12:00 PM IST

ଟୋକିଓ: ଟୋକିଓ ଅଲମ୍ପିକକୁ ଆଉ ଦିନ କେଇଟା ବାକି ରହିଲା । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଲମ୍ପିକ ଆରମ୍ଭ ହେବା ପୂର୍ବରୁ କୋରୋନା ତାର କୋପ ଦେଖାଇବା ଆରମ୍ଭ କଲାଣି । ଗତକାଲି ୪ଜଣ ଭାରତୀୟ ସଦସ୍ୟ କୋଭିଡ ପଜିଟିଭ ଚିହ୍ନଟ ହେବାପରେ ଆଜି ପୁଣି ଆଉ ଦୁଇ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଟୋକିଓ ଅଲମ୍ପିକ ଆୟୋଜକଙ୍କ ସୂଚନା ଅନୁସାରେ ଟୋକିଓ ଗ୍ରାମରେ ରହୁଥିବା ଖେଳାଳିଙ୍କ ମଧ୍ୟରେ ଦୁଇଜଣ ଓ ବାହାରେ ରହୁଥିବା ଅନ୍ୟଜଣେ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

ପ୍ରକାଶ ଥାଉ କି, ଗତକାଲି ୫ଜଣ ଟୋକିଓ ଖେଳାଳି କୋରୋନା ସଂକ୍ରମିତ ହୋଇଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇଓସି ସଭାପତି ଥୋମାସ ବାଚଙ୍କ ସୂଚନାଅନୁସାରେ କୋରୋନାର ସମମ୍ତ ନିୟମ ଲାଗୁ ହୋଇଛି । ଟୋକିଓରେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭାରତରୁ ୫୪ଜଣ ଖେଳାଳି ଟୋକିଓରେ ପହଞ୍ଚିଛନ୍ତି ।

ଅଲମ୍ପିକ ପାଖେଇ ଆସୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ଷ ଅପେକ୍ଷା ପରେ ଚଳିତ ବର୍ଷ ଆସନ୍ତା ୨୩ରେ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଉଭୟ ଖେଳାଳି ଏବଂ ଅଲମ୍ପିକ ପ୍ରେମୀଙ୍କୁ ଚିନ୍ତାରେ ପକାଇଛି କୋରୋନା।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.