ETV Bharat / sports

Tokyo Olympics: ଦେଶର ଧ୍ବଜା ବାହକ ମେରୀ ଭାବବିହ୍ବଳ

author img

By

Published : Jul 23, 2021, 5:04 PM IST

ଟୋକିଓ ଅଲମ୍ପିକର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଭାରତର ଧ୍ବଜାବାହକ ମେରୀ କମ ଶୁକ୍ରବାର ଭାବବିହ୍ବଳ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

Tokyo Olympics: Here I stand as flag bearer of my nation, says proud Mary Kom
Tokyo Olympics: ଦେଶର ଧ୍ବଜା ବାହକ ମେରୀ ଭାବବିହ୍ବଳ

ଟୋକିଓ: ଟୋକିଓ ଅଲମ୍ପିକର ଉଦ୍‌ଘାଟନୀ ସମାରୋହର ଦୁଇ ଘଣ୍ଟା ପୂର୍ବରୁ ଭାରତର ଧ୍ବଜାବାହକ ମେରୀ କମ ଶୁକ୍ରବାର ଭାବବିହ୍ବଳ ହୋଇପଡିଛନ୍ତି । ଦେଶର ପ୍ରତିନିଧିତ୍ବ କରୁଥିବା ମେରୀ ହାତରେ ତ୍ରିରଙ୍ଗା ଧରି ଭାରତୀୟ ଅଲମ୍ପିକ ଟିମର ନେତୃତ୍ବ ନେବେ । ଏହି ବିରଳ ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି ବିଶ୍ବର ଅନ୍ୟତମ ମହାନ ମହିଳା ବକ୍ସର ମେରୀ ।

ନିଜ ଟ୍ବିଟର ଆକାଉଣ୍ଟରେ ମେରୀ କମ ଉଦ୍‌ଘାଟନୀ ସମାରୋହର ଡ୍ରେସ୍‌ ପିନ୍ଧି ଫଟୋ ପୋଷ୍ଟ କରିଛନ୍ତି ଓ ଲେଖିଛନ୍ତି "ଟୋକିଓ ଅଲମ୍ପିକ ୨୦୨୦ର ଉଦ୍‌ଘାଟନୀ ସମାରୋହରେ ମୋ ଦେଶର ଧ୍ବଜା ବାହକ ଭାବେ ମୁଁ ଗର୍ବିତ ।" ମେରୀ କମ୍‌ଙ୍କ ସହିତ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ମଧ୍ୟ ଭାରତର ଅନ୍ୟତମ ଧ୍ବଜା ବାହକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.