ETV Bharat / sports

ଆଜିଠୁ କ୍ରୀଡା ମହାକୁମ୍ଭ, ନଜରରେ ଭାରତୀୟ ଖେଳାଳି - ଆଜିଠୁ ଟୋକିଓ ଅଲିମ୍ପିକ୍ସ

ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରୀଡା ଜଗତର ଶ୍ରେଷ୍ଠ ପ୍ରଦର୍ଶନୀ ମନା ଯାଉଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ । ପ୍ରଥମ କରି ବିନା ଦର୍ଶକରେ ଜାପାନର ଟୋକିଓରେ ପ୍ରଦର୍ଶିତ ହେବ ଅଲିମ୍ପିକ୍ସ ମ୍ୟାଚ । ଅଧିକ ପଢନ୍ତୁ...

ଆଜିଠୁ କ୍ରୀଡା ମହାକୁମ୍ଭ, ନଜରରେ ଭାରତୀୟ ଖେଳାଳି

author img

By

Published : Jul 23, 2021, 7:42 AM IST

ଟୋକିଓ: ବହୁ ବାଦ ପ୍ରତିବାଦ ମଧ୍ୟରେ କ୍ରୀଡା ଜଗତର ଶ୍ରେଷ୍ଠ ପ୍ରଦର୍ଶନୀ ମନା ଯାଉଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ଆଜି(ଶୁକ୍ରବାର) ଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ବିନା ଦର୍ଶକରେ ଅନୁଷ୍ଠିତ ହେବ ଅଲିମ୍ପିକ୍ସ ମ୍ୟାଚ । ଏଥର ୨୦୦ ଦେଶର ପାଖାପାଖି ୧୧ ହଜାର ୪୦୦ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଦକ୍ଷତା ପ୍ରତିପାଦିତ କରିବେ ।

ତେବେ ଜାପାନର ରାଜଧାନୀ ଟୋକିଓରେ ଆଜିଠାରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ କ୍ରୀଡାର ଏହି ମହାସମର । ଚଳିତ ବର୍ଷ ୩୩ଟି କ୍ରୀଡାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟ ପ୍ରଦର୍ଶିତ ହେବ । ଗତବର୍ଷ କୋରୋନା କାରଣରୁ ବନ୍ଦ ରହିଥିବା ଅଲିମ୍ପିକ୍ସ ଏଥର ବହୁ ବାଦ ପ୍ରତିବାଦ ମଧ୍ୟରେ ହେବାକୁ ଯାଉଛି । ସାମାଜିକ ଦୂରତା, ଖେଳାଳିଙ୍କ ସୁରକ୍ଷା ଉପରେ ବିଶେଷ ଦୃଷ୍ଟି, ପଦକ ଉତ୍ସବରେ କଡା କଟକଣା ଆଦିକୁ ଗୁରୁତ୍ବ ଦିଆଯାଇଛି ।

ସେହିପରି ନିରାଡମ୍ବରେ ଉଦଘାଟନୀ ଉତ୍ସବକୁ ବାରଣ କରାଯାଇ ଥିବାବେଳେ ଆଲିଙ୍ଗନ ଓ କରମର୍ଦ୍ଦନ ଉପରେ ବାସନ୍ଦାଦେଶ ଭଳି ଅନେକ ନୂଆ କଟକଣା ଏଥର ଯୋଡି ହୋଇଛି । ଏହାକୁ ଗୁରୁତ୍ବ ଦେଇ ଖେଳାଳିମାନେ ନିଜର ପ୍ରଦର୍ଶନ ଜାରି ରଖିବେ ବୋଲି ସମସ୍ତଙ୍କ ଆଶା ।

ଭାରତୀୟ କ୍ରୀଡାବିତମାନେ ମଧ୍ୟ ସମସ୍ତ ଆହ୍ବାନ ପାଇଁ ପୁରା ପ୍ରସ୍ତୁତ । କିଛି ଖେଳାଳି ଏବଂ ସଦସ୍ୟଙ୍କୁ କୋରୋନା ସଂକ୍ରମଣ ହୋଇଥିଲେ ମଧ୍ୟ ଦୃଢତା ପ୍ରଦର୍ଶନ କରି ଦେଶକୁ ସୁନାମ ଆଣିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ଅଲିମ୍ପିକ୍ସ ପ୍ରତିଯୋଗୀ । ତେବେ ରାଜ୍ୟରୁ ମନୋନୀତ ହୋଇଥିବା ପଞ୍ଚ ତାରକା ଦୌଡରାଣୀ ଦୂତି ଚାନ୍ଦ, ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହି ଦାସ, ଦୀପଗ୍ରେସ ଏକ୍କା ଏବଂ ନମିତା ଟପ୍ପୋଙ୍କ ଉପରେ ବିଶେଷ ଦୃଷ୍ଟି ରହିବ । ଦେଶର ସମସ୍ତ ଖେଳାଳିଙ୍କୁ ୧୪୦ କୋଟି ଜନତାଙ୍କ ତରଫରୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.