ଟୋକିଓ: ଅଲିମ୍ପିକ୍ସ କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟତା ପାଇଁ 12 ଜଣ ମହିଳାଙ୍କୁ ମନୋନୀତ କରିଛି ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି। ଗତମାସରେ ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ନିର୍ଦ୍ଦେଶକ ମହିଳାଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହାପରେ ପରେ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଫଳ ସ୍ବରୂପ ଅଲିମ୍ପିକ୍ସ ଆୟୋଜକ କମିଟିର ନିର୍ଦ୍ଦେଶକ ୟୋସିରୋ ମୋରୀଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।
ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ସିଇଓ ଏହାକୁ ନେଇ ସୂଚନା ଦେଇଛନ୍ତି। ଆଜି(ବୁଧବାର) ଅଲିମ୍ପିକ୍ସ କାର୍ଯ୍ୟନିର୍ବାହୀ ବୋର୍ଡର ଏକ ବୈଠକ ହୋଇଥିଲା। ବୈଠକରେ ବୋର୍ଡରେ ମହିଳା ସଦସ୍ୟ ସଂଖ୍ୟା 20 ପ୍ରତିଶତରୁ 40 ପ୍ରତିଶତକୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ ଅଲିମ୍ପିକ୍ସ କାର୍ଯ୍ୟନିର୍ବାହୀ ବୋର୍ଡରେ 19 ଜଣ ମହିଳା ସଦସ୍ୟ ରହିବେ। ଏହାସହ ଅଲିମ୍ପିକ୍ସ କାର୍ଯ୍ୟନିର୍ବାହୀ ବୋର୍ଡରେ ମୋଟ ସଦସ୍ୟ ସଂଖ୍ୟା 34ରୁ 45କୁ ବୃଦ୍ଧି ପାଇବ।
ତେବେ କେଉଁ 12 ଜଣ ମହିଳାଙ୍କୁ ଅଲିମ୍ପିକ୍ସ କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟତା ପାଇଁ ମନୋନୀତ ସେନେଇ କୌଣସି ତଥ୍ୟ ମିଳିପାରି ନାହିଁ। ଜାପାନର ଏକ ରିପୋର୍ଟ ମୁତାବକ ସିଡନୀ ଅଲିମ୍ପିକ୍ ମାରାଥନ୍ ସ୍ୱର୍ଣ୍ଣ ପଦକ ବିଜେତା ନାଓକୋ ଟାକାହାସି ଏବଂ ଦୁଇଥର ପାରାଲିମ୍ପିକ ଅଲମ୍ପିଆପିଆନ କୁନିକୋ ଓବିନାଟା ଏହି 12 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି।
ଅଲିମ୍ପିକ୍ସ ଆୟୋଜକ କମିଟିର ନିର୍ଦ୍ଦେଶକ ୟୋସିରୋ ମୋରୀଙ୍କ ଇସ୍ତଫା ଦେଇଛନ୍ତି। ଫେବ୍ରୁଆରୀ 19 ତାରିଖରେ କମିଟିର ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ ସେଇକୋ ହାସିମୋଟୋ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ