ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇପାରେ 'ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା' ନିୟମ। ଏହି ନୀତି ଲାଗୁ ହେବା ନେଇ ଏବେ ଚିତ୍ର ଅସ୍ପଷ୍ଟ ରହିଛି। ନଭେମ୍ବର 20ରେ ପ୍ରଧାନମନ୍ତ୍ରୀ ମୋଦି ଦେଶର କ୍ରୀଡା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ କ୍ରୀଡା ସଚିବ, ଭାରତୀୟ କ୍ରୀଡା ପ୍ରାଧିକରଣ ମହାନିର୍ଦ୍ଦେଶକ(SAI), ସିଇଓ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ ସିଇଓ(TOPS) ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଏମିତି କିଛି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ଜଣାପଡିଛି।
ଏହାକୁ ଲାଗୁ କରିବା ପୂର୍ବରୁ କ୍ରୀଡା ମନ୍ତ୍ରଣାଳୟ ବିଗତ 20 ବର୍ଷର ଖେଳାଳିଙ୍କ ପ୍ରଦର୍ଶନ ଓ ପଦକ ବିଜୟକୁ ପରୀକ୍ଷା କରିବ। ଏହା ସହିତ କ୍ରୀଡା ଓ କ୍ରୀଡା ଭିତ୍ତିଭୂମିର ସୁଧାର ପାଇଁ କର୍ପୋରେଟ ସେକ୍ଟରକୁ ମଧ୍ୟ ସାମିଲ କରାଯିବା ନେଇ ଲକ୍ଷ୍ୟ ରହିଛି।