ETV Bharat / sports

Tokyo Olympics: ରେସଲିଂ ସେମିରେ ରବି

author img

By

Published : Aug 4, 2021, 10:09 AM IST

Updated : Aug 4, 2021, 12:07 PM IST

ଟୋକିଓ ଅଲମ୍ପିକ୍ସ କୁସ୍ତିରେ ୧୪-୪ରେ ବୁଲଗେରିଆର ଜର୍ଜି ବେଲେଟିନୋବଙ୍କୁ ପରାସ୍ତ କରି ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିଛନ୍ତି ରବି ଦହିୟା । ଅଧିକ ପଢନ୍ତୁ...

ରେସଲିଙ୍ଗ ସେମିରେ ରବି
ରେସଲିଙ୍ଗ ସେମିରେ ରବି

ଟୋକିଓ: ଦୁଇ ଥର ଏସିଆନ ଚମ୍ପିୟାନ ହୋଇଥିବା ରବି ଦହିୟା ବୁଲଗେରିଆର ଜର୍ଜି ବେଲେଟିନୋବଙ୍କୁ ପରାସ୍ତ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ କୁସ୍ତିରେ ୧୪-୪ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି ରବି ।

ଏହା ପୂର୍ବରୁ କଲମ୍ବୋବିଆର ଏଡୁଆର୍ଡୋଙ୍କୁ ୧୩-୨ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିଥିଲେ ରବି । ମ୍ୟାଚ ଆରମ୍ଭରୁ ଦବଦବା ଜାରି ରଖିଥିବା ବେଳେ କୌଶଳ କରି ପ୍ରତ୍ୟାବର୍ତ୍ତନ କରିଥିଲେ ଏଡୁଆର୍ଡୋ । ମାତ୍ର ଦ୍ବିତୀୟ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି 13-2ରେ ସହଜ ବିଜୟ ହାସଲ କରି ଥିଲେ ରବି । ବଜରଙ୍ଗ ପୁନିଆଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ରବି କୁମାର ଭାରତ ପାଇଁ ପଦକ ଆଶାକୁ ଉଜ୍ଜିବୀତ ରଖିଛନ୍ତି ।

ପୂର୍ବରୁ ଭାରତୀୟ ପହିଲମାନ ସୋମନ ମଲିକ ୬୨ କିଲୋ ବର୍ଗରେ କ୍ବାଲିଫିକେଶନ ରାଉଣ୍ଡରେ ଭାରତରୁ ପ୍ରତିନିଧିତ୍ବ କରିଥିଲେ । ଯେଉଁଥିରେ ମଙ୍ଗୋଲିଆର ଖୁରେଲେଖୁଙ୍କୁ ସହିତ ମୁକାବିଲା ହୋଇଥିଲା । ୨-୨ରେ ପରାସ୍ତ ହୋଇଥିଲେ ସୋନମ । ଏହି ମୁକାବିଲାରେ ଦୁଇଜଣଙ୍କୁ ୨-୨ ସ୍କୋର ମିଳିଥିଲା । କିନ୍ତୁ ସୋନମ ୧-୧ ସ୍କୋର ସଂଗ୍ରହ କରିଥିବାବେଳେ ଖୁରେଲେଖୁ ଗୋଟିଏ ଥରରେ 2 ପଏଣ୍ଟ ନେଇଥିଲେ । ଯେଉଁଥିରେ ତାଙ୍କୁ ବିଜେତା ଘୋଷିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 4, 2021, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.